ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରକୁ ସଂକ୍ରମଣମୁକ୍ତ କରିବାକୁ ଗତକାଲିଠୁ ଆରମ୍ଭ ହୋଇଛି ଡ୍ରୋନ୍ ଯୋଗେ ବିଶୋଧକ ସିଞ୍ଚନ ପ୍ରକ୍ରିୟା। ସହରର ବିଭିନ୍ନ ହାଟ ବଜାର ଅଞ୍ଚଳ ବୁଲି ବିଶୋଧକ ସିଞ୍ଚନ କରୁଛି ଡ୍ରୋନ୍। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଉତ୍ତର ଜୋନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଆସନ୍ତା ୧ ସପ୍ତାହ ଧରି ଚାଲୁ ରହିବ ।
ଗତକାଲି ରାତି ୯ଟାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ମେ ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବିଏମସି ଓ ଭୁବନେଶ୍ୱର ସ୍ମାର୍ଟ ସିଟି ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। କେବଳ ରାତି ସମୟରେ ଦୁଇଟି ଡ୍ରୋନ୍ ବିଶୋଧନ ସିଞ୍ଚନ କରିବେ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟଯେ, ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଜୋରଦାର ଉଦ୍ୟମ। ରାଜଧାନୀର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ କଣ୍ଟାକ୍ଟ୍ର ଟ୍ରେସିଂ ସହ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଗଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଆସିଲା ସାଂଘାତିକ ତଥ୍ୟ: ଗୋଟିଏ ସିଗାରେଟ ନେଉଛି ୨୦ ମିନିଟ ଆୟୁଷ
ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ମହିଳାଙ୍କ ଆୟୁଷ ୨୨ ମିନିଟ ଓ ପୁରୁଷମାନେ ୧୭ ମିନିଟ ଆୟୁଷ ହରାଉଛନ୍ତି।
Health
ଭଲ ଖବର: ଫେବ୍ରୁଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ
ବଡ଼ କଥା ହେଲା ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯ ହଜାର ୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା।
Health
ରାସ୍ତାରେ ଯାଉଥିବା ବେଳେ ଛିଣ୍ଡିଗଲା ତାର, ଜୀବନ୍ତ ଜଳି ଗଲେ ବାପା, ଝିଅ ଓ ଭାଣିଜୀ
ହଠାତ୍ ମୁଣ୍ଡ ଉପରେ ଦେଇ ଯାଇଥିବା ହାଇଭୋଲଟେଜର ତାର ରାସ୍ତାରେ ଛିଣ୍ତି ପଡ଼ିଥିଲା। ଏହା ସଂସ୍ପର୍ଶରେ ଆସି ବାଇକରେ ଯାଉଥିବା ବାପା, ଝିଅ ଓ ଭାଣିଜୀ ମାତ୍ର କିଛି ସେକେଣ୍ତ ମଧ୍ୟରେ ଜୀବନ୍ତ ଜଳି ପାଉଁଶ ହୋଇଯାଇଛନ୍ତି।
Health
ଭାରତରେ ବହୁମାତ୍ରାରେ ବିକ୍ରି ହେଉଛି ଏହି ଔଷଧ, ଆମେରିକାରେ ହୋଇଛି ବ୍ୟାନ
'ରେନିଟିଡାଇନ'ରେ କର୍କଟ ରୋଗ ସୃଷ୍ଟିକାରୀ ପଦାର୍ଥ ଥିବା ଦର୍ଶାଇ ବ୍ୟାନ୍ କରିଛି ଆମେରିକା। ଭାରତରେ ବିନା ପ୍ରେସକ୍ରିପସନରେ ମିଳି ଯାଉଛି।
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।