କରୋନା: ରେଡ୍ ଜୋନରେ ୬ ଜିଲ୍ଲା, ୪ ଦିନ ପରେ ବାଦ୍ ପଡ଼ିପାରେ ଖୋର୍ଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ରାଜ୍ୟର ୩ଟି ଜିଲ୍ଲାରେ ଏବେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ଥିବା ରାଜ୍ୟ ସରକାରଙ୍କ ପାଇଁ ଅନ୍ୟ ଜିଲ୍ଲାଗୁଡ଼ିକ ଆଶ୍ୱସ୍ତି ଆଣିଦେଇଛି। ରାଜ୍ୟର ମୋଟ ୩୦ଟି ଜିଲ୍ଲା ମଧ୍ୟରୁ ଏବେସୁଦ୍ଧା ମାତ୍ର ୧୦ଟି ଜିଲ୍ଲାରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିରୁ ୪ଟି ଜିଲ୍ଲାର ସଂକ୍ରମିତ ରୋଗୀ ଇତିମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହିତ ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ରେଡ୍ ଜୋନ ପରିବର୍ତ୍ତେ ଏବେ ଅରେଞ୍ଜ […]

red

red

Manoranjan Sial
  • Published: Friday, 24 April 2020
  • Updated: 24 April 2020, 08:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ରାଜ୍ୟର ୩ଟି ଜିଲ୍ଲାରେ ଏବେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ଥିବା ରାଜ୍ୟ ସରକାରଙ୍କ ପାଇଁ ଅନ୍ୟ ଜିଲ୍ଲାଗୁଡ଼ିକ ଆଶ୍ୱସ୍ତି ଆଣିଦେଇଛି। ରାଜ୍ୟର ମୋଟ ୩୦ଟି ଜିଲ୍ଲା ମଧ୍ୟରୁ ଏବେସୁଦ୍ଧା ମାତ୍ର ୧୦ଟି ଜିଲ୍ଲାରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିରୁ ୪ଟି ଜିଲ୍ଲାର ସଂକ୍ରମିତ ରୋଗୀ ଇତିମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହିତ ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ରେଡ୍ ଜୋନ ପରିବର୍ତ୍ତେ ଏବେ ଅରେଞ୍ଜ ଜୋନ୍ ଭାବେ ପରିଗଣିତ ହେଉଛି। ଯଦି କରୋନା ହଟସ୍ପଟ୍ ଭୁବନେଶ୍ୱରରେ ଆଗାମୀ ୪ ଦିନ କୌଣସି ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ନହୁଅନ୍ତି ତା’ହେଲେ ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ଜୋନ୍ ଭାବେ ବିବେଚନା କରାଯିବ।

ରାଜ୍ୟ ସରକାରଙ୍କ କୋଭିଡ-୧୯ ପରିଚାଳନା ନିୟମ ଅନୁସାରେ ଯେଉଁ ଜିଲ୍ଲାଗୁଡ଼ିକ ହଟସ୍ପଟ ବା ରେଡ୍ ଜୋନ୍ ଭାବେ ଚିହ୍ନଟ ହୋଇଥିବ ସେଠାରୁ ଯଦି କ୍ରମାଗତ ୧୪ ଦିନ ମଧ୍ୟରେ କୌଣସି ନୂଆ ସଂକ୍ରମିତ ଚିହ୍ନଟ ନହେବେ ତା’ହେଲେ ଉକ୍ତ ଜିଲ୍ଲାକୁ ଅରେଞ୍ଜ ଜୋନ୍ ଭାବେ ବିବେଚନା କରାଯିବ। ସେହିପରି ଅରେଞ୍ଜ ଜୋନ୍ ଘୋଷଣା ହେବାର ୧୪ଦିନ ମଧ୍ୟରେ କୌଣସି ସଂକ୍ରମିତ ରୋଗୀ ଚିହ୍ନଟ ନହେଲେ ଉକ୍ତ ଜିଲ୍ଲାକୁ ଗ୍ରୀନ୍ ଜୋନ୍ ବିବେଚନା କରାଯିବ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୯୪ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଛନ୍ତି । ଅନ୍ୟ ୩୩ଜଣ ସୁସ୍ଥ ହୋଇଛନ୍ତି ଓ ଏବେ ୬୦ଜଣ ଚିକିତ୍ସିତ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା(ଭୁବନେଶ୍ୱର)ରେ ସର୍ବାଧିକ ୪୬ ଜଣ ରୋଗୀ ଚିହ୍ନଟ ହୋଇଥିବାରୁ ଏହା ହଟସ୍ପଟ୍ ଅଂଚଳ ଭାବେ ପରିଗଣିତ ହେଉଛି। ମାତ୍ର ଇତିମଧ୍ୟରେ ଭୁବନେଶ୍ୱରର ୨୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣେ ପ୍ରାଣ ହରାଇଛନ୍ତି।

କରୋନା ଯୋଗୁ ରାଜ୍ୟର ରେଡ୍ ଜୋନ୍ ତାଲିକାରେ ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ରହିଥିବାବେଳେ ଅରେଞ୍ଜ ଜୋନ ତାଲିକାରେ ଢେଙ୍କାନାଳ, କଟକ, ପୁରୀ ଓ କଳାହାଣ୍ଡି ଜିଲ୍ଲା ରହିଛି। ପୁରୀ, କଟକ ଓ ଢେଙ୍କାନାଳ ଜିଲ୍ଲାରେ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିଲେ ଓ ସେମାନେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ମୋଟ୍ ସଂକ୍ରମିତ ୨ଜଣ ବ୍ୟକ୍ତି ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story