ବିଜେପୁର ନିର୍ବାଚନ; ତିନି ଦଳର ଷ୍ଟାର କ୍ୟାମ୍ପେନର୍‌ ତାଲିକା ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ନିର୍ବାଚନ ପାଇଁ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏୟୁ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ମଙ୍ଗଳା କିଷାନ, ପ୍ରଫୁଲ୍ଲ ମଲ୍ଲିକ, ରାଜା ସ୍ୱାଇଁ, ଦେବୀ ମିଶ୍ରଙ୍କ ନାଁ ରହିଛି। ଏଥିସହ ଟିକେଟ୍‌ ଆଶାୟୀ ଥିବା ପ୍ରଭାସ ସିଂ, ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ନାଁ ମଧ୍ୟ ତାଲିକାରେ ରହିଛି। ସେହିପରି ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରାଷ୍ଟ୍ରୀୟ […]

1 (2)

1 (2)

Jyoshna Pradhan
  • Published: Thursday, 03 October 2019
  • Updated: 03 October 2019, 04:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ନିର୍ବାଚନ ପାଇଁ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏୟୁ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ମଙ୍ଗଳା କିଷାନ, ପ୍ରଫୁଲ୍ଲ ମଲ୍ଲିକ, ରାଜା ସ୍ୱାଇଁ, ଦେବୀ ମିଶ୍ରଙ୍କ ନାଁ ରହିଛି। ଏଥିସହ ଟିକେଟ୍‌ ଆଶାୟୀ ଥିବା ପ୍ରଭାସ ସିଂ, ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ନାଁ ମଧ୍ୟ ତାଲିକାରେ ରହିଛି।

ସେହିପରି ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା, ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଷଡ଼ଙ୍ଗୀ, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା ଓ ବସନ୍ତ ପଣ୍ଡାଙ୍କ ନାଁ ରହିଛି।

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମନମୋହନ ସିଂ, ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ରଙ୍କ ନାଁ ରହିଛି।

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ବିଜେପୁର ବ୍ୟାଟେଲ୍ ପାଇଁ ପଦ୍ମପୁରରେ ବିଜେଡି, ବିଜେପି ଓ କଂଗ୍ରେସ୍  ପ୍ରାର୍ଥୀଙ୍କ ସମେତ ମୋଟ୍ ୭ ଜଣ ନାମାଙ୍କନ ପତ୍ର ଭରିଥିଲେ।  ସେମାନଙ୍କ ମଧ୍ୟରୁ ତିନି ଦଳର ପ୍ରାର୍ଥୀ ବିଜେଡିର ରୀତା ସାହୁ, ବିଜେପିର ସନତ ଗଡତିଆ ଓ କଂଗ୍ରେସର ଦିଲୀପ ପଣ୍ଡାଙ୍କ ମଧ୍ୟରେ କଡ଼ା ଟକ୍କର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos