ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ଆଜି ଜାଗର। ଚତୁଃର୍ଦିଗ ଶିବମୟ। ସବୁ ଶିବ ମନ୍ଦିରରେ ମହା ଆଡମ୍ବରରେ ପାଳିତ ହେଉଛି ମହାଶିବରାତ୍ରି । ଶିବରାତ୍ରି ପାଳନ ପାଇଁ ବିଶାଖାପାଟଣା ସହର ମଧ୍ୟ ଉତ୍ସବମୁଖର ହୋଇ ଉଠିଛି।
ମହାଶିବରାତ୍ରି ଉପଲକ୍ଷେ ବିଶାଖାପାଟଣା ସହରର ରାମକ୍ରିଷ୍ଣା ସମୁଦ୍ର କୂଳରେ ନିର୍ମିତ ହୋଇଛି ବିଶାଳକାୟ ଶିବ ଲିଙ୍ଗ। ସର୍ବମୋଟ ୧ ଲକ୍ଷ ୧ ଛୋଟ ଛୋଟ ଶିବ ଲିଙ୍ଗ ଦ୍ୱାରା ୧୮ ଫୁଟ ଉଚ୍ଚତାରେ ଗୋଟିଏ ବିରାଟକାୟ ଶିବଲିଙ୍ଗର ନିର୍ମାଣ କରଯାଇଛି।
[caption id="attachment_717258" align="aligncenter" width="650"] ପୂର୍ବ ନିମନ୍ତେ ଲୋକଙ୍କ ଭିଡ଼ ।[/caption]
ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ପୂର୍ବତନ ସାଂସଦ ଓ ରାଜ୍ୟସଭା ସଦସ୍ୟ ଟି.ସୁବୀରମୀ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ଚାଲିଛି ଏହି ପୂଜାର୍ଚ୍ଚନା । ଜାଗର ଅବସରରେ ଏଠାରେ ପୂଜାର୍ଚ୍ଚନା ନିମନ୍ତେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଛି। ଏପରିକି ବିରାଟକାୟ ଶିବଙ୍କ ଲିଙ୍ଗରେ ଜଳାପର୍ଣ ନିମନ୍ତେ ଭକ୍ତମାନେ ଲମ୍ବା ଲମ୍ବା ଲାଇନ୍ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି।
[caption id="attachment_717260" align="aligncenter" width="650"] ଶ୍ରଦ୍ଧାଳୁମାନେ ଶିବଲିଙ୍ଗରେ ପାଣି ଢାଳୁଛନ୍ତି।[/caption]
ଏହି ବିରାଟକାୟ ଶିବ ଲିଙ୍ଗ ଭକ୍ତଙ୍କ ସହ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏଠାରେ ଭକ୍ତଙ୍କ "ଓଁ ନମଃ ଶିବାୟ" ଧ୍ୱନିରେ ସମୁଦ୍ର କୂଳ ଅଞ୍ଚଳରେ ଏକ ଭକ୍ତି ଓ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।