ଅଗ୍ନିଶମ ବାହିନୀରେ ରହିବ ଷ୍ଟ୍ରାଇକିଂ ଫୋର୍ସ: କାର୍ଯ୍ୟ କରିବ ୩ଟି ୟୁନିଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଗ୍ନିଶମ ବାହିନୀରେ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ ହେବ । ରାଜ୍ୟର ୩ଟି ଆରଡିସି ଜୋନ(କଟକ, ସମ୍ବଲପୁର ଓ ବ୍ରହ୍ମପୁର)ରେ ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସର ରେଞ୍ଜ ହେଡକ୍ୱାର୍ଟର ରହିବା ସହ ୩ଟି ୟୁନିଟ୍ ମଧ୍ୟ କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଷ୍ଟ୍ରାଇକିଂ ଫୋର୍ସ ଗଠନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ […]

fire service

fire service

Ordigital Desk
  • Published: Monday, 29 August 2022
  • Updated: 29 August 2022, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଗ୍ନିଶମ ବାହିନୀରେ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ ହେବ । ରାଜ୍ୟର ୩ଟି ଆରଡିସି ଜୋନ(କଟକ, ସମ୍ବଲପୁର ଓ ବ୍ରହ୍ମପୁର)ରେ ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସର ରେଞ୍ଜ ହେଡକ୍ୱାର୍ଟର ରହିବା ସହ ୩ଟି ୟୁନିଟ୍ ମଧ୍ୟ କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଷ୍ଟ୍ରାଇକିଂ ଫୋର୍ସ ଗଠନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଅଗ୍ନିଶମ ବାହିନୀ ଅଧୀନରେ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ଦେଇଛନ୍ତି । ନିଷ୍ପତ୍ତି ଅନୁସାରେ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍‌ରେ ଏହି ଷ୍ଟ୍ରାଇକିଂ ଫୋର୍ସର ୩ଟି ରେଞ୍ଜ ହେଡକ୍ୱାର୍ଟର ରହିବ । ପ୍ରତ୍ୟେକ ରେଞ୍ଜ ହେଡକ୍ୱାର୍ଟର ପାଇଁ ୪୮ଟି ପଦବୀ ସମେତ ମୋଟ ୧୪୪ଟି ପଦବୀ ସୃଷ୍ଟି ହେବ । ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍‌, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ ।

ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ବା ଦୁର୍ଘଟଣା ସମୟରେ ଓଡ଼ିଶା ଅଗ୍ନିଶମ ସେବା ‘ଫାୟାର ରେସପଣ୍ଡର’ ଭାବରେ କାର୍ଯ୍ୟ କରୁଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ତେଣୁ ଅଗ୍ନିଶମ ବାହିନୀକୁ ଅଧିକ ଆଧୁନିକ ଦକ୍ଷତା ଥିବା ଏକ ସ୍ୱତନ୍ତ୍ର ଫୋର୍ସର ଆବଶ୍ୟକତା ରହିଛି ଯାହାଫଳରେ ଯେକୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ଏମାନଙ୍କୁ ତ୍ୱରିତ୍ ଉପଯୋଗ କରାଯାଇପାରିବ । ଏହି ବାହିନୀକୁ ଅତ୍ୟାଧୁନିକ ଯନ୍ତ୍ରାଂଶ, ଉପକରଣ ଓ ସୁବିଧା ଯୋଗାଇ ଦିଆଯିବ ।
ଏହି ବୈଠକରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସମେତ ମୁଖ୍ୟ ସଚିବ, ଗୃହ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ମଧ୍ୟ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos