ଲାଞ୍ଚ ନେବା ଅଭିଯୋଗରେ ଜେଲ ଗଲେ ତହସିଲଦାର

ବଲାଙ୍ଗୀର: ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ଲୋଇସିଂହା ତହସିଲଦାର ବିଜୟିନୀ ବିଶ୍ୱାଳ ଓ ଦୁଇ ଜଣ ଦଲାଲ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ତହସିଲଦାର ୨୦୧୩ ମସିହାରେ ମଧ୍ୟ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଲାଞ୍ଚ ନେଇଥିବା କଥାକୁ ଗିରଫ ତହସିଲଦାର ଅସ୍ୱୀକାର କରିଥିବା ବେଳେ ତାଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି କହିଛନ୍ତି ବଲାଙ୍ଗୀରର ଭିଜିଲାନ୍ସ ଡିଏସପି ଅଭିରାମ କର। ଲୋଇସିଂହା ବ୍ଲକ […]

tahasildar

tahasildar

Rakesh Mallick
  • Published: Wednesday, 06 May 2015
  • Updated: 06 May 2015, 01:43 PM IST

Sports

Latest News

ବଲାଙ୍ଗୀର: ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ଲୋଇସିଂହା ତହସିଲଦାର ବିଜୟିନୀ ବିଶ୍ୱାଳ ଓ ଦୁଇ ଜଣ ଦଲାଲ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ତହସିଲଦାର ୨୦୧୩ ମସିହାରେ ମଧ୍ୟ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଲାଞ୍ଚ ନେଇଥିବା କଥାକୁ ଗିରଫ ତହସିଲଦାର ଅସ୍ୱୀକାର କରିଥିବା ବେଳେ ତାଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି କହିଛନ୍ତି ବଲାଙ୍ଗୀରର ଭିଜିଲାନ୍ସ ଡିଏସପି ଅଭିରାମ କର।

ଲୋଇସିଂହା ବ୍ଲକ କୁଟରାପାଲି ଗାଁର ସହିଦ ହୋଇଥିବା ସମୀର ଜାଲଙ୍କ ନାଁରେ ଏକ କଲେଜ କରିବା ପାଇଁ ତାଙ୍କ ଭାଇ ଅନୀଲ ସରକାରୀ ଜମି ପାଇଁ ବଲଶଙ୍ଗୀର ଉପ-ଜିଲ୍ଲାପାଳଙ୍କ ଠାର ଆବେଦନ କରିଥିଲେ। ୫ ଏକର ଜମି କଲେଜ ପାଇଁ କରାଇ ଦେବାକୁ ଲୋଇସିଂହା ତହସିଲଦାର ବିଜୟିନୀ ତାଙ୍କୁ ଲକ୍ଷେ କୋଡିଏ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ଲକ୍ଷେ ଟଙ୍କାରେ କଥା ଛିଣ୍ଡି ଥିଲା। ଏନେଇ ଅନୀଲ ବଲାଙ୍ଗୀର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଗତକାଲି ସନ୍ଧ୍ୟାରେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା ଭିଜିଲାନ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos