ଜଗତସିଂହପୁର: ଜଗତସିଂହପୁର ଅଢ଼ଙ୍ଗରୁ ମା’ ସୁଭଦ୍ରାଙ୍କ ଦାରୁ ଶଗଡ଼ି ଆଜି ସନ୍ଧ୍ୟାର ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଗତକାଲି ଠାରୁ ଶଗଡ଼ି କାର୍ଯ୍ୟ ଶେଷ ହୋଇଯାଇଥିଲା। ଗତରାତିରେ ହିଁ ଏହାର ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଯାଇଥିଲା। ଚଉପଟି କାମ ଅଳ୍ପ କିଛି ବାକି ଥିଲା। ଚଉପଟି କାମ ସରି ଯିବା ପରେ ରୀତିନୀତି ଅନୁସାର ଦାରୁଙ୍କୁ ଶଗଡ଼ିରେ ରଖା ଯାଇଥିଲା। ଆଉ ପାଟବସ୍ତ୍ରରେ ଘୋଡ଼େଇ ଦିଆଯାଇଥିଲା। ବଳଭଦ୍ରଙ୍କ ଦାରୁ ଶଗଡ଼ିକୁ ଯେଉଁ ଯେଉଁ ବାଟ ଦେଇ ନିଆଯାଇଥିଲା ସେହି ସେହି ବାଟରେ ପୁରୀ ଅଭିମୁଖେ ଯାତ୍ରା କରିବେ ଶଗଡ଼ି। ମା’ ସୁଭଦ୍ରାଙ୍କ ଦାରୁ ଶଗଡ଼ିକୁ ପାରାଦୀପ-କଟକ ଜାତୀୟ ରାଜପଥକୁ ଅଣାଯିବା ପରେ କଟକ ଓ ଭୁବନେଶ୍ୱର ଦେଇ ପୁରୀ ନିଆଯିବ। ଆଜି ରାମକୁମରପୁରଠାରେ ଶଗଡ଼ି ଅଟକିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ରାତିରେ ଶଗଡ଼ି ବିରିବାଟି, ତା’ପର ଦିନ ଭାଣପୁର ଓ ପେର ଭୁବନେଶ୍ୱର ଠାର ଅଟକି ପୁରୀ ଯିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।