ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କୋଭିଡ୍ କଟକଣା ଭିତରେ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଯାଇଛି। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡଲାଇନ୍‌ ଅନୁସାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ପ୍ରତ୍ୟେକ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯାଉଛି ।୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଢ଼େ ୪ ଲକ୍ଷ ଭୋଟର୍। ବାଲେଶ୍ୱରରେ ୩୪୬ […]

vote-4

vote-4

Niharika Rout
  • Published: Tuesday, 03 November 2020
  • Updated: 03 November 2020, 09:12 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କୋଭିଡ୍ କଟକଣା ଭିତରେ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଯାଇଛି। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡଲାଇନ୍‌ ଅନୁସାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ପ୍ରତ୍ୟେକ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯାଉଛି ।୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଢ଼େ ୪ ଲକ୍ଷ ଭୋଟର୍।

ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍ କରାଯାଇଛି । ଏଥିପାଇଁ ନିଯୁକ୍ତ ହୋଇଛନ୍ତି ୩ ହଜାର ୫୦୦ ପୁଲିଂ କର୍ମଚାରୀ, ୮ ଶହ ଲେଖାଏଁ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ । ଥର୍ମାଲ ସ୍କ୍ରିନିଂ ପରେ କେବଳ ସୁସ୍ଥ କର୍ମଚାରୀଙ୍କୁ ହିଁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବୁଥ୍‌ଗୁଡ଼ିକୁ ସାନିଟାଇଜ କରାଯାଇଛି। ଅାଜି ବି ବାରମ୍ବାର ସାନିଟାଇଜ୍ କରାଯିବ । ପୁଲିଂ ଅଫିସରଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇଛି।

ସ୍କ୍ରିନିଂ ସମୟରେ କାହାକୁ ଯଦି କରୋନା ହୋଇଥିବାର ସନ୍ଦେହ ହୁଏ ତାଙ୍କୁ ଟୋକନ୍ ଦିଆଯିବ । ସେମାନେ ଶେଷ ଏକ ଘଣ୍ଟା ଅର୍ଥାତ  ସନ୍ଧ୍ୟା ୫ଟାରୁ ୬ଟା ଭିତରେ ଭୋଟ୍ ଦେଇପାରିବେ । କେହି ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ବି ଏହି ସମୟରେ ଭୋଟ୍ ଦେଇପାରିବେ ।

ବାଲେଶ୍ୱର ମ୍ୟୁନିସିପାଲଟିର ୩୧ଟି ଓ୍ୱାର୍ଡ ଓ ସଦରର ୨୬ ପଞ୍ଚାୟତରେ ୨ଲକ୍ଷ ୩୦ ହଜାର ୨୯୭ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିବେ । ସେପଟେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର୍ ଭୋଟ ଦେବେ ।

ବାଲେଶ୍ୱରରେ ୮୬ଟି ଓ ତିର୍ତ୍ତୋଲରେ ୧୫୫ କ୍ରିଟିକାଲ୍ ବୁଥ୍ ରହିଛି  । ଉଭୟ ଆସନ ପାଇଁ ମୋଟ୍ ୯୦ ପ୍ଲାଟୁନ୍   ଫୋର୍ସ, ୬ କମ୍ପାନି ସିଏପିଏଫ୍ ଓ ୨୫୦ ପୋଲିସ୍ ଅଫିସର ନିଯୁକ୍ତି କରାଯାଇଛି । ଏହାବାଦ୍ ବୁଥ୍‌ଗୁଡ଼ିକରେ ସିସିଟିଭି ଓ  ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି।

ବାଲେଶ୍ୱର ସଦର ଆସନରେ ବିଜେପିରୁ ମାନସ ଦତ୍ତ, ବିଜେଡିରୁ ସ୍ୱରୁପ ଦାସ ଓ କଂଗ୍ରେସରୁ ମମତା କୁଣ୍ଡୁ ନିର୍ବାଚନ ଲଢୁଛନ୍ତି । ୨୦୧୯ ନିର୍ବାଚନର ତଥ୍ୟ ଦେଖିଲେ, ବାଲେଶ୍ୱରରେ ବିଜେପିରୁ ମଦନ ମୋହନ ଦତ୍ତ ବିଧାୟକ ହୋଇଥିଲେ । ସେ ୭୪ ହଜାର ୮୧୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ଜୀବନ ପ୍ରଦୀପ ଦାସ ୬୧ ହଜାର ୪୦୯ ଖଣ୍ଡ ଭୋଟ୍ ପାଇଥିଲେ ।

 ସେହିପରି ତିର୍ତ୍ତୋଲ ଆସନରୁ ଏଥର ବିଜେପିରୁ ରାଜକିଶୋର ବେହେରା, ବିଜେଡିରୁ ବିଜୟ ଶଙ୍କର ଦାସ ଓ କଂଗ୍ରେସରୁ ହିମାଂଶୁ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ଏଠାରୁ ବିଧାୟକ ହୋଇଥିଲେ ବିଜେଡିରୁ ବିଷ୍ଣୁ ଦାସ । ସେ ମୋଟ ୯୩ ହଜାର ୯୬୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିରୁ ରମାକାନ୍ତ ଭୋଇ ୫୩ ହଜାର ୫୮୧ ଖଣ୍ଡ ଭୋଟ୍ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story