ବିଜେପୁର ଉପନିର୍ବାଚନ: ଆଜି ନାମାଙ୍କନପତ୍ର ଦାଖଲ କରିବେ ରୀତା 

ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ରୀତା ସାହୁ  ଆଜି ନାମାଙ୍କନପତ୍ର ଦାଖଲ କରିବେ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିନ ପ୍ରାୟ ୧୨ଟା ସମୟରେ ସେ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।  ଏଥିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହ ବିଜେଡିର ବହୁ ତୁଙ୍ଗ ନେତା ଯୋଗ ଦେବେ। ବିଜେପି ଏବଂ କଂଗ୍ରେସ ଦଳରୁ ଯିଏ ବି ପ୍ରାର୍ଥୀ ହେଲେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ରୀତା  କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨ ତାରିଖରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଦଳୀୟ ନେତା ଓ ସମର୍ଥକଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଶେଷ ମୂହୁର୍ତ୍ତରେ ଗତକାଲି କଂଗ୍ରେସ ଗାଇସିଲଟ ବ୍ଲକର ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି। ପ୍ରଣୟ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ।  ଆସନ୍ତା ୨୪ ତାରିଖରେ ବିଜେପୁରରେ ଭୋଟ୍‌ ଗ୍ରହଣ ହେବ।