ସାଥୀ ହୋଇ ଚାଲି ଯିବାକୁ ନିଷ୍ପତ୍ତି ନେଲେ; ଝୁଲିଗଲେ ପ୍ରେମିକା, ଡରିଗଲେ ପ୍ରେମିକ

ଯାଜପୁର(ଓଡ଼ିଶା ରିପୋର୍ଟର): ସ୍କୁଲ ଯିବା ବାଟରେ ହୋଇଗଲା ପ୍ରେମ। ୧୦ମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ପ୍ରେମ ଜାଲରେ ପକାଇ ଅନ୍ଧୁଣି ପ୍ରାୟ କରି ଦେଇଥିଲା ପାଖ ଗାଁର ଯୁବକ। ଦୁହେଁ ଏକାଠି ରହିବେ ବୋଲି ବି କଥା ଦେଇଥିଲେ। ହେଲେ ଘରେ ନମାନିବାରୁ ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ବାଛି ନେଲେ। ହେଲେ ପ୍ରେମିକା ଆତ୍ମହତ୍ୟା ପରେ ନିଜେ ଏଭଳି ପଦକ୍ଷେପ ନେବାକୁ ଆଉ ସାହସ ଜୁଟାଇ ପାରିଲାନି ପ୍ରେମିକ। ପ୍ରେମିକାଙ୍କ ଏଭଳି ଅବସ୍ଥା ଦେଖି ପଛଘୁଞ୍ଚା […]

police

police

Niranjan Mishra
  • Published: Sunday, 18 December 2022
  • Updated: 18 December 2022, 05:36 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ସ୍କୁଲ ଯିବା ବାଟରେ ହୋଇଗଲା ପ୍ରେମ। ୧୦ମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ପ୍ରେମ ଜାଲରେ ପକାଇ ଅନ୍ଧୁଣି ପ୍ରାୟ କରି ଦେଇଥିଲା ପାଖ ଗାଁର ଯୁବକ। ଦୁହେଁ ଏକାଠି ରହିବେ ବୋଲି ବି କଥା ଦେଇଥିଲେ। ହେଲେ ଘରେ ନମାନିବାରୁ ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ବାଛି ନେଲେ। ହେଲେ ପ୍ରେମିକା ଆତ୍ମହତ୍ୟା ପରେ ନିଜେ ଏଭଳି ପଦକ୍ଷେପ ନେବାକୁ ଆଉ ସାହସ ଜୁଟାଇ ପାରିଲାନି ପ୍ରେମିକ। ପ୍ରେମିକାଙ୍କ ଏଭଳି ଅବସ୍ଥା ଦେଖି ପଛଘୁଞ୍ଚା ଦେଇଦେଲେ। ଏଭଳି ଘଟଣା ଘଟିଛି ଯାଜପୁର ବାଲିଚନ୍ଦ୍ରପୁର ଥାନା ବାଡ଼ବାଲିକୁଦା ଗାଁରେ। ଗାଁରେ ଥିବା ସ୍କୁଲର ପରିତ୍ୟକ୍ତ ଘରୁ ମିଳିଛି ଛାତ୍ରୀଙ୍କ ମୃତଦେହ। ମୃତକ ଜଣକ ଗ୍ରାମର ପଙ୍କଜ ରାଉତଙ୍କ ଝିଅ ସାଇ ସ୍ୱରୂପା ରାଉତ।

ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅକୁ ସ୍କୁଲ ଯିବା ବାଟରେ ସେହି ଅଞ୍ଚଳର ସାଗର ବିଶ୍ୱାଳ ନାମକ ଯୁବକ ପ୍ରେମ ଜାଲରେ ପକାଇଥିଲା। ମୋବାଇଲ୍‌ରେ କଥାବାର୍ତ୍ତା ହେଉଥିବା ଜାଣିବା ପରେ ସେ ଝିଅକୁ ତାଗିଦ୍ କରିଥିଲେ। ତେବେ ଗତକାଲି ସନ୍ଧ୍ୟାରୁ ଝିଅ ଘରୁ କିଛି ଅଳଙ୍କାର ଓ ୩୦ ହଜାର ଟଙ୍କା ନେଇ ଚାଲି ଯାଇଥିଲେ। ସେପଟେ ଖବର ନେବାରେ ସମ୍ପୃକ୍ତ ଭଲପାଉଥିବା ଯୁବକ ମଧ୍ୟ ଘରୁ ଚାଲି ଯାଇଥିବା ଜାଣିବାକୁ ପାଇଥିଲେ। ବହୁ ସ୍ଥାନ ଖୋଜି ନିରାଶ ହେବା ପରେ ଆଜି ସ୍କୁଲ ଘରୁ ଝିଅର ମୃତଦେହ ମିଳିଛି। ଝିଅର ବେକରେ ରଶି ଲାଗିଥିବା ବେଳେ ସେ ତଳେ ବସିବା ଭଳି ରହିଥିଲା। ବୁଝିବା ବେଳେ ଜଣାପଡ଼ିଥିଲା ଝିଅକୁ କୁମନ୍ତ୍ରଣା କରି ଆଣିଥିବା ଯୁବକ ଏହି ଘଟଣା ନିମନ୍ତେ ଦାୟୀ ବୋଲି ଜଣାପଡ଼ିଛି। ଏହା ଆତ୍ମହତ୍ୟା ନୁହେଁ ହତ୍ୟା, ତେଣୁ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି।

ସେପଟେ ଜଣାପଡ଼ିଛି, ପ୍ରେମକୁ ଘରେ ସ୍ୱୀକାର ନ କରିବାରୁ ସାଗର ଓ ନାବାଳିକା ଜଣକ ବାଚ୍ଛାବଟ ସରକାରୀ ସ୍କୁଲରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ନାବାଳିକା ପ୍ରଥମେ ଆତ୍ମହତ୍ୟା କରିଥିଲେ। ଛଟପଟ ହୋଇ ସେ ମରି ଯାଇଥିଲେ। ଯାହା ଦେଖିବା ପରେ ଯୁବକ ଜଣକ ଆତ୍ମହତ୍ୟା କରିବାକୁ ପଛ ଘୁଞ୍ଚା ଦେଇଥିଲେ ଏବଂ ପୁଲିସକୁ ଫୋନ୍ କରି ରାତି ପ୍ରାୟ ୩ଟାରେ ସବୁ କଥା ଜଣାଇଥିଲେ। ପୁଲିସ୍ ପହଞ୍ଚି ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି।

ଏନେଇ ଯାଜପୁର ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ କହିଛନ୍ତି, ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତୁ ଜଣାପଡ଼ିଛି। ତେବେ ନାବାଳିକାଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବାରୁ ରିପୋର୍ଟ ମିଳିବା ପରେ ପ୍ରକୃତ କାରଣ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story