ବାଘ ପାଇଁ ଜାଗା ଛାଡ଼ିଦେଲେ, ନୂଆ ଗାଁକୁ ଗଲେ ୩୩ ପରିବାର
ଅନୁଗୋଳ (ଓଡ଼ିଶା ରିପୋର୍ଟର): ବାଘଙ୍କୁ ଜାଗା ଦେବା ପାଇଁ ଭିଟାମାଟି ଛାଡ଼ିଲା ମଣିଷ। ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘର ବଂଶ ବିସ୍ତାର ଲାଗି ସରକାରଙ୍କ ଯୋଜନା ମୁତାବକ କୋର୍ ଏରିଆରେ ଥିବା ରାଇଗୋଡ଼ା ଗାଁ ଲୋକଙ୍କୁ ୫ କିଲୋମିଟର ଦୂରରେ ଥିବା ଅନ୍ୟ ଏକ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ହେଲେ ଏସବୁ ସୁବିଧା ସେମାନଙ୍କ ବିସ୍ଥାପନର ଦୁଃଖକୁ କେତେ ବୁଝାଇଛି, ତାହା ଭବିଷ୍ୟତ ହିଁ କହିବ।
ରାଇଗୋଡ଼ା ଗାଁ ଲୋକଙ୍କ ଠିକଣା ବଦଳିଲା। ଜାତୀୟ ପଶୁ ମହାବଳ ବାଘ ପାଇଁ ଲୁହ ଲହୁ ଦେଇ ଗଢ଼ିଥିବା ଘରଦ୍ୱାର,  ସୁନାର ଫସଲ ଓ ବାପା-ଗୋଷେଇଁବାପାଙ୍କ ସ୍ମୃତିକୁ ଛାଡ଼ି ଦେଲା ମଣିଷ। ଗାଡ଼ିରେ ଚାଲିଗଲେ ନୂଆ ରାଇଗଡ଼ାକୁ। ଏଠି ସବୁ ନୂଆ। ନୂଆ ଘର, ପାଣି ଓ ବିଜୁଳି। ସବୁ କିଛି ନୂଆ ନୂଆ। ହେଲେ ଏଠି ସେହି ଶାନ୍ତି ଓ ଭରସା ଖୋଜି ପାଉନାହାନ୍ତି ବିସ୍ଥାପିତ।
ସାତକୋଶିଆ ଅଭୟାରଣ୍ୟରେ ବାଘଙ୍କୁ ଜାଗା ଦେବା ପାଇଁ କୋର୍ ଏରିଆରୁ ୫ କିଲୋମିଟର ଦୂରକୁ ବିସ୍ଥାପିତ ହୋଇଛନ୍ତି ରାଇଗୋଡ଼ା ଗାଁର ୩୩ଟି ପରିବାର। ସେମାନଙ୍କୁ ଏବେ ଏଇଠି ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଛି। ପ୍ରତି ପରିବାରକୁ ଜମି ବାବଦକୁ ୧୦ ଲକ୍ଷ ଟଙ୍କା, ରହିବା ପାଇଁ ୪ ଡିସିମିଲ୍ ଜାଗା, ବିଜୁ ପକ୍କାଘର ଭଳି ସବୁ ସୁବିଧା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ପ୍ରଶାସନ। ହେଲେ ଏତେସବୁ ସତ୍ତ୍ୱେ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ଭିତରେ କାଳାତିପାତ କରୁଛନ୍ତି ବିସ୍ଥାପିତ।
ବିସ୍ଥାପିତ ରାଇଗୋଡ଼ା ବାସିନ୍ଦା ନଳିନୀ ପ୍ରଧାନ କହିଛନ୍ତି-“ଜାଗା-ବାଡ଼ି ଛାଡ଼ିଦେଇ ଚାଲି ଆସିଲୁ। ଏବେ ଆମକୁ ବୁଦ୍ଧିବାଟ କିଛି ଦେଖାଯାଉନାହିଁ।”
ଅନୁଗୋଳ ଜିଲ୍ଲାପାଳ ଅନିଲ କୁମାର ସାମଲ କହିଛନ୍ତି-“ବିସ୍ଥାପିତ ହୋଇଥିବା ପରିବାର କିପରି ସ୍ୱାବଲମ୍ୱୀ ହୋଇପାରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏହାଛଡ଼ା ଅସ୍ଥାୟୀ ଭାବେ ତିଆରି ହୋଇଥିବା ଘରକୁ ରାସ୍ତା କରାଯାଉଛି।”
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବଳର ବଂଶବିସ୍ତାର ପାଇଁ ପର୍ଯ୍ୟାକ୍ରମେ ୬ଟି ମହାବଳ ଆଣିବା ଲାଗି ଯୋଜନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ମଧ୍ୟପ୍ରଦେଶରୁ ଦୁଇଟି ମହାବଳ ଅଣାଯିବ। ସେଥିପାଇଁ ରାଇଗୋଡ଼ା ବାସିନ୍ଦାଙ୍କ ଭଳି କୋର୍ ଏରିଆରେ ଥିବା ଆଉ ୪ଟି ଗାଁ ଲୋକେ ମଧ୍ୟ ବିସ୍ଥାପିତ ହେବେ।
Ordigital Desk
• Published: Thursday, 07 December 2017
• Updated: 07 December 2017, 08:10 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos