ସୂଚନା କମିଶନର ନିଯୁକ୍ତି ନେଇ ବୈଠକ

ଭୁବନେଶ୍ୱର: ରାଜ୍ୟ ସୂଚନା କମିଶନର ନିଯୁକ୍ତି ନେଇ ଆଜି ସଚିବାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଉପସ୍ଥିତ ଥିଲେ। ତେବେ ଆଜିର ଏହି ବୈଠକରେ ଏନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ  ପୁଣି ଏହି ବୈଠକ ବସିବ ଓ ସେଥିରେ  ନିଷ୍ପତ୍ତି ନିଆଯିବ।