ଗୋଟିଏ ଦିନରେ ଚକଡ଼ା ଓ ମରୁଡି ନେଲା ତିନି ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ଆତ୍ମହତ୍ୟାର ଠିକଣା ଯେପରି ପଶ୍ଚିମ ଓଡ଼ିଶା ପାଲଟିଛି। ଫସଲ ନଷ୍ଟ ଓ ଋଣ ବୋଝ କାରଣରୁ ୨୪ ଘଣ୍ଟାରେ ତିନି ଜଣ ଚାଷୀ ଜୀବନ ହାରିଛନ୍ତି। ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁରରେ ଚାଷୀଙ୍କ ଜୀବନ ନାଶ ପଛରେ ଚକଡ଼ା ପୋକକୁ ଦାୟୀ କରାଯାଉଛି। ପ୍ରଶାସନିକ ଅଧିକାରୀମାନେ ଘଟଣାର ତଦନ୍ତ ଚଳାଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା କୁଅଁରକେଲାର ଚାଷୀ ମନୋଜ ସିଂ। ସେ ୫ ଏକର ଜମିରେ ଧାନ ଚାଷ କରିଥିଲେ। ଭଲ ଧାନ ଚାଷ ହୋଇଥିଲା। ଚକାଡ଼ ପୋକ ଯୋଗୁଁ ଦେଢ଼ ଏକରରୁ ଅଧିକ ଜମିରେ ଫସଲ ଉଜୁଡିଗଲା। ଫଳରେ ଲୁଆଲବାହାଲ ଲ୍ୟାମ୍ପସରୁ ଆଣିଥିବା ୫୦ ହଜାର ଟଙ୍କା ଓ ସମବାୟ ବ୍ୟାଙ୍କରୁ ଆଣିଥିବା ଋଣକୁ ନେଇ ଚିନ୍ତାରେ ଥିଲେ। ଏଥିରେ ମାନିସିକ ଭାରସାମ୍ୟ ହରାଇ ଗତକାଲି ରାତିରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ।

ବରଗଡ଼ ଜିଲ୍ଲା ବେହେରା ଗାଁର ଯୁବ ଚାଷୀ ପ୍ରଦୀପ ଖମାରୀ। ଧାର ଉଧାର କରି ଦେଢ଼ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ଅମଳ ଆଗରୁ ଫସଲ ଖାଇଗଲେ ଚକଡ଼ା। ଗତକାଲି ପ୍ରଦୀପ କୀଟନାଶକ ପିଇଦେଇଥିଲେ। ପରିବାର ଲୋକେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ମୁଣ୍ଡାପଡ଼ା ରାସନପୁର ଚାଷୀ କାହ୍ନୁ ମୁଣ୍ଡା ଧାର ଉଧାର କରି ଚାଷ କରିଥିଲେ। ମାତ୍ର ଚକଡ଼ା ସବୁ କିଛି ଉଜାଡ଼ିଦେଲା। ଏଥିରେ ମାନସିକ ଭାରସାମ୍ୟ ହରାଇ କାହ୍ନୁ ଗତକାଲି ରାତିରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଏବେ ପ୍ରଶ୍ନ ରାଜ୍ୟ ସରକାରଙ୍କ ଫସଲ କ୍ଷତି ଜନିତ ପ୍ୟାକେଜ୍ ଘୋଷଣା ସତ୍ତ୍ୱେ କଣ ପାଇଁ ଥମୁନି ଚାଷୀ ଆତ୍ମହତ୍ୟା? କାହିଁକି ଜୀବନ ହାରୁଛନ୍ତି ଜଣକ ପରେ ଜଣେ ଚାଷୀ? ସରକାରଙ୍କ ଘୋଷଣାକୁ କଣ ଭରଷା କରି ପାରୁନାହାନ୍ତି ଚାଷୀ ?

କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି-“କ୍ଷୟକ୍ଷତି ପ୍ରଦାନ ନେଇ ଚାଷୀଙ୍କୁ ଉପଯୁକ୍ତ ସାନ୍ତ୍ୱନା ଦିଆଯାଉନାହିଁ। ସେମାନଙ୍କୁ ଅନ୍ଧକାରରେ ରଖାଯାଉଛି। ଯାହାଦ୍ୱାରା ଚାଷୀମାନେ ଆତ୍ମହତ୍ୟା କରିବାର ରାସ୍ତା ବାଛି ନେଉଛନ୍ତି।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି-“ମରୁଡ଼ି ଓ ଚକଡ଼ା ପୋକ ଜନିତ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ ପାଇଁ ବହୁ ବ୍ୟବସ୍ଥା କରାଯାଉଛି। ଏପରି ସମ୍ୱେଦନଶୀଳ ଘଟଣାକୁ ନେଇ ରାଜନୀତି କରାନଯାଉ।”

Ordigital Desk
• Published: Tuesday, 21 November 2017
• Updated: 21 November 2017, 07:47 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos