ଚର୍ଚ୍ଚାରେ ପୋଷ୍ଟର ପିଲା: ନବୀନଙ୍କ ସହ କଥା ହେଲେ,ବଗିଚା ବୁଲିଲେ
ଭୁବନେଶ୍ୱର:  ଶିଶୁ ଦିବସ ପାଳନ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ‘ଆମେ ପଢ଼ିବୁ, ଆମେ ଗଢ଼ିବୁ’ ପୋଷ୍ଟରରେ ଥିବା ଛାତ୍ରଛାତ୍ରୀ ଏବେ ଚର୍ଚ୍ଚାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୋଷ୍ଟରରେ ରହି ରାତାରାତି ସାରା ରାଜ୍ୟରେ ଚିହ୍ନା ମୁହଁ ପାଲଟି ଯାଇଛନ୍ତି। ସେମାନେ ହେଲେ ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲର ଛାତ୍ରଛାତ୍ରୀ। ‘ଆମେ ପଢ଼ିବୁ, ଆମେ ଗଢ଼ିବୁ’ର ପୋଷ୍ଟର ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇବାକୁ ନଭେମ୍ବର ୯ତାରିଖରେ ନବୀନ ନିବାସ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରୁ ମୁଖ୍ୟମନ୍ତ୍ରୀ ଫଟୋ ସେସନ୍ ଆରମ୍ଭ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ପିଲାଙ୍କ ସହ ଖୁସିଗପ କରିବା ସହ ସେମାନଙ୍କୁ କୋଲ୍ଡ ଡ୍ରିଙ୍କ୍ସ ଏବଂ ଚକୋଲେଟ୍ ଦେଇଥିଲେ। ପିଲାଙ୍କୁ ନବୀନ ନିବାସ ପରିସରରେ ଥିବା ବଗିଚା ଭିତରକୁ ବୁଲାଇ ନେଇଥିଲେ। ଏହି ସମୟରେ ପିଲାମାନେ ଏକ ଗଛ ସମ୍ପର୍କରେ ପଚାରିଥିଲେ। ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଥିଲେ,ଏଇଟା କମଳା ନୁହେଁ, ଲେମ୍ବୁ ଗଛ। ଏହା ଖଟା ଲାଗେ ଏବଂ ଏଥରୁ ଆଚାର ତିଆରି ହୁଏ। ମୁଖ୍ୟମନ୍ତ୍ରୀ ପିଲାଙ୍କୁ କ’ଣ ଖାଇଛ ବୋଲି ପଚାରିଥିଲେ। ପିଲାମାନେ ଡାଲି, ଭାତ ଆଉ ତରକାରି ଖାଇକି ଆସିଥିବା କହିଥିଲେ। ସେ ମଧ୍ୟ ଡାଲି, ଭାତ ଆଉ ତରକାରି ଖାଇଥିବା କହିଥିଲେ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।  ଏହି ସମୟ ଭିତରେ ଫଟୋ ସେସନ୍ ସରିଯାଇଥିଲା। ପରେ ନବୀନ ପଟ୍ଟନାୟକ ପିଲାଙ୍କୁ ଗେଟ୍ ଯାଏଁ ଆସି ବିଦାୟ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସହ ପୋଷ୍ଟରରେ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ ହେଉଛନ୍ତି ବାଲେମା ହେସାଃ,ଚରଣ ମାର୍ଣ୍ଡି, କାଶୀନାଥ ହେମ୍ବ୍ରମ, ଦୁଃଖୀରାମ ହାଁସଦା ଓ ମୀନତି ମୁର୍ମୁ।
Ordigital Desk
• Published: Friday, 17 November 2017
• Updated: 17 November 2017, 09:56 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos