ରଥରେ ଶୟନ ମୁଦ୍ରାରେ ସେବାୟତ ! ଫଟୋ ଭାଇରାଲ

ପୁରୀ(ଓଡ଼ିଶା ରିପୋର୍ଟର) ପୁରୀ ରଥ ଯାତ୍ରାକୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଖବର। ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ ସୁଦର୍ଶନଙ୍କୁ ଆଉଜି ହୋଇ ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ ଦାସମହାପାତ୍ର ବିଶ୍ରାମ ନେଉଥିବା ବେଳର ଏକ ଫଟୋକୁ ନେଇ ହଇଚଇ ହୋଇଛି।

ଫଟୋଟି କେବେକାର ସଠିକ୍ ଭାବେ ଜଣା ପଡିନଥିଲେ ବି, ଜଣେ ବରିଷ୍ଠ ଦଇତାପତି ଭାବେ ପ୍ରେମାନନ୍ଦ ଦାସମହାପାତ୍ର ଏଭଳି ଢଙ୍ଗରେ ବିଶ୍ରାମ ନେବାକୁ ନେଇ ଜଗନ୍ନାଥପ୍ରେମୀ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।  ଯାହାକୁ ନେଇ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ, ଏହି ଫଟୋଟି ଠିକ୍ ନୁହେଁ, ବରଂ ଏହାକୁ ବିକୃତ କରାଯାଇଥିବା କହିଛନ୍ତି ଅନ୍ୟଜଣେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର।