ଜମି ମାଫିଆଠୁ ବଳି ଯାଇଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲ୍ୟାଣ୍ଡ ବ୍ୟାଙ୍କରେ ଜମି ଅଧିଗ୍ରହଣ କରିବା ଆଳରେ ଗରିବ ଚାଷୀଙ୍କ ଜମିକୁ ରାଜ୍ୟ ସରକାର ଛଡ଼ାଇ ନେଇଛନ୍ତି। ଜମି ହାତେଇବା ପାଇଁ ଜମି ମାଫିଆଙ୍କଠୁ ବି ରାଜ୍ୟ ସରକାର ବଳିଯାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶିଳ୍ପାୟନ ନାଁରେ ଚାଷୀମାନଙ୍କ ସରକାର ଛଡ଼ାଇ ନେଇଥିବା ଜମିରେ ସରକାର ଶିଳ୍ପ ପ୍ରତିଷ୍ଠା କରୁନାହାନ୍ତି କି ସେହି ଜମିକୁ ଚାଷୀଙ୍କୁ […]

kv_singh_deo_bjp-650x4301

kv_singh_deo_bjp-650x4301

Manoranjan Sial
  • Published: Wednesday, 06 February 2019
  • Updated: 06 February 2019, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲ୍ୟାଣ୍ଡ ବ୍ୟାଙ୍କରେ ଜମି ଅଧିଗ୍ରହଣ କରିବା ଆଳରେ ଗରିବ ଚାଷୀଙ୍କ ଜମିକୁ ରାଜ୍ୟ ସରକାର ଛଡ଼ାଇ ନେଇଛନ୍ତି। ଜମି ହାତେଇବା ପାଇଁ ଜମି ମାଫିଆଙ୍କଠୁ ବି ରାଜ୍ୟ ସରକାର ବଳିଯାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶିଳ୍ପାୟନ ନାଁରେ ଚାଷୀମାନଙ୍କ ସରକାର ଛଡ଼ାଇ ନେଇଥିବା ଜମିରେ ସରକାର ଶିଳ୍ପ ପ୍ରତିଷ୍ଠା କରୁନାହାନ୍ତି କି ସେହି ଜମିକୁ ଚାଷୀଙ୍କୁ ମଧ୍ୟ ଫେରସ୍ତ କରୁନାହାନ୍ତି। ଏପରିକି ସେହି ଜମି ପାଇଁ ଚାଷୀମାନେ ପାଇବାକୁ ଥିବା ପ୍ରାପ୍ୟ ମଧ୍ୟ ସରକାର ଦେଉ ନାହାନ୍ତି। ଶିଳ୍ପ ସ୍ଥାପନ ପାଇଁ ଲ୍ୟାଣ୍ଡବ୍ୟାଙ୍କ୍ ସୃଷ୍ଟି ଆଳରେ ଜମି ମାଫିଆଙ୍କ ଭଳି ନବୀନ ପଟ୍ଟନାୟକ ସରକାର ରାଜ୍ୟବ୍ୟାପୀ ଏଭଳି ଆଚରଣ କରିଛନ୍ତି। ରାଜ୍ୟ ସରକାରଙ୍କର ଏହି ଚାଷୀ ବିରୋଧୀ, ଯୁବକ ବିରୋଧୀ ଏବଂ ଶିଳ୍ପ ବିରୋଧୀ ନୀତି ଆଜି ଦାଣ୍ଡରେ ପଡ଼ି ହାଟରେ ଗଡୁଛି ବୋଲି ସେ କହିଛନ୍ତି।

ସରକାରଙ୍କ ଏଭଳି ଦାଦାଗିରି ଓ ଦଲାଲି ସମ୍ପର୍କରେ ଉଦାହରଣ ଦେଇ ଶ୍ରୀ ସିଂହଦେଓ କହିଛନ୍ତି ଯେ, ୨୦୧୧ ମସିହାରେ ରାଜ୍ୟ ସରକାର ରେମୁଣାରେ ଶିଳ୍ପ ପ୍ରତିଷ୍ଠା ନାଁରେ ରେମୁଣା ଅଞ୍ଚଳର ୩ଟି ପଞ୍ଚାୟତ ଯଥା ନରହରିପୁର, ଖରିଦମୁଖୁରା, ନୂଆପାଢୀର ୯ଟି ମୌଜାର ୧୦୯୯ ଏକର ଚାଷ ଜମିକୁ ଅଧିଗ୍ରହଣ କରିଥିଲେ। ଏସବୁ ଜମିର ମୂଲ୍ୟ ପ୍ରାୟ ୬୦୦କୋଟି ହେବ। ମାତ୍ର ପରିତାପର ବିଷୟ ଯେ ରାଜ୍ୟ ସରକାର ଏସବୁ ଜମିକୁ ଲ୍ୟାଣ୍ଡ ବ୍ୟାଙ୍କ ପଲିସି ଅନୁସାରେ ଅଧିଗ୍ରହଣ କରିଥିଲେ ମଧ୍ୟ ଜମି ହରାଇଥିବା ଚାଷୀଙ୍କୁ ଏବାବଦରେ ଟଙ୍କାଟିଏ ବି ପ୍ରାପ୍ୟ ଦେଇନାହାନ୍ତି। ୮ବର୍ଷ ପରେ ମଧ୍ୟ ସେଠାରେ ଗୋଟିଏ ବି ଶିଳ୍ପ ପ୍ରତିଷ୍ଠା ହୋଇନି। ଏପରି ସ୍ଥିତିରେ ସ୍ଥାନୀୟ ଲୋକମାନଙ୍କର ଭାଗ୍ୟକୁ ରାଜ୍ୟ ସରକାର ଅନ୍ଧାରକୁ ଠେଲି ଏକ ଅର୍ଥନୀତିକ ଜରୁରୀକାଳିନ ସ୍ଥିତିକୁ ଠେଲି ଦେଇଛନ୍ତି।

ରେମୁଣା ଅଞ୍ଚଳରେ ରାଜ୍ୟ ସରକାର ଜମି ନେଇଥିବା ୧୦୦୦ ପରିବାରର ୩୦ ହଜାର ଲୋକ ଏବେ କ୍ଷତିଗ୍ରସ୍ତ। ପ୍ରଥମତଃ ସେମାନେ ଏବେ ସୁଦ୍ଧା ସରକାରଙ୍କ ଠାରୁ ଟଙ୍କାଟିଏ ପାଇନାହାନ୍ତି କିନ୍ତୁ ସେମାନଙ୍କ ଜମି ସବୁ ସରକାରୀ ସଂସ୍ଥା ‘ଇଡକୋ’ ନାଁରେ ରେଜିଷ୍ଟ୍ରି ହୋଇସାରିଛି । ଯାହାଫଳରେ ସେମାନେ ନିଜର ପୈତୃକ ଜମିରେ ଚାଷ କି ବିକ୍ରି କରିପାରୁନାହାନ୍ତି। ସରକାରଙ୍କର ଶିଳ୍ପ ବିଭାଗରେ ଦାୟିତ୍ୱରେ ଥିବା ମନ୍ତ୍ରୀ ଅନନ୍ତ ଦାସ ବାଲେଶ୍ୱର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି, ମୁଖ୍ୟମନ୍ତ୍ରୀ ମଧ୍ୟ ଯେତେବେଳେ ବାଲେଶ୍ୱର ଯା’ନ୍ତି ଶିଳ୍ପାୟନର ସୁନେଲି ସ୍ୱପ୍ନ ଦେଖାନ୍ତି। ବାଲେଶ୍ୱର ସାଂସଦ ଏବଂ ଶିଳ୍ପ ମନ୍ତ୍ରୀଙ୍କୁ ଲୋକମାନେ ଅଭିଯୋଗ ଜଣାଇବାରୁ ଫାଇଲ ତୃତୀୟ ମହଲାରେ ଅଛି ବୋଲି ସେମାନେ କହୁଛନ୍ତି।

ଲୋକମାନଙ୍କୁ ଭଣ୍ଡାଇ ସେହି ମୂଲ୍ୟବାନ ଜମିକୁ ଶାସକ ବିଜେଡିର ବିଧାୟକ ଓ ସାଂସଦମାନେ ସରକାରୀ କଳକୁ ହାତେଇ ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରେମୁଣାର ବିଧାୟକ ଗୋବିନ୍ଦ ଦାସ, ବିଜେପିର ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ବାଲେଶ୍ୱର ଲୋକସଭା ସହ ପ୍ରଭାରୀ ଅଜୟ ମିଶ୍ର ପ୍ରମୁଖଙ୍କ ସମେତ କ୍ଷତିଗ୍ରସ୍ତ ଜମି ମାଲିକମାନେ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story