ଏମିତି ଚାଲିଛି ସ୍ୱାସ୍ଥ୍ୟାବସ୍ଥା: ଏମ୍‌କେସିଜିରେ ସରକାରୀ ନିର୍ଦ୍ଦେଶକୁ ଫୁ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସରକାରୀ ମେଡିକାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି।ହେଲେ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ରୋଗୀଙ୍କୁ ମଧ୍ୟ ମଳୁନି ଉପଯୁକ୍ତ ଚିକିତ୍ସା।ଫଳରେ ନିଜ ଜୀବନ ବଞ୍ଚାଇବା ପାଇଁ ସରକାରୀ ମେଡ଼ିକାଲ ଛାଡ଼ି ଘରୋଇ ହସ୍ପିଟାଲକୁ ପଳାଉଛନ୍ତି ରୋଗୀ। ଏମିତି ଅଭିଯୋଗ ଆସିଛି ବ୍ରହ୍ମପୁର ଏମ୍‌କେସିଜି ମେଡକାଲରୁ। ଜାନୁଆରୀ ୨୨ ତାରିଖ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୬ ଜଣଙ୍କ […]

m1

m1

Rakesh Mallick
  • Published: Sunday, 03 February 2019
  • Updated: 03 February 2019, 11:40 AM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସରକାରୀ ମେଡିକାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି।ହେଲେ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ରୋଗୀଙ୍କୁ ମଧ୍ୟ ମଳୁନି ଉପଯୁକ୍ତ ଚିକିତ୍ସା।ଫଳରେ ନିଜ ଜୀବନ ବଞ୍ଚାଇବା ପାଇଁ ସରକାରୀ ମେଡ଼ିକାଲ ଛାଡ଼ି ଘରୋଇ ହସ୍ପିଟାଲକୁ ପଳାଉଛନ୍ତି ରୋଗୀ। ଏମିତି ଅଭିଯୋଗ ଆସିଛି ବ୍ରହ୍ମପୁର ଏମ୍‌କେସିଜି ମେଡକାଲରୁ।

ଜାନୁଆରୀ ୨୨ ତାରିଖ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୬ ଜଣଙ୍କ ଘଟଣାସ୍ଥଳରେ ଓ ଏମ୍‌କେସିଜିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ଦୁର୍ଘଟଣାରେ ଆହତ ହୋଇଥିବା ୧୫ରୁ ଅଧିକ ରୋଗୀଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ମୃତକଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିବା ସହ ଆହତଙ୍କ ମାଗଣା ଚିକିତ୍ସା ଚିକିତ୍ସା କରାଯିବ ବୋଲି ଘୋଷଣା କରିଥିଲେ। ଏପରିକି ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ସେମାନଙ୍କ ଚିକିତ୍ସା କରାଯିବ ବୋଲି ଖୋଦ୍ ମେଡ଼ିକାଲ ଅଧୀକ୍ଷକ ପ୍ରତିଶ୍ରୁତି ଦେଇଥିଲେ।

ହେଲେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ  ମେଡ଼ିକାଲ ଅଧୀକ୍ଷକ ପ୍ରତିଶ୍ରୁତି ଏମ୍‌କେସିଜିରେ କାମରେ ଲାଗୁନଥିବା ଅଭିଯୋଗ ହେଉଛି। ଦୁର୍ଘଟଣାରେ ଆହତ ହୋଇ ଏଠାରେ ଭର୍ତ୍ତି ହୋଇଥିବା ଆହତଙ୍କୁ ଡାକ୍ତର ଆସି ଦେଖିଲେ ନି କି ନର୍ସମାନେ ଠିକ୍‌ରେ ଡ୍ରେସିଂ କଲେନି। ଫଳରେ ଜଣେ ୨ବର୍ଷ ଶିଶୁର ମୃତ୍ୟୁ ଘଟିଲା ବୋଲି ତା’ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏମିତିକି ଆହତଙ୍କୁ ଉପଯୁକ୍ତ ଚିକିତ୍ସା ନଦେଇ ମେଡିକାଲରୁ ଡିସଚାର୍ଜ କରି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଅନେକ ଆହତ ଚିକିତ୍ସା ନପାଇ କିଏ ଭୁବନେଶ୍ୱର ତ ଆଉ କିଏ କଟକ ପଳାଇଛନ୍ତି। ଗତକାଲି ଆଉ କିଛି ଆହତ ଏମ୍‌କେସିଜି ଛାଡ଼ି ବ୍ରହ୍ମପୁର ସ୍ଥିତ ଏକ ହସ୍ପିଟାଲକୁ ଚାଲି ଯାଇଛନ୍ତି।

ଚିକିତ୍ସା ଅବହେଳା ଖବର ପାଇ ବିଜେଡି ଓ କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ର ଟିମ୍‌ର ସଦସ୍ୟମାନେ କିଛି ଆହତଙ୍କ ସମ୍ପର୍କୀୟଙ୍କ ସହ ଆସି ଏମ୍‌କେସିଜି ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଭେଟି ଆହତଙ୍କୁ ହଇରାଣ କରାଯିବା ସହ ଧକ୍କା ମାରି ଡିସଚାର୍ଜ କରାଯାଇଥିବା ଅଭିଯୋଗ କରିଥିଲେ। ମେଡିକାଲ ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଏକ ଡାକ୍ତର ଟିମ୍ ଘରୋଇ ମେଡିକାଲ ଯାଇ ଆହତଙ୍କୁ ଦେଖିବା ସହ ଯେଉଁମାନଙ୍କ ଅଧିକ ଚିକିତ୍ସା ଲୋଡ଼ା ପଡ଼ିବ ସେମାନଙ୍କୁ ମେଡିକାଲ ଅଣାଯିବ ବୋଲି କହିଛନ୍ତି। ମେଡିକାଲ କର୍ତ୍ତୃପକ୍ଷ ଭଲ ଚିକିତ୍ସା ଦେବାକୁ ଆଶ୍ୱାସନା ଦେବା ସତ୍ତ୍ୱେ ଆଉ ଭୁଲରେ ମେଡିକାଲ ଆସିବୁ ନାହିଁ ବୋଲି ଆହତ ଓ ତାଙ୍କ ସମ୍ପର୍କୀୟ କହିଛନ୍ତି।

ଏନେଇ ଜଣେ ଆହତ ସୁରେଖା ବଡସେଠ୍ କହିଛନ୍ତି,“ଗତ ୨୨ ତାରିଖରେ ମୁଁ ଆଉ ମୋ ପୁଅ ଏମ୍‌କେସିଜିରେ ଭର୍ତ୍ତି ହୋଇଥିଲୁ। ଡାକ୍ତର କି ନର୍ସ କେହି ହେଲେ ଭଲରେ ଚିକିତ୍ସା କଲେ ନାହିଁ। ତେଣୁ ମୋ ପୁଅର ମୃତ୍ୟୁ ଘଟିଲା। ଘରୋଇ ମେଡିକାଲରେ ମୋ ପୁଅର ଚିକିତ୍ସା କରାଯାଇଥିଲେ ସେ ବଞ୍ଚି ଯାଇଥାଆନ୍ତା।”

ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଚରଣ ପଣ୍ଡା କହିଛନ୍ତି, “ଅଭିଯୋଗର ତଦନ୍ତ କରାଯିବ। ଯିଏ ଦୋଷୀ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story