୧୦ରୁ ସରକାରୀ ଆଇଟିଆଇ ଓ ଇଞ୍ଜିନିୟରିଂରେ ସ୍ପଟ୍ ଆଡମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନିଗୁଡ଼ିକରେ ମାତ୍ରାଧିକ ସିଟ୍ ଖାଲି ପଡ଼ୁଥିବାବେଳେ ସରକାରୀ ଆଇଟିଆଇ, ପଲିଟେକନିକ ଓ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ସ୍ପଟ୍ ଆଡମିଶନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା ସିଟଗୁଡ଼ିକ ପୂରଣ ନିମନ୍ତେ […]

engering-students

engering-students

Manoranjan Sial
  • Published: Thursday, 08 August 2019
  • Updated: 08 August 2019, 09:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନିଗୁଡ଼ିକରେ ମାତ୍ରାଧିକ ସିଟ୍ ଖାଲି ପଡ଼ୁଥିବାବେଳେ ସରକାରୀ ଆଇଟିଆଇ, ପଲିଟେକନିକ ଓ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ସ୍ପଟ୍ ଆଡମିଶନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି।

ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା ସିଟଗୁଡ଼ିକ ପୂରଣ ନିମନ୍ତେ ସରକାର ସ୍ପଟ୍ ଆଡମିଶନ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଆଇଟିଆଇଗୁଡ଼ିକରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଏସବୁ ଆଇଟିଆଇରେ ଖାଲିପଡ଼ିଥିବା ୬୩୦୭ଟି ସିଟରେ ସ୍ପଟ୍ ଆଡମିଶନ ପ୍ରକ୍ରିୟା ଅଗଷ୍ଟ ୧୩ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ସରକାରୀ ପଲିଟେକନିକରେ ଖାଲି ପଡ଼ିଥିବା ୩୨୩୨ଟି ସିଟ୍ ପୂରଣ ନିମନ୍ତେ ଅଗଷ୍ଟ ୧୪ ଓ ୧୫ତାରିଖ ଦୁଇଦିନ ଧରି ସ୍ପଟ୍ ଆଡମିଶନ ହେବ। ସେହିପରି ସରକାରୀ ଇଞ୍ଜିନିୟରିଂ କଲେଜରେ ଖାଲି ପଡ଼ିଥିବା ୪୨୦ଟି ସିଟ୍ ପାଇଁ ସ୍ପଟ୍ ଆଡମିଶନ ପ୍ରକ୍ରିୟା ଅଗଷ୍ଟ ୧୦ରୁ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ।

ବୈଷୟିକ ଶିକ୍ଷା ପ୍ରତି ଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ‘ସୁଦକ୍ଷା’ ନାମରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସରକାରୀ ଆଇଟିଆଇରେ ଶିକ୍ଷାର୍ଥୀମାନଙ୍କୁ ଜୋତା ଓ ପୋଷାକ ଯୋଗାଣ ସହ ପାଠପଢ଼ାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଏହାସହିତ ଛାତ୍ରୀମାନେ ଆଇଟିଆଇରୁ ଉତ୍ତୀର୍ଣ୍ଣ ହେବାପରେ ଶିକ୍ଷାନବିଶ ତାଲିମ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରୁଛନ୍ତି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story