ଗଞ୍ଜେଇକୁ ନେଇ ଅସ୍ପଷ୍ଟ ନୀତି: ଏପଟେ ଅନୁମତି, ସେପଟେ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ ହୋଇଥିବାବେଳେ ପ୍ରତିବର୍ଷ ରାଜ୍ୟରେ ପ୍ରାୟ ୧.୩୭କୋଟି ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ଅବକାରୀ, ଜଙ୍ଗଲ ଓ ପୁଲିସ ବିଭାଗର ମିଳିତ ପ୍ରୟାସରେ ଗଞ୍ଜେଇ ଚାଷ, ଉତ୍ପାଦନ, ବିକ୍ରି, ଗଚ୍ଛିତ ଓ ପରିବହନ ଉପରେ ରାଜ୍ୟରେ କଟକଣା ଜାରି ହୋଇଥିବାବେଳେ ଓଡ଼ିଶା ସରକାର ଏବେ ଔଷଧୀୟ ଉପଯୋଗ ନିମନ୍ତେ ଗଞ୍ଜେଇକୁ ଅନୁମତି ପ୍ରଦାନ କରିଛନ୍ତି। ଗୋଟିଏପଟେ ଅନୁମତି ଓ ଅନ୍ୟପଟେ କଟକଣାକୁ ନେଇ ଦେଖା […]

ganja

ganja

Manoranjan Sial
  • Published: Monday, 18 November 2019
  • Updated: 18 November 2019, 07:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ ହୋଇଥିବାବେଳେ ପ୍ରତିବର୍ଷ ରାଜ୍ୟରେ ପ୍ରାୟ ୧.୩୭କୋଟି ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ଅବକାରୀ, ଜଙ୍ଗଲ ଓ ପୁଲିସ ବିଭାଗର ମିଳିତ ପ୍ରୟାସରେ ଗଞ୍ଜେଇ ଚାଷ, ଉତ୍ପାଦନ, ବିକ୍ରି, ଗଚ୍ଛିତ ଓ ପରିବହନ ଉପରେ ରାଜ୍ୟରେ କଟକଣା ଜାରି ହୋଇଥିବାବେଳେ ଓଡ଼ିଶା ସରକାର ଏବେ ଔଷଧୀୟ ଉପଯୋଗ ନିମନ୍ତେ ଗଞ୍ଜେଇକୁ ଅନୁମତି ପ୍ରଦାନ କରିଛନ୍ତି। ଗୋଟିଏପଟେ ଅନୁମତି ଓ ଅନ୍ୟପଟେ କଟକଣାକୁ ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଆସନ୍ତାକାଲି ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ବୈଠକରେ ଅବକାରୀ କମିଶନରଙ୍କ ସମେତ ଖୋର୍ଦ୍ଧା ଓ ବ୍ରହ୍ମପୁରର ଅବକାରୀ ନିରୀକ୍ଷକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଆଇନ ‘ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଆକ୍ଟ-୧୯୮୫ ’ ଆଧାରରେ ରାଜ୍ୟରେ ଗଞ୍ଜେଇ ଚାଷ, ଉତ୍ପାଦନ, ବିକ୍ରି ଓ ପରିବହନ ଉପରେ କଟକଣା ଜାରି ହୋଇଥିବାବେଳେ ଓଡ଼ିଶା ସରକାର ଗଞ୍ଜେଇ ଗଛର ପତ୍ର ‘ଭାଙ୍ଗ’(ଏକପ୍ରକାର ନିଶା) ଭାବେ ଉପଯୋଗ କରିବା ନିମନ୍ତେ ଅନୁମତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଲାଇସେନ୍ସପ୍ରାପ୍ତ ଦୋକାନଗୁଡ଼ିକରେ ଭାଙ୍ଗ ସହଜରେ ମିଳିଥାଏ। ଗତ କିଛିମାସ ପୂର୍ବରୁ ରାଜ୍ୟ ସରକାର ମଧ୍ୟ ଔଷଧୀୟ ଉପଯୋଗ ନିମନ୍ତେ ଗଞ୍ଜେଇ ଜାତୀୟ ଉତ୍ପାଦକୁ ମଧ୍ୟ ଅନୁମତି ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଆର‌୍ୟୁବେଦିକ କମ୍ପାନୀ ‘ଭେଦି ହର୍ବାଲସ’କୁ ଗଞ୍ଜେଇଜାତୀୟ ଉତ୍ପାଦରୁ ମେଡିସିନ୍ ପ୍ରସ୍ତୁତ ନିମନ୍ତେ ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଅନୁମତି ଦେଇଛି । ତେଣୁ ରାଜ୍ୟ ସରକାର ଏବେ ଖୋଲାଖୋଲି ଭାବେ ଭାଙ୍ଗ ଓ ଗଞ୍ଜେଇ ଜାତୀୟ ଅନ୍ୟ ସାମଗ୍ରୀର ଔଷଧୀୟ ଉପଯୋଗ ନିମନ୍ତେ ଅନୁମତି ଦେଇସାରିଥିବାବେଳେ ଏପଟେ ପ୍ରତିବର୍ଷ ହଜାରେ କୋଟି ଟଙ୍କାରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିବାରେ ଲାଗିଛନ୍ତି।

ଗତ ଅକ୍ଟୋବର ୨୪ତାରିଖରେ ପୁଲିସ୍ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ଗଞ୍ଜେଇ ଚାଷ, ଉତ୍ପାଦନ, ସଂରକ୍ଷଣ ଓ ପରିବହନ ଉପରେ ସମ୍ପୂର୍ଣ୍ଣ କଟକଣା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ପୁଲିସ, ଅବକାରୀ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ମିଳିତ ଭାବେ ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇବା ସହ ପ୍ରତିବର୍ଷ ପ୍ରାୟ ୧.୩୭କୋଟି ଗଞ୍ଜେଇ ଗଛକୁ ନଷ୍ଟ କରୁଛନ୍ତି। ଏପରିକି ସର୍ବାଧିକ ଗଞ୍ଜେଇ ଚାଷ ହେଉଥିବା ୯ଟି ଜିଲ୍ଲାକୁ ଚିହ୍ନଟ କରାଯାଇ ସେଠାରେ ଏହି ଚାଷକୁ ସମ୍ପୂର୍ଣର୍ ଭାବେ ମୂଳପୋଛ କରାଯିବ ସେଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି ଅବକାରୀ କମିଶନର ଅଞ୍ଜନ କୁମାର ମାଣିକ ଏହି ବୈଠକ ପରେ କହିଥିଲେ ।

ତେବେ ଗଞ୍ଜେଇ ଚାଷକୁ ନେଇ ଏହି ବୈଠକରେ କଠୋର ଆଭିମୁଖ୍ୟ ପୋଷଣ କରିଥିବା ରାଜ୍ୟ ଅବକାରୀ ବିଭାଗ ମାତ୍ର ୧୫ଦିନ ନପୁରୁଣୁ ଗଞ୍ଜେଇ ଚାଷକୁ ଆଇନସମ୍ମତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ନିମନ୍ତେ କାହିଁକି ତତ୍ପରତା ଦେଖାଇଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ରାଜ୍ୟରେ ଅବକାରୀ ରାଜସ୍ୱ ପରିମାଣ ଟାର୍ଗେଟକୁ ପ୍ରତିବର୍ଷ ବଢ଼ାଇ ଚାଲିଥିବା ରାଜ୍ୟ ସରକାର ଏବେ ମେଳା,ମହୋତ୍ସବ ଓ ଘରୋଇ ଉତ୍ସବରେ ମଦ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ କରିବା ଓ ଅଧିକ ସଂଖ୍ୟକ ମଦ ଦୋକାନ ଖୋଲିବା ନିମନ୍ତେ ପ୍ରସ୍ତାବ ପଠାଇବାକୁ ଜିଲ୍ଲାପାଳମାନଙ୍କ ଉପରେ ଚାପ ପକାଉଛନ୍ତି। ଏବେପୁଣି ଗଞ୍ଜେଇ ଚାଷକୁ ଅନୁମତି ଦେବା ରାଜ୍ୟରେ ନିଶା ନିବାରଣ ପ୍ରତି ଥିବା ସରକାରଙ୍କ ଆନ୍ତରିକତାକୁ ପଦାରେ ପକାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story