ଶାନ୍ତନୁ, କିଶୋର, ଦିଲ୍ଲୀପଙ୍କୁ ଚନ୍ଦ୍ର ମାଧବ ସ୍ମୃତି ସମ୍ମାନ

ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସମାଜ ଓ ସଂସ୍କୃତି ଆନୂକୁଲ୍ୟରେ ସଙ୍ଗୀତ କାର୍ଯ୍ୟକ୍ରମ ଏଇ ଆମରି ଗାଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ ସାହୁ ଏବଂ ବିଧାୟକ ସରୋଜ ସାମଲ ଅତିଥି ଭାବେ ଯୋଗ ଦେଇଛନ୍ତି । ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଶାନ୍ତନୁ ମହାପାତ୍ର, ଡାକ୍ତର କିଶୋର ଚନ୍ଦ୍ର ସାହୁ, ଦିଲ୍ଲୀପ ଦାସଙ୍କୁ ଚନ୍ଦ୍ର ମାଧବ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସାହିତ୍ୟିକା ପାରମିତା ଶତପଥୀଙ୍କୁ ସପ୍ତମ ଈଶ୍ୱର ଚନ୍ଦ୍ର ସାହିତ୍ୟ ସମ୍ମାନ ୨୦୧୫ ପ୍ରଦାନ କରାଯାଇଥିଲା।