ଥଇଥାନ ପରେ ଉଚ୍ଛେଦ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ ସେବାୟତ ଓ କଂଗ୍ରେସ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ମେଘନାଦ ପାଚେରୀ ଚତୁଃପାର୍ଶ୍ୱରୁ ବେଆଇନ ନିର୍ମାଣ ଉଚ୍ଛେଦ ପରେ ଆଜି ପାଚେରୀଠୁ ୭୫ ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବିପଦଶଙ୍କୁଳ ଅବସ୍ଥାରେ ଥିବା ଦର୍ଶାଇ ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ଦୋକାନ ଘର ମଧ୍ୟ ଉଚ୍ଛେଦ କରାଯାଉଛି। ତେବେ ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କୁ ପ୍ରଥମେ ଅନ୍ୟତ୍ର ଥଇଥାନ କରି ପରେ ଉଚ୍ଛେଦ କରିବା ଦାବିରେ କଂଗ୍ରେସ ନେତା ଓ ସେବାୟତ ରାଜ୍ୟପାଳଙ୍କୁ ଭେଟିଛନ୍ତି। କ୍ଷତିଗ୍ରସ୍ତମାନଙ୍କୁ ଥଇଥାନ ସହ […]

puri.-congress

puri.-congress

Jyoshna Pradhan
  • Published: Tuesday, 27 August 2019
  • Updated: 27 August 2019, 02:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ମେଘନାଦ ପାଚେରୀ ଚତୁଃପାର୍ଶ୍ୱରୁ ବେଆଇନ ନିର୍ମାଣ ଉଚ୍ଛେଦ ପରେ ଆଜି ପାଚେରୀଠୁ ୭୫ ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବିପଦଶଙ୍କୁଳ ଅବସ୍ଥାରେ ଥିବା ଦର୍ଶାଇ ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ଦୋକାନ ଘର ମଧ୍ୟ ଉଚ୍ଛେଦ କରାଯାଉଛି। ତେବେ ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କୁ ପ୍ରଥମେ ଅନ୍ୟତ୍ର ଥଇଥାନ କରି ପରେ ଉଚ୍ଛେଦ କରିବା ଦାବିରେ କଂଗ୍ରେସ ନେତା ଓ ସେବାୟତ ରାଜ୍ୟପାଳଙ୍କୁ ଭେଟିଛନ୍ତି।

କ୍ଷତିଗ୍ରସ୍ତମାନଙ୍କୁ ଥଇଥାନ ସହ କ୍ଷତିପୂରଣ ଦେବା ପରେ ଉଚ୍ଛେଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏଥିସହ ସରକାରଙ୍କ ଥଇଥାନ ପ୍ରତିଶ୍ରୁତିକୁ ନେଇ ବରିଷ୍ଠ ଦଇତା ସେବାୟତ ବିନାୟକ ଦାସମହାପାତ୍ର ଆଶଙ୍କା ପ୍ରକାଶ କରିଛନ୍ତି।

ଏନେ଼ଇ କଂଗ୍ରେସ ନେତା ଅମୀୟ ପଟ୍ଟନାୟ କହିଛନ୍ତି,“ଉଠା ଦୋକାନୀଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କର ଥଇଥାନ କରିବ ସହିତ ସେମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେଇ ପୁରୀ ସହରର ସାମଗ୍ରିକ ବିକାଶ କରିବା ଏକାନ୍ତ ଜରୁରୀ। ମାନ୍ୟବର ରାଜ୍ୟପାଳ ମହୋଦୟଙ୍କୁ ଆମର ଏକ ପ୍ରତିନିଧି ମଣ୍ଡଳୀ ଭେଟି ପୁରୀ ସହରବାସୀଙ୍କ ଦୁଃଖ ଓ ଯେଉଁ ସମସ୍ୟା ଉପୁଜିଛି ସେ ସଂପର୍କରେ ଅବଗତ କରାଇଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos