ଫାଙ୍କି ଦେଲେ ସରକାର ! ଋଣ ବୋଝ ପାଇଁ ଆତ୍ମହତ୍ୟା କରିନାହାଁନ୍ତି ବୃନ୍ଦା
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଚରିଥିଲା। ହାତ ଉଧାରି ବି ଆଣିଥିଲେ। ହେଲେ ଋଣବୋଝରୁ ବରଗଡ଼ର ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା କରିନାହାନ୍ତି। ଏପରି ଅଜବ ତଦନ୍ତ ରିପୋର୍ଟ ଦେଇ ବୃନ୍ଦାଙ୍କ ଆତ୍ମହତ୍ୟା କାରଣକୁ ଫାଙ୍କି ଦେବାକୁ ବସିଛନ୍ତି ବରଗଡ଼ ଜିଲ୍ଲା ପ୍ରଶାସନ। ଚିରାଚରିତ ଢଙ୍ଗରେ ରିପୋର୍ଟ ଦେଇ ଦୋଷ ଖସାଇବକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରିପୋର୍ଟରେ କୁହାଯାଇଛି, ବ୍ୟାଙ୍କ କିମ୍ବା ସୋସାଇଟିରୁ ଋଣ ନେଇ ନଥିଲେ ବୃନ୍ଦା। ହେଲେ ୩ରୁ ୪ ଲକ୍ଷ ଟଙ୍କା ହାତ ଉଧାରି କରିଥିଲେ। ଏପରିକି ଚକଡ଼ା ବି ଫସଲ ନଷ୍ଟ କରିଥିବା ପ୍ରଶାସନ ମାନିଛି। ଏହାସତ୍ତ୍ୱେ ଋଣ ବୋଝ ଯୋଗୁଁ ବୃନ୍ଦା ଆତ୍ମହତ୍ୟା କରି ନଥାଇ ପାରନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ରିପୋର୍ଟରେ ଆହୁରି କୁହାଯାଇଛି, ବୃନ୍ଦାଙ୍କ ପରିବାର ଲୋକେ ହାତ ଉଧାରି ନେଇଥିବା ମହାଜନଙ୍କ ନାଁ କିମ୍ବା ଏ ସଂପର୍କିତ ଦସ୍ତାବିଜ ଦେଇପାରୁନାହାନ୍ତି। ଚକଡା ପୋକ ଦ୍ୱାରା ବୃନ୍ଦାଙ୍କ ମୋଟ ୬ ଏକର ୫୮ ଡେସିମିଲ୍ ଜମିରେ ଫସଲ ନଷ୍ଟ  ହୋଇଛି। ତେବେ କେଉଁ ପରିସ୍ଥିତିରେ ବୃନ୍ଦା ବିଷ ପିଇଲେ ସେନେଇ ତାଙ୍କ ପରିବାର କିମ୍ବା ଅନ୍ୟ କେହି ଜାଣିନାହାନ୍ତି। ରିପୋର୍ଟର ଶେଷ  ଭାଗରେ ଋଣ ବୋଝ ଯୋଗୁଁ ବୃନ୍ଦା ଆତ୍ମତ୍ମହତ୍ୟା କରି ନଥାଇ ପାରନ୍ତି ବୋଲି ଉଲ୍ଲେଖ ରହିଛି।
ଏବେ ପ୍ରଶ୍ନ ଉଠୁଛି, ଏହା ଜିଲ୍ଲା ପ୍ରଶାସନର ଚିରାଚରିତ ରିପୋର୍ଟ କି, ନା ପ୍ରକୃତ କାରଣ ଉପରେ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ। କାହା ଚାପରେ ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଛି ? ତଥ୍ୟକୁ ଠିକ୍ ଭାବେ ଅନୁଧ୍ୟାନ ନ କରି କେବେଳ ଆଇ ଓ୍ୱାସ୍ ପାଇଁ ଏହି ରିପୋର୍ଟ କରାଯାଛି କି ?
ବୃନ୍ଦା ଆତ୍ମହତ୍ୟା ରିପୋର୍ଟକୁ ନେଇ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- “ସମବେଦନା ତ ଦେଲ ନାହିଁ, କଟା ଘାରେ ଚୂନ ଦିଅନି।”
ସେପଟେ କଂଗ୍ରେସ କହିଛି- “ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ କେବେ ସ୍ୱୀକାର  କରିନାହାନ୍ତି। ଏହି ପ୍ରସଙ୍ଗ ବିଧାନସଭାରେ ଉଠାଯିବ।
ଅନ୍ୟପକ୍ଷରେ ରାଜନୈତିକ ଫାଇଦା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଏପରି କହୁଥିବା କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି।
ବିଜେପି କେବଳ ମନ୍ତବ୍ୟ ଦେଇନାହିଁ, କୃଷିମନ୍ତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା କରି ଦଳ ରାମମନ୍ଦିର ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାମଙ୍କ କୁଶପୁତ୍ତୋଳିକା ଦାହ କରିଛି।
Ordigital Desk
• Published: Thursday, 16 November 2017
• Updated: 16 November 2017, 08:45 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos