ହକିର ଏନ୍ତୁଡ଼ିଶାଳରେ ଦାଦନ ଦୁଃଖ, ଷ୍ଟିକ୍ ବଦଳରେ ଜାଲ ଧରୁଛନ୍ତି ଜାତୀୟ ଖେଳାଳି

ସୁନ୍ଦରଗଡ଼ (ବିଜୟ ବରୁଆ): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ଜିତି ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି। ପୁରୁଷ ହକି ଦଳର ଏହି ସଫଳତା ପାଇଁ ଚାରିଆଡ଼ୁ ପ୍ରଶଂସା କରାଯାଉଛି। କିନ୍ତୁ ଭାରତୀୟ ହକି ଟିମର ସ୍ପନସର୍ ଥିବା ଓଡ଼ିଶାରେ କିଛି ଏମିତି ହକି ଖେଳାଳି ଅଛନ୍ତି, ଯିଏ ଜାତୀୟ ସ୍ତରରେ ଖେଳିବା ପରେ ଆଜି ଅଲୋଡ଼ା ହୋଇଯାଇଛନ୍ତି। ଆମେ କହୁଛୁ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲା ଲୁଲୁକିଡିହିର ୨୬ […]

santosh

santosh

Ranjit Kumar Jena
  • Published: Thursday, 12 August 2021
  • Updated: 12 August 2021, 05:25 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ଜିତି ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି। ପୁରୁଷ ହକି ଦଳର ଏହି ସଫଳତା ପାଇଁ ଚାରିଆଡ଼ୁ ପ୍ରଶଂସା କରାଯାଉଛି। କିନ୍ତୁ ଭାରତୀୟ ହକି ଟିମର ସ୍ପନସର୍ ଥିବା ଓଡ଼ିଶାରେ କିଛି ଏମିତି ହକି ଖେଳାଳି ଅଛନ୍ତି, ଯିଏ ଜାତୀୟ ସ୍ତରରେ ଖେଳିବା ପରେ ଆଜି ଅଲୋଡ଼ା ହୋଇଯାଇଛନ୍ତି। ଆମେ କହୁଛୁ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲା ଲୁଲୁକିଡିହିର ୨୬ ସନ୍ତୋଷ ମାଝୀଙ୍କ କଥା, ଯିଏ ଜରେ ଫୁଲ-ବ୍ୟାକ୍। ସେ ଜାତୀୟ ସିନିୟର ପୁରୁଷ ଚାମ୍ପିୟନଶିପରେ ରାଜ୍ୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। କିନ୍ତୁ ଆଜି ସନ୍ତୋଷ ପେଟ ପୋଷିବା ପାଇଁ ପ୍ରବାସୀ ଶ୍ରମିକ ସାଜିଛନ୍ତି।

ଯେଉଁ ଗାଁ’ର ପ୍ରବୋଧ ତୀର୍କି, ଇଗ୍ନେଶ ତୀର୍କି ଏବଂ ଦୀପଗ୍ରେସ ଏକ୍କାଙ୍କ ଭଳି ଅଲିମ୍ପିଆନ ଏବଂ ୮ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଖେଳାଳି ଦେଶ ଓ ରାଜ୍ୟ ପାଇଁ ସୁନାମ ଆଣିଥିବା ବେଳେ ସନ୍ତୋଷଙ୍କ ଭଳି ପ୍ରତିଭାବାନ ଖେଳାଳି ବର୍ତ୍ତମାନ ଦାଦନ ଖଟିବାକୁ ବାଧ୍ୟ ହୋଇଛନ୍ତି। ପିଲାଟି ବେଳୁ ଭଲ ଖେଳୁଥିବା ସନ୍ତୋଷ ଓଡିଶା ସ୍ପୋର୍ଟ୍ସ ସୁନ୍ଦରଗଡ଼ରେ ଚୟନ ହେଲା ପରେ ହଷ୍ଟେଲରେ ରହି ସବ ଜୁନିୟର, ଜୁନିୟର ଏବଂ ସିନିୟର ହକିରେ ଜାତୀୟ ସ୍ତରରେ ଖେଳିଥିଲେ। ଅନ୍ୟ ଖେଳାଳିଙ୍କ ପରି ସନ୍ତୋଷ ଦିନେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଗାଁ ଓ ପରିବାର ଲୋକେ ଆଶା ରଖିଥିଲେ କିନ୍ତୁ ଆଗକୁ ସୁଯୋଗ ନପାଇ ବର୍ତ୍ତମାନ ସେ ଦାଦନ ଖଟୁଛନ୍ତୁ।

ହକି ମଇଦାନରେ ଝାଳ ବୁହାଇ ସନ୍ତୋଷ ଯେଉଁ ସାର୍ଟିଫିକେଟ ଏବଂ ମେଡାଲ ଅର୍ଜନ କରିଥିଲେ, ତାକୁ କେବଳ ସେ ସାଇତି ରଖିଛନ୍ତି। ଦୁଇ ଦୁଇ ଥର ଜାତୀୟ ସ୍ତରରେ ଖେଳିଥିବା ସନ୍ତୋଷଙ୍କ ହାତରେ ଏବେ ବି ହକି ଷ୍ଟିକ ଧରିଲେ ଚମତ୍କାର କରି ଦେଖାଇବାର ସାମର୍ଥ୍ୟ ରହିଛି। ଘର ବାଡ଼ି ପଟେ ଏବେ ବି ହକି ଷ୍ଟିକ ଧରି ଅଭ୍ୟାସ ଜାରି ରଖିଛନ୍ତି ସନ୍ତୋଷ। ବର୍ଷାଦିନରେ ଘରକୁ ଆସି ଚାଷ କାମ ସରିଲା ପରେ ସେ ଗୋଆ ଯାଇ ଦାଦନ ଖଟନ୍ତି। ଗଭୀର ସମୁଦ୍ର ମଧ୍ୟକୁ ଯାଇ ମାଛ ଧରିବା କାମ କରନ୍ତି ସନ୍ତୋଷ। ଖେଳରେ ସଫଳ ହୋଇପାରି ନଥିଲେ ମଧ୍ୟ ପରିବାରର ସାହାରା ପାଇଁ ଏହି ଜାତୀୟ ହକି ଖେଳାଳି ଦାଦନ ଶ୍ରମିକ ସାଜିବା ପାଇଁ ବାଧ୍ୟ ହୋଇଛନ୍ତି।

ଏ ନେଇ ସନ୍ତୋଷ କହିଛନ୍ତି, ମୋ ପାଖରେ କିଛି ଉପାୟ ନଥିବାରୁ ବାହାରେ ଯାଇ ଦାଦନ ଖଟୁଛି। ଯଦି ହକିରେ ମୋର କୌଣସି ଭବିଷ୍ୟତ ଥାନ୍ତା, ତାହେଲେ ମୁଁ ନିଶ୍ଚୟ ହକି ଖେଳିଥାନ୍ତି। କାରଣ ମୁଁ ହକି ଖେଳିବାକୁ ସବୁବେଳେ ଭଲପାଏ। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଚାରୁ ଆଡୁ ପ୍ରଶଂସା ସାଉଁଟୁଥିବା ବେଳେ ସୁନ୍ଦରଗଡ଼ର ଦୁଇ ଖେଳାଳି ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରାଙ୍କୁ ନେଇ ସବୁଠି ଚର୍ଚ୍ଚା। ତେବେ ଜିଲ୍ଲାରେ ସନ୍ତୋଷଙ୍କ ଭଳି ଅନେକ ଜାତୀୟ ଖେଳାଳୀ ନିଜ ପରିଚୟ ଖୋଜୁଛନ୍ତି। ଏ ସଂପର୍କରେ ଜିଲ୍ଲାପାଳ କହିଛନ୍ତି ଏପରି ସମସ୍ତ ଖେଳାଳିଙ୍କ ସମ୍ପର୍କରେ ତଥ୍ୟ ଖୋଜା ଚାଲିଛି। ଚିହ୍ନଟ ହେଲା ପରେ ସମସ୍ତ ଖେଳାଳୀଙ୍କ ଜୀବନ ସୁଧାରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story