Advertisment

ପଙ୍କଚର୍‌ ହୋଇଛି ସ୍ମାର୍ଟ ଷ୍ଟିଲ୍ ସିଟିର ବସ୍ ସେବା

ରାଉରକେଲା (ପୱନ ତିୱାରୀ): ଓଡିଶାରେ ଦୁଇଟି ସ୍ମାର୍ଟସିଟି ଅଛି। ଗୋଟିଏ ଭୁବନେଶ୍ୱର ଓ ଅନ୍ୟଟି ରାଉରକେଲା। ରାଉରକେଲା ସହର ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟିର ମାନ୍ୟତା ପାଇଛି, କିନ୍ତୁ ଦୁଃଖର କଥା କେବଳ କାଗଜ କଲମରେ ହିଁ ତାହା ସୀମିତ ହୋଇ ରହିଯାଇଛି। ଗୋଟିଏ ପଟେ ରାଜ୍ୟର ରାଜଧାନୀରେ ଆଜିର ଦିନରେ ଶତାଧିକ ସିଟି ବସ ସେବା ଚାଲୁଛି। କିନ୍ତୁ ରାଉରକେଲା ସହରରେ ତାହା ବାଟବଣା ହୋଇଥିବା ଦେଖିବାକୁ ମିଳିଛି। ରାଉରକେଲା ସହରରେ ୨୦୧୪-୨୦୧୫ ମସିହାରୁ ସୁନ୍ଦରଗଡ଼ ଅର୍ବାନ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପଙ୍କଚର୍‌ ହୋଇଛି ସ୍ମାର୍ଟ ଷ୍ଟିଲ୍ ସିଟିର ବସ୍ ସେବା

rkl1

ରାଉରକେଲା (ପୱନ ତିୱାରୀ): ଓଡିଶାରେ ଦୁଇଟି ସ୍ମାର୍ଟସିଟି ଅଛି। ଗୋଟିଏ ଭୁବନେଶ୍ୱର ଓ ଅନ୍ୟଟି ରାଉରକେଲା। ରାଉରକେଲା ସହର ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟିର ମାନ୍ୟତା ପାଇଛି, କିନ୍ତୁ ଦୁଃଖର କଥା କେବଳ କାଗଜ କଲମରେ ହିଁ ତାହା ସୀମିତ ହୋଇ ରହିଯାଇଛି। ଗୋଟିଏ ପଟେ ରାଜ୍ୟର ରାଜଧାନୀରେ ଆଜିର ଦିନରେ ଶତାଧିକ ସିଟି ବସ ସେବା ଚାଲୁଛି। କିନ୍ତୁ ରାଉରକେଲା ସହରରେ ତାହା ବାଟବଣା ହୋଇଥିବା ଦେଖିବାକୁ ମିଳିଛି।

Advertisment

ରାଉରକେଲା ସହରରେ ୨୦୧୪-୨୦୧୫ ମସିହାରୁ ସୁନ୍ଦରଗଡ଼ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ନାମରେ ସିଟି ବସ ସେବା ଆରମ୍ଭ କରାଯାଇଥିଲା। କିନ୍ତୁ ଦୁଃଖର କଥା ରାଜନୈତିକ ଇଚ୍ଛା ଶକ୍ତି ଅଭାବ ଓ ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ଆଜି ଏ ସେବା ବନ୍ଦ ହେବାକୁ ବସିଥିବା କୁହାଯାଉଛି। ରାଉରକେଲା ନୂଆ ବସଷ୍ଟାଣ୍ଡରେ ୧୪ ରୁ ୧୫ ବସ ଗୁଡିକ ପଡ଼ି ରହିଛି। କିନ୍ତୁ ସେସବୁ ଏବେ କାର୍ଯ୍ୟକାରୀ ହେଉନାହିଁ। ଏଥିମଧ୍ୟରୁ କେଉଁ ବସର ଇଞ୍ଜିନ ବାହାରେ ପଡିଛି ତ କାହାର ଚକ ଖୋଲା ହୋଇ ରହିଛି। ବସ ବାହାରପଟର ସ୍ଥିତି ମଧ୍ୟ ଅତ୍ୟନ୍ତ ଖରାପ। ବସ ଭିତରର ସିଟ୍ ଫାଟି ଆଁ ଗଲାଣି।

publive-image

ଏହି ସୁଟ ବସ ସେବା ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ଗମନା ଗମନରେ ସୁବିଧା ହେବ। ରାଉରକେଲାରୁ ଗୁରୁଣ୍ଡିଆ, ବୀରମିତ୍ରପୁର, ସୋରଡା, କଲୁଙ୍ଗା, ଚିତାପେଟି ଭଳି ବହୁ ସ୍ଥାନକୁ ବସ ଚଳାଚଳ କରୁଥିଲା। ସହରର ୮ଟି ରୁଟରେ ଲୋକେ ଏହି ସେବା ପାଉଥିଲେ। କିନ୍ତୁ ଆଜି ଅଧାରୁ ଅଧିକ ବସ ଛିଡା ହୋଇ ରହିଛି। ସାମାନ୍ୟ ମେଣ୍ଟେନାନ୍ସ ଅଭାବରୁ ମଧ୍ୟ ଗାଡି ଷ୍ଟାଣ୍ଡରେ ଛିଡା ହୋଇଛି।

Advertisment

ତେବେ ଏ ଅବସ୍ଥା ପାଇଁ ଦାୟୀ କିଏ? ରାଉରକେଲା ଏଡିଏମ ଓ ସୁଟ ବସ ସେବାର ଚେୟାରମ୍ୟାନ୍ ଦିବ୍ୟଜ୍ୟୋତି ପରିଡା ଏନେଇ କିଛି ବି କହିବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ରାଉରକେଲା ବିଧାୟକ କହିଛନ୍ତି ଏ ନେଇ ସେ ଜାଣି ନ ଥିଲେ। ଖୁବ ଶୀଘ୍ର ଏନେଇ ବିଭାଗ ସହ ଆଲୋଚନା କରି ଚଳାଇବା ପାଇଁ ଚେଷ୍ଟା କରିବେ।