ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀକୁ ଜଗିଛନ୍ତି ୩୦ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶନିବାର ଦେଶ ପାଳିବାକୁ ଯାଉଛି ୭୦ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର, କଟକ ସମେତ ସାରା ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି। ଭୁବନେଶ୍ୱର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ ପାଇଁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। ନକ୍ସଲ ପ୍ରବଣ ଅଞ୍ଚଳରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟସ୍ତରୀୟ ପ୍ୟାରେଡ ପାଇଁ ପ୍ରସ୍ତୁତ ଚାଲିଛି। ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗ ପ୍ୟାରେଡରେ ଏଥର ସାମରିକ ଓ ବେସାମରିକ […]

republic-day

republic-day

Manoranjan Sial
  • Published: Friday, 25 January 2019
  • Updated: 25 January 2019, 10:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶନିବାର ଦେଶ ପାଳିବାକୁ ଯାଉଛି ୭୦ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର, କଟକ ସମେତ ସାରା ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି। ଭୁବନେଶ୍ୱର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ ପାଇଁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। ନକ୍ସଲ ପ୍ରବଣ ଅଞ୍ଚଳରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟସ୍ତରୀୟ ପ୍ୟାରେଡ ପାଇଁ ପ୍ରସ୍ତୁତ ଚାଲିଛି। ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗ ପ୍ୟାରେଡରେ ଏଥର ସାମରିକ ଓ ବେସାମରିକ କ୍ଷେତ୍ରର ୫୪ଟି ଟ୍ରୁପ୍ ଭାଗ ନେବେ। ୯ଟି ପ୍ରଜ୍ଞାପନ ମେଢ଼ ସହ ଡେୟାର ଡେଭିଲ ଶୋ' ମଧ୍ୟ ଦେଖିବାକୁ ମିଳିବ। ୧୫୦ ଜଣ ବରିଷ୍ଠ ପୁଲିସ ଅଧିକାରୀ ଓ ୩୦ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ। ରାଜଧାନୀରେ ଆୟୋଜିତ ମୁଖ୍ୟ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିବାଦନ ଗ୍ରହଣ କରିବେ। ବାରବାଟି ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।

ସାଧାରଣ ଦିବସ ଅବ୍ୟବହିତ ପୂର୍ବରୁ ନକ୍ସଲ ପ୍ରଭାବିତ ଅଞ୍ଚଳ ଉପରେ ପୁଲିସର କଡ଼ା ନଜର ରଖିଛି। କନ୍ଧମାଳ ଜିଲ୍ଲାରେ ପ୍ରବେଶ କରୁଥିବା ଗାଡ଼ି ଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। କାରଣ ଆଜିଠାରୁ ୩୧ ତାରିଖ ଯାଏ ସିପିଆଇ ମାଓବାଦୀ ସଂଗଠନ ପ୍ରତିବାଦ ସପ୍ତାହ ପାଳନ କରୁଥିବା ବେଳେ ନକ୍ସଲ ପ୍ରବଣ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଲାଲ୍ ବାହିନୀ ପୋଷ୍ଟର ଓ ବ୍ୟାନର ଲଗାଇବା ସହ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ମେନପୁର ଡିଭିଜନ ପକ୍ଷରୁ ଲଗାଯାଇଥିବା ଏହି ବ୍ୟାନରରେ ଜାନୁଆରୀ ୨୬କୁ କଳା ଦିବସ ଭାବେ ପାଳିବାକୁ ଆହ୍ୱାନ ଦିଆଯାଇଛି।

ସେପଟେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଓ ଅଣ୍ଡରାପାଲ୍ଲୀ ଗାଁରେ ମେଳି କରିଥିଲେ ନକ୍ସଲ। ଏଥିରେ ସ୍ୱାଭିମାନ ଅଞ୍ଚଳର ୫୦୦ରୁ ଅଧିକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ। ସହିଦ ସ୍ତମ୍ଭ ନିର୍ମାଣ ଓ ମାଓବାଦୀ ସଂଗଠନରେ ସାମିଲ୍ ହେବା ପାଇଁ ଲାଲ୍‌ବାହିନୀ ପକ୍ଷରୁ ଆହ୍ୱାନ ଦିଆଯାଇଛି। ତେବେ ନକ୍ସଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos