ପିଆଜ ଦର ନିୟନ୍ତ୍ରଣ ଚିନ୍ତା; ବ୍ୟବସାୟୀଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ତତ୍ପରତା ଦେଖାଇଛନ୍ତି।  ପିଆଜର କୃତ୍ରିମ ଅଭାବ ଓ ଦର ନିୟନ୍ତ୍ରଣରେ ରଖିବା ଲାଗି ପିଆଜ ବ୍ୟବସାୟୀଙ୍କ ସହ ସରକାର ଆଲୋଚନା କରିଛନ୍ତି । ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ କଟକ ଓ ଭୁବନେଶ୍ୱରର ପିଆଜ ହୋଲସେଲ ବ୍ୟବସାୟୀଙ୍କୁ ଡାକି ଆଲୋଚନା କରାଯିବା ସହ ଦର ନିୟନ୍ତ୍ରଣ ଲାଗି ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ପିଆଜ ଯୋଗାଣ ଅବ୍ୟାହତ ରଖିବା ଏବଂ ବଜାରକୁ ଯଥେଷ୍ଟ ପରିମାଣର ପିଆଜ ଛାଡ଼ିବାକୁ ସରକାର ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୧୫ ଦିନ ମଧ୍ୟରେ ନାସିକରୁ ପିଆଜ ଆସିବା ଅନୁମାନ କରାଯାଉଛି। ସେ ପର୍ଯ୍ୟନ୍ତ ପିଆଜ ଦର ଉପରେ ନିଘା ରଖିବା ସହ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ସରକାର ନେବେ। ଏହି ସମୟ ମଧ୍ୟରେ ପିଆଜ ବଜାରକୁ ନ ଆସିଲେ ସରକାର ବଜାରରେ ହସ୍ତକ୍ଷେପ କରିବେ। ସେହିଭଳି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି ବେଳେ ହୋଲସେଲ ବ୍ୟବସାୟୀମାନେ କ୍ୟାସ ମେମୋ ଦେବା ଲାଗି ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଜଣେ ଗ୍ରାହକ କହିଛନ୍ତି- “ବଜାରରେ ପିଆଜ ଦର ସବୁବେଳେ ଅଧିକ ରହୁଛି। ଏହା ଆଜିର ଦୁଃଖ ନୁହେଁ, ବର୍ଷସାରା ପିଆଜ  ଦର ଚଢ଼ା ରହୁଛି। ଶୀତଳ ଭଣ୍ଡାର ଉପରେ ସରକାର ପଦକ୍ଷେପ ନେଲେ ବଜାରରେ ପିଆଜ ଦର ଏତେ ଅଧିକ ହୁଅନ୍ତା ନାହିଁ।”

Ordigital Desk
• Published: Friday, 17 November 2017
• Updated: 17 November 2017, 09:11 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ତତ୍ପରତା ଦେଖାଇଛନ୍ତି।  ପିଆଜର କୃତ୍ରିମ ଅଭାବ ଓ ଦର ନିୟନ୍ତ୍ରଣରେ ରଖିବା ଲାଗି ପିଆଜ ବ୍ୟବସାୟୀଙ୍କ ସହ ସରକାର ଆଲୋଚନା କରିଛନ୍ତି । ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ କଟକ ଓ ଭୁବନେଶ୍ୱରର ପିଆଜ ହୋଲସେଲ ବ୍ୟବସାୟୀଙ୍କୁ ଡାକି ଆଲୋଚନା କରାଯିବା ସହ ଦର ନିୟନ୍ତ୍ରଣ ଲାଗି ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ପିଆଜ ଯୋଗାଣ ଅବ୍ୟାହତ ରଖିବା ଏବଂ ବଜାରକୁ ଯଥେଷ୍ଟ ପରିମାଣର ପିଆଜ ଛାଡ଼ିବାକୁ ସରକାର ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୧୫ ଦିନ ମଧ୍ୟରେ ନାସିକରୁ ପିଆଜ ଆସିବା ଅନୁମାନ କରାଯାଉଛି। ସେ ପର୍ଯ୍ୟନ୍ତ ପିଆଜ ଦର ଉପରେ ନିଘା ରଖିବା ସହ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ସରକାର ନେବେ। ଏହି ସମୟ ମଧ୍ୟରେ ପିଆଜ ବଜାରକୁ ନ ଆସିଲେ ସରକାର ବଜାରରେ ହସ୍ତକ୍ଷେପ କରିବେ। ସେହିଭଳି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି ବେଳେ ହୋଲସେଲ ବ୍ୟବସାୟୀମାନେ କ୍ୟାସ ମେମୋ ଦେବା ଲାଗି ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଜଣେ ଗ୍ରାହକ କହିଛନ୍ତି- “ବଜାରରେ ପିଆଜ ଦର ସବୁବେଳେ ଅଧିକ ରହୁଛି। ଏହା ଆଜିର ଦୁଃଖ ନୁହେଁ, ବର୍ଷସାରା ପିଆଜ  ଦର ଚଢ଼ା ରହୁଛି। ଶୀତଳ ଭଣ୍ଡାର ଉପରେ ସରକାର ପଦକ୍ଷେପ ନେଲେ ବଜାରରେ ପିଆଜ ଦର ଏତେ ଅଧିକ ହୁଅନ୍ତା ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos