ବଦଳିଲା ‘କାଳିଆ’ ଗାଇଡଲାଇନ୍, ଭୂମିହୀନଙ୍କୁ ସହାୟତା ନେଇ ପଶିଲା କେଁ

ଭୁବନେଶ୍ୱର(ପ୍ରକାଶ ସେଠୀ): ନିର୍ବାଚନ ପୂର୍ବରୁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରି ପ୍ରତ୍ୟେକ ହିତାଧିକାରୀଙ୍କ ପରିବାରକୁ ୫ହଜାର ଟଙ୍କା ବାଣ୍ଟୁଥିବା ରାଜ୍ୟ ସରକାରଙ୍କ ଏବେ ଚେତା ପଶିଛି। ଭୂମିହୀନ ଆବେଦନକାରୀ ହିତାଧିକାରୀଙ୍କ ଲମ୍ବା ତାଲିକା ଦେଖିବା ପରେ ରାଜ୍ୟ ସରକାର ‘କାଳିଆ’ ଯୋଜନାର ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି। ‘ଭୂମିହୀନ କୃଷି ଶ୍ରମିକ’ ପରିବାରକୁ ୧୨ହଜାର ୫୦୦ଟଙ୍କାର ସହାୟତା ଜାରି କରିବା ପୂର୍ବରୁ ସରକାର ସେଥିରେ ଏଭଳି ଏକ ସର୍ତ୍ତ ରଖିଛନ୍ତି ଯାହାକୁ ପୂରଣ କରିବା ଭୂମିହୀନ ପରିବାରଗୁଡ଼ିକ ପକ୍ଷେ […]

kalia

kalia

Manoranjan Sial
  • Published: Saturday, 02 February 2019
  • Updated: 02 February 2019, 09:52 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ନିର୍ବାଚନ ପୂର୍ବରୁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରି ପ୍ରତ୍ୟେକ ହିତାଧିକାରୀଙ୍କ ପରିବାରକୁ ୫ହଜାର ଟଙ୍କା ବାଣ୍ଟୁଥିବା ରାଜ୍ୟ ସରକାରଙ୍କ ଏବେ ଚେତା ପଶିଛି। ଭୂମିହୀନ ଆବେଦନକାରୀ ହିତାଧିକାରୀଙ୍କ ଲମ୍ବା ତାଲିକା ଦେଖିବା ପରେ ରାଜ୍ୟ ସରକାର ‘କାଳିଆ’ ଯୋଜନାର ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି। ‘ଭୂମିହୀନ କୃଷି ଶ୍ରମିକ’ ପରିବାରକୁ ୧୨ହଜାର ୫୦୦ଟଙ୍କାର ସହାୟତା ଜାରି କରିବା ପୂର୍ବରୁ ସରକାର ସେଥିରେ ଏଭଳି ଏକ ସର୍ତ୍ତ ରଖିଛନ୍ତି ଯାହାକୁ ପୂରଣ କରିବା ଭୂମିହୀନ ପରିବାରଗୁଡ଼ିକ ପକ୍ଷେ ପ୍ରାୟତଃ ସମ୍ଭବପର ହେବନି। ଏପରିକି ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସମସ୍ତ ଚାଷୀ ପରିବାରଙ୍କୁ ସହାୟତା ଦେଇପାରିବେ ନାହିଁ ବୋଲି ଗତକାଲି ଜାରି ହୋଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ରହିଛି। ସରକାର କାଳିଆ ଯୋଜନାରେ ମୋଟ ୧୦ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ସହାୟତା ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଏହି ବର୍ଗରେ ୨୨ଲକ୍ଷ ଆବେଦନ ପତ୍ର ମିଳିଛି। ଯାହା ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର କାଳିଆ ଯୋଜନାରେ ମୋଟ ୩୦.୧୬ଲକ୍ଷ ଚାଷୀ ପରିବାରକୁ ଅଢ଼େଇ ବର୍ଷ ମଧ୍ୟରେ ୫ଟି ପର୍ଯ୍ୟାୟରେ ୨୫ହଜାର ଟଙ୍କା ଓ ୧୦ଲକ୍ଷ ‘ଭୂମିହୀନ ଚାଷୀ ପରିବାର’ଙ୍କୁ ୧୨ହଜାର ୫୦୦ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବେ। ତେବେ ଡିସେମ୍ବର ୨୧ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ‘କାଳିଆ’ ଯୋଜନାର ଦ୍ୱିତୀୟ ବର୍ଗରେ ମାତ୍ର ୧ଲକ୍ଷ ‘ଭୂମିହୀନ ଚାଷୀ ପରିବାର’କୁ ଜୀବିକା ସହାୟତା ମିଳିବ। ବାକି ୯ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ୨୦୧୯-୨୦ ଓ ୨୦୨୦-୨୧ ମସିହାରେ ସହାୟତା ମିଳିବ।

ତେବେ ଏହି ପରିବାରକୁ ମିିଳିବାକୁ ଥିବା ୧୨ହଜାର ୫୦୦ଟଙ୍କା ସହାୟତାକୁ ରାଜ୍ୟ ସରକାର ୩ଟି କିସ୍ତିରେ ଦେବେ। ଆସନ୍ତା ମାସକ ମଧ୍ୟରେ ୫ହଜାର ଟଙ୍କାର ପ୍ରଥମ କିସ୍ତି ପାଇବା ପରେ ଭୂମିହୀନ ଚାଷୀ ପରିବାରକୁ ଏହି ଅର୍ଥ ମାଧ୍ୟମରେ ୬ମାସ ମଧ୍ୟରେ ଯେକୌଣସି ‘ଉପାର୍ଜନର ସ୍ରୋତ’ କରିଥିବା ଦେଖାଇବାକୁ ପଡ଼ିବ। ଏଥିପାଇଁ କୃଷି ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଏସବୁ ପରିବାରର ଅତିକମରେ ୨ଜଣଙ୍କୁ ଆବଶ୍ୟକ ତାଲିମ ମଧ୍ୟ ମିଳିବ। ଯଦି କୌଣସି ପରିବାର ନିଜ ପସନ୍ଦ ଅନୁସାରେ ଉପାର୍ଜନର ସ୍ରୋତ ଯଥା-ଛେଳିମେଣ୍ଢା ପାଳନ,କୁକୁଡ଼ା ପାଳନ,ପକ୍ଷୀ,ମାଛ ଚାଷ,ମହୁ ଓ ଛତୁ ଚାଷ ଆଦି କରିନଥିବେ ସେମାନଙ୍କୁ ଆଉ ଦ୍ୱିତୀୟ ପର୍ଯ୍ୟାୟରେ ବାକି ଥିବା ୭,୫୦୦ଟଙ୍କା ମିଳିବ ନାହିଁ ବୋଲି ସର୍ତ୍ତ ରଖାଯାଇଛି। ଏନେଇ ଖୁବଶୀଘ୍ର ବିଭାଗ ପକ୍ଷରୁ ମୋଡାଲିଟି ପ୍ରସ୍ତୁତ କରାଯିବ।

ଆହୁରି ମଧ୍ୟ ବିଭାଗ ସ୍ପଷ୍ଟ କରିଛିି ଯେ, ଏହି ଯୋଜନା ନିମନ୍ତେ ସମସ୍ତ ସହାୟତାକୁ ୨୦୧୮-୧୯ ମସିହା ପାଇଁ ଆବଣ୍ଟିତ ଅର୍ଥ ମଧ୍ୟରେ ସୀମିତ ରଖିବାକୁ ପଡ଼ିବ। ସୂଚନା ଅନୁସାରେ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ୨୦୧୮-୧୯ ମସିହାରେ ୧ଲକ୍ଷ ଭୂମିହୀନ ଚାଷୀ ପରିବାର ପରିବର୍ତ୍ତେ ଏହି ବର୍ଗର ୫ଲକ୍ଷ ପରିବାରକୁ ସହାୟତା ଦେବା ଜରୁରୀ ବୋଲି ଅନୁଭବ କରିଛନ୍ତି। ତେବେ ଚଳିତବର୍ଷ ମାତ୍ର ୧ଲକ୍ଷ ଭୂମିହୀନ ଚାଷୀ ପରିବାର ଏହି ସହାୟତା ପାଇବେ ଓ ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକର ହିତାଧିକାରୀଙ୍କୁ ଏକ୍ଷେତ୍ରରେ ଅଗ୍ରାଧିକାର ମିଳିବ।

ସରକାରୀ ହିସାବରେ ରାଜ୍ୟରେ ମୋଟ ୬୭.୩୯ଲକ୍ଷ ପରିବାର(ସବୁ ବର୍ଗର ଚାଷୀ ଓ କୃଷି ଶ୍ରମିକ) ଥିବାବେଳେ ଏଥିରୁ ମାତ୍ର ୩୦ ପ୍ରତିଶତ ପରିବାର ପାଖରେ ଏହି ସହାୟତା ପହଞ୍ଚିବ ବୋଲି ଜଣାପଡ଼ିଛି। ତେଣୁ ‘କାଳିଆ’ ଯୋଜନାରେ ସମସ୍ତ ଚାଷୀ ପରିବାରକୁ ଚଳିତ ଆର୍ଥିକ ବର୍ଷରେ ୫ହଜାର ଟଙ୍କା ଦେବା ସରକାରଙ୍କ ପକ୍ଷରେ ସମ୍ଭବପର ହେଉନଥିବାରୁ ତାହା ନିର୍ବାଚନ ବେଳେ ବିଜେଡି ସରକାର ପାଇଁ ‘ବୁମେରାଂ’ ପାଲଟିବାର ଆଶଙ୍କା ବଢ଼ିବଢ଼ି ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story