ଏବେ ଭୟର ନୁହେଁ, ମଣିଷପଣିଆର ସମୟ ଆସିଛି : ବାଗଚୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଓ ଏହାର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଏବେ ରାଜ୍ୟବାହାରେ ଘରବାହୁଡ଼ା ଅପେକ୍ଷାରେ ଥିବା ୫ଲକ୍ଷ ଲୋକଙ୍କ ଫେରିବାକୁ ନେଇ ଆଶଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି। ଏବେ ଭୟର ନୁହେଁ, ମାନବିକତା ଓ ମଣିଷପଣିଆର ସମୟ ଆସିଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି। ଆଜି ନିୟମିତ ସ୍ୱାସ୍ଥ୍ୟ ବୁଲେଟିନରେ ଶ୍ରୀ ବାଗଚୀ କହିଛନ୍ତି ଯେ, ଗୋଟିଏପଟେ ରହିଛି ମାନବିକତା। […]

5bn

5bn

Tapas Behera
  • Published: Thursday, 30 April 2020
  • Updated: 30 April 2020, 09:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଓ ଏହାର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଏବେ ରାଜ୍ୟବାହାରେ ଘରବାହୁଡ଼ା ଅପେକ୍ଷାରେ ଥିବା ୫ଲକ୍ଷ ଲୋକଙ୍କ ଫେରିବାକୁ ନେଇ ଆଶଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି। ଏବେ ଭୟର ନୁହେଁ, ମାନବିକତା ଓ ମଣିଷପଣିଆର ସମୟ ଆସିଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି।

ଆଜି ନିୟମିତ ସ୍ୱାସ୍ଥ୍ୟ ବୁଲେଟିନରେ ଶ୍ରୀ ବାଗଚୀ କହିଛନ୍ତି ଯେ, ଗୋଟିଏପଟେ ରହିଛି ମାନବିକତା। ଅଭାବନୀୟ ଓ ଆଶଙ୍କିତ ପରିବେଶ ମଧ୍ୟରେ ଯିଏ ଯେଉଁଠି ଅଟକ ପଡ଼ିଛନ୍ତି । ସେହି ଅଟକ ଥିବା ମଣିଷଟି କାହାର ପୁଅ, ଭାଇ, ଝିଅ, ବନ୍ଧୁ ଅବା କୁଟୁମ୍ବ। ଅଥଚ ତାକୁ ଫେରାଇ ଆଣିବା ନେଇ ଅନେକ ଲୋକଙ୍କ ମନରେ ଭୟ ଓ ଆଶଙ୍କା ରହିଛି  ୫ଲକ୍ଷ ଓଡ଼ିଆ ଫେରି ଆସିଲେ, ସଂକ୍ରମଣ ଅଧିକ ହେଇପାରେ ବୋଲି କିଛି ଲୋକ ଆଶଙ୍କା କରୁଛନ୍ତି। ତେବେ ଏବେ ମାନବିକତା ଓ ମଣିଷପଣିଆର ସମୟ ଆସିଛି , ଭୟର ନୁହେଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଏହା ହେଉଛି ୪ଟି ପର୍ଯ୍ୟାୟର ଖେଳ। ଜନ ସହଯୋଗରେ ୩ଟି ପର୍ଯ୍ୟାୟରେ ଓଡ଼ିଶା ସଫଳ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ସଂକ୍ରମଣ ନେଇ ଆସିଥିବା ବ୍ୟକ୍ତି, ତା’ପରେ ତବଲିଗି ଜମାତ ଓ ଶେଷରେ ପଶ୍ଚିମବଙ୍ଗରୁ ସଂକ୍ରମଣ ନେଇ ଫେରିଥିବା ବ୍ୟକ୍ତି। ଏବେ ୫ଲକ୍ଷ ଭାଇଭଉଣୀଙ୍କୁ ନିଜର କରିବାବେଳେ ଚତୁର୍ଥ ପର୍ଯ୍ୟାୟର ସଂକ୍ରମଣର ଆଶଙ୍କା ରହିବ। ତେବେ ପୂର୍ବର ପର୍ଯ୍ୟାୟଗୁଡ଼ିକ ତୁଳନାରେ ସରକାର ଏବେ ଅଧିକ ପ୍ରସ୍ତୁତ ଅଛନ୍ତି। ୩୦ଟି ଜିଲ୍ଲାରେ ରହିଛି ବିଶେଷ ଚିକିତ୍ସା ବ୍ୟବସ୍ଥା। ଏହା ସରକାରଙ୍କ ପ୍ରସ୍ତୁତିର କ୍ଷମତାକୁ ଦର୍ଶାଉଛି। ୬୭୯୮ଟି ପଂଚାୟତର କେଉଁ ଲୋକେ, କେବେ ଆସିବ କେଉଁଠିକି ଆସିବ ସେ  ସମ୍ପର୍କରେ ତଥ୍ୟ ସରକାରଙ୍କ ହାତରେ ଅଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପାଳନ କରି ଓଡ଼ିଶା ଫେରନ୍ତା ୫ଲକ୍ଷ ଲୋକଙ୍କୁ ଆପଣାଇ ନେବାକୁ ସରକାର ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି।

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ୬୭୯୮ଟି ପଂଚାୟତରେ ୭୧୮୨ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ ହୋଇଛି। ଏଥିରେ ମୋଟ ୧ଲକ୍ଷ ୭୬ହଜାର ୫୯୧ଟି ବେଡ୍ ରହିଛି। ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ମୋଟ ୩୧୬୯୬ଟି ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ଏବେସୁଦ୍ଧା ୧୪୨ଜଣଙ୍କ ଦେହରେ କରୋନା ପଜେଟିଭ୍ ଚିହ୍ନଟ ହୋଇଛି। ୩୯ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଥିବାବେଳେ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୦୨ରେ ରହିଛି। ଏବେବି ବିଭିନ୍ନ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ୧୮୨ଜଣ ଅଛନ୍ତି। କୋଭିଡ-୧୯ ନିୟମ ଓ ଗାଇଡଲାଇନ ଉଲ୍ଲଘଂନ କରିବା ଅଭିଯୋଗ ଏପ୍ରିଲ ୨୯ରୁ ୩୦ତାରିଖ ସକାଳ ପର୍ଯ୍ୟନ୍ତ ୨୪ଘଣ୍ଟା ମଧ୍ୟରେ ୨୭ଟି ମାମଲା ଦାଏର ହୋଇଛି। ବିଭିନ୍ନ ଅଭିଯୋଗରେ ୮୧ଜଣଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos