ବହିପତ୍ର ପୋଡ଼ିଲେ; ଓଡ଼ିଶା ଛାଡ଼ି ଚାଲି ଯିବାକୁ ଧମକ ଦେଲେ

ରାୟଗଡ଼ା (ମନୋଜ ପାତ୍ର): ସ୍କୁଲ୍‌ର କିଛି ଶିକ୍ଷକ ଜଣେ ମେଧାବୀ ଛାତ୍ରୀଙ୍କ ଘରକୁ ଗୁଣ୍ଡା ପଠାଇ ତାଙ୍କ ବହିପତ୍ର ପୋଡ଼ି ଦେବା ସହ ତାଙ୍କୁ ମ୍ୟାଟ୍ରିକ୍ ପରୀକ୍ଷା ନଦେବାକୁ ତଥା ଓଡ଼ିଶା ଛାଡ଼ି ଚାଲି ଯିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେ.କେ ପୁର ଗାଁରେ। ଉକ୍ତ ଛାତ୍ରୀଙ୍କ ନାଁ ପଲକ ପ୍ରସାଦ। ସେ ଦଶମ ଶ୍ରେଣୀରେ ପଢ଼ନ୍ତି। ଅଭିଯୋଗ ଅନୁଯାୟୀ, ଗତକାଲି ପଲକଙ୍କ […]

ransack

ransack

Jyoshna Pradhan
  • Published: Sunday, 19 January 2020
  • Updated: 19 January 2020, 01:36 PM IST

Sports

Latest News

ରାୟଗଡ଼ା (ମନୋଜ ପାତ୍ର): ସ୍କୁଲ୍‌ର କିଛି ଶିକ୍ଷକ ଜଣେ ମେଧାବୀ ଛାତ୍ରୀଙ୍କ ଘରକୁ ଗୁଣ୍ଡା ପଠାଇ ତାଙ୍କ ବହିପତ୍ର ପୋଡ଼ି ଦେବା ସହ ତାଙ୍କୁ ମ୍ୟାଟ୍ରିକ୍ ପରୀକ୍ଷା ନଦେବାକୁ ତଥା ଓଡ଼ିଶା ଛାଡ଼ି ଚାଲି ଯିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେ.କେ ପୁର ଗାଁରେ। ଉକ୍ତ ଛାତ୍ରୀଙ୍କ ନାଁ ପଲକ ପ୍ରସାଦ। ସେ ଦଶମ ଶ୍ରେଣୀରେ ପଢ଼ନ୍ତି।

ଅଭିଯୋଗ ଅନୁଯାୟୀ, ଗତକାଲି ପଲକଙ୍କ ବାପାମା’ ଘରେ ନଥିବା ବେଳେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ସେମାନେ ପଲକଙ୍କ ବେକର ଛୁରୀ ଲଗାଇ ତାଙ୍କର ସମସ୍ତ ପାଠ୍ୟପୁସ୍ତକ ଓ ଖାତାପତ୍ର ପୋଡ଼ି ଦେଇଥିଲେ। ଏପରିକି ସେ ପାଇଥିବା ସମସ୍ତ ପୁରସ୍କାର ଓ ଟ୍ରଫିଗୁଡ଼ିକୁ ଭାଙ୍ଗି ଦେଇଥିଲେ। ତା’ସହିତ ଘରେ ଲାଗିଥିବା ସିସିଟିଭିକୁ ଭାଙ୍ଗି ଦେଇଥିଲେ। କେବଳ ସେତିକି ନୁହେଁ, ଆସନ୍ତା ମ୍ୟାଟ୍ରିକ୍ ପରୀକ୍ଷା ନଦେବା ସହ ଓଡ଼ିଶା ଛାଡ଼ି ଚାଲି ଯିବାକୁ କହିଥିଲେ।

ପଲକଙ୍କ କହିବା ଅନୁଯାୟୀ, ଦୁର୍ବୃତ୍ତମାନେ ହିନ୍ଦୀ ଓ ଇଂରାଜୀ ଭାଷାରେ କଥାବାର୍ତ୍ତା ହେଉଥିଲେ। ସେମାନଙ୍କ ବୟସ ୧୮ରୁ ୨୦ ବର୍ଷ ଭିତରେ ହୋଇଥିବ।

ଏ ଘଟଣା ନେଇ ପଲକଙ୍କ ବାପା ଚାନ୍ଦିଲି ଥାନାରେ ଏତଲା ଦେଇଛନ୍ତି। ଏଥିରେ ପଲକ ପଢ଼ୁଥିବା ସ୍କୁଲ୍‌ର କିଛି ଶିକ୍ଷକଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ୍ ଅଭିଯୋଗ ପାଇବା ପରେ ସାଇଣ୍ଟିଫିକ୍ ଟିମ୍ ସହିତ ଆସି ଘଟଣାସ୍ଥଳରେ ଯାଞ୍ଚ କରିଥିଲା।

ପଲକଙ୍କ ବାପା ଡାକ୍ତର ସଞ୍ଜୟ ପ୍ରସାଦ କହିଛନ୍ତି, “ଝିଅ ସ୍କୁଲର ଶିକ୍ଷକଙ୍କ ପାଖକୁ ଟ୍ୟୁସନ୍‌ ନଯିବାରୁ ଏହି ଘଟଣା ଘଟିଛି। କିଛି ଶିକ୍ଷକ ତାଙ୍କୁ ସେମାନଙ୍କ ନିକଟକୁ ଟ୍ୟୁସନ୍‌ ଯିବାକୁ ସବୁବେଳେ ବାଧ୍ୟ କରୁଥିଲେ। ଏହି ଘଟଣା ସମ୍ପର୍କରେ ଆମେ ପ୍ରିନ୍ସପାଲଙ୍କୁ ଜଣାଇଥିଲୁ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଦୁଇ ବର୍ଷ ହେଲାଣି ଝିଅକୁ ମାରିବାକୁ ସେମାନେ ଚେଷ୍ଟା କରୁଥୁବା  ଦୁର୍ବୃତ୍ତମାନେ କହିଥିଲେ। ଦୁଇ ତିନି ଦିନ ତଳେ ଜଣେ ଶିକ୍ଷକ ମୋ ଝିଅକୁ ଫୋନ୍ କରି କହିଥିଲେ ଯେ ସେ କେମିତି ସଫଳତା ପାଇବେ ସେମାନେ ଦେଖିନେବେ।”

ଏ ଘଟଣା ସଂପର୍କରେ ରାୟଗଡ଼ା ଅତିରିକ୍ତ ଏସ୍‌ପି ରାମ ପ୍ରସାଦ ସାହୁ କହିଛନ୍ତି, ’‘ଘଟଣାର ତଦନ୍ତ ଚାଲିଛି, ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos