ଟାଟା କ୍ୟାନସର ହସ୍ପିଟାଲ ପାଇଁ ଏମଓୟୁ, କେନ୍ଦ୍ର ଦେବ ୪୦୦ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଆର୍ଥିକ ସହଯୋଗରେ ଜଟଣୀସ୍ଥିତ ନାଇଜର ପରିସରରେ ଟାଟା ଟ୍ରଷ୍ଟ ପକ୍ଷରୁ ୨୦୦ ବେଡ୍ ବିଶିଷ୍ଟ ଉତ୍କର୍ଷ କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ସ୍ଥାପନ ହେବ । ଏଥିପାଇଁ ରାଜ୍ୟ ସରକାର ୪୦ଏକର ଜମି ଓ ଆନୁସଙ୍ଗିକ ଭିତ୍ତିଭୂମି ଯୋଗାଇ ଦେବେ । ଏଥି ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୁମ୍ବାଇ ଟାଟା ମେମୋରିଆଲ ସେଂଟର ନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ବଦୱି ଓ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର […]

Cancer Centre

Cancer Centre

Ordigital Desk
  • Published: Wednesday, 07 September 2022
  • Updated: 08 September 2022, 08:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଆର୍ଥିକ ସହଯୋଗରେ ଜଟଣୀସ୍ଥିତ ନାଇଜର ପରିସରରେ ଟାଟା ଟ୍ରଷ୍ଟ ପକ୍ଷରୁ ୨୦୦ ବେଡ୍ ବିଶିଷ୍ଟ ଉତ୍କର୍ଷ କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ସ୍ଥାପନ ହେବ । ଏଥିପାଇଁ ରାଜ୍ୟ ସରକାର ୪୦ଏକର ଜମି ଓ ଆନୁସଙ୍ଗିକ ଭିତ୍ତିଭୂମି ଯୋଗାଇ ଦେବେ । ଏଥି ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୁମ୍ବାଇ ଟାଟା ମେମୋରିଆଲ ସେଂଟର ନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ବଦୱି ଓ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅଜିତ୍ କୁମାର ମହାନ୍ତିଙ୍କ ମଧ୍ୟରେ ଲୋକସେବା ଭବନ ପରିସରରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ଏମଓୟୁ ଅନୁସାରେ, କେନ୍ଦ୍ର ଆଣବିକ ଶକ୍ତି ବିଭାଗ ଅଧୀନରେ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ସେଂଟର ଜଟଣୀସ୍ଥିତ ନାଇଜର ପରିସରରେ ୨୦୦ ବେଡ୍ ବିଶିଷ୍ଟ ଉତ୍କର୍ଷ କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ସ୍ଥାପନ କରିବ । ଏଥିରେ ମୋଟ ୬୫୦କୋଟି ଟଙ୍କା ବ୍ୟୟ ହେବ ଓ କେନ୍ଦ୍ର ସରକାର ୪୦୦କୋଟି ଟଙ୍କା ଓ ଟାଟା ଟ୍ରଷ୍ଟ ୨୫୦କୋଟି ଟଙ୍କା ଯୋଗାଇ ଦେବେ । ଏହି ହସ୍ପିଟାଲ ପାଇଁ ନାଇଜର ଏବେ ୧୭ଏକର ଜମି ଯୋଗାଇ ଦେବ । ରାଜ୍ୟ ସରକାର ଭବିଷ୍ୟତରେ ଏହାର ସମ୍ପ୍ରସାରଣ ପାଇଁ ଆଉ ୪୦ଏକର ଜମି ଯୋଗାଇ ଦେବା ସହ ସେଠାରେ ୩୦ଏମଇଭି ସାଇକ୍ଲୋଟ୍ରନ, କର୍ମଚାରୀଙ୍କ କ୍ୱାର୍ଟର୍ସ, ଟାଉନସିପ୍‌, ଏକାଡେମିକ ବ୍ଲକ , ରୋଗୀଙ୍କ ସହାୟକଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ଓ ଧର୍ମଶାଳା ଭଳି ଭିତ୍ତିଭୂମି ସୁବିଧା ଯୋଗାଇ ଦେବେ । ଏହି କ୍ୟାନସର ହସ୍ପିଟାଲରେ ମୁଖ୍ୟତଃ ସେବା, ଶିକ୍ଷା ଓ ଗବେଷଣା ଭଳି ୩ଟି ମୁଖ୍ୟ କାର୍ଯ୍ୟ ହେବ ।

https://twitter.com/Naveen_Odisha/status/1567533606028853254?s=20&t=dQDdyB8ZjJVAd9oWrt0R-w

ଏହି ଏମଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉକ୍ତ ପ୍ରକଳ୍ପ ନିମନ୍ତେ ଖୁସି ବ୍ୟକ୍ତ କରିବା ସହ ଏହାଦ୍ୱାରା ଓଡ଼ିଶା ତଥା ରାଜ୍ୟ ବାହାରର ଅନେକ ଲୋକ ଉପକୃତ ହେବେ ଓ ଓଡ଼ିଶାରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ମିଳିବ ବୋଲି କହିଛନ୍ତି । ଟାଟା ମୋମେରିଆଲ ସେଂଟର ନିର୍ଦ୍ଦେଶକଙ୍କ ପରାମର୍ଶରେ ରାଜ୍ୟ ସରକାର ସାଇକ୍ଲୋଟ୍ରନ ମେସିନ୍ ଯୋଗାଇ ଦେବାକୁ ସହମତି ଜଣାଇଛନ୍ତି । ଏହି ମେସିନ୍ ମାଧ୍ୟମରେ କ୍ୟାନସର ଚିକିତ୍ସା ସହଜ ହୋଇପାରିବ । ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ଆଣବିକ ଶକ୍ତି ବିଭାଗ ଓ ନାଇଜରକୁ ଧନ୍ୟବାଦ ଦେଇଛନ୍ତି ।

ଏହି ଅନୁଷ୍ଠାନରେ ପାଠପଢ଼ା ସହ ଗବେଷଣା ଓ ଉନ୍ନତମାନର କ୍ୟାନସର ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରିବ । ଏହି କ୍ୟାନସର ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏଠାରେ ସହଜ ଓ ସୁଲଭ ଦରରେ ଚିକିତ୍ସା ସୁବିଧା ମିଳିପାରିବ । ରାଜ୍ୟ ସରକାର ଏହି କ୍ୟାନସର ହସ୍ପିଟାଲ ପରିସରରେ ଗୋଟିଏ ଆହାର କେନ୍ଦ୍ର ମଧ୍ୟ ଖୋଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରତିବର୍ଷ ୪୦ହଜାର ନୂଆ କ୍ୟାନସର ରୋଗୀ ଚିହ୍ନଟ ହେଉଥିବାବେଳେ ପ୍ରାୟ ୧୮ହଜାରଙ୍କ ମୃତ୍ୟୁ ଘଟୁଛି । କ୍ୟାନସର ଚିକିତ୍ସା ଖର୍ଚ୍ଚକୁ ହ୍ରାସ କରିବା ନିମନ୍ତେ ରାଜ୍ୟ ସରକାର ନିଜର ବ୍ୟାପକ କ୍ୟାନସର କେୟାର କାର୍ଯ୍ୟକ୍ରମ ମାଧ୍ୟମରେ ୧୧ଟି ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ପରିସରରେ ୫୦ ବେଡ୍ ଲେଖାଏଁ କ୍ୟାନସର ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।ଗତ ଜୁଲାଇ ମାସରେ ଏହି କ୍ୟାନସର ହସ୍ପିଟାଲ ସ୍ଥାପନ ନେଇ କେନ୍ଦ୍ର ସରକାର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story