‘ଅନୁଭବ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଓଟିଭି’ ପ୍ରତିନିଧିଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନର କହିଥିଲେ, “ଅନୁଭବ ଯେଉଁଭଳି କ୍ଷମା ପ୍ରାର୍ଥନା କରିଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ। କ୍ଷମା ପ୍ରାର୍ଥନା ଆଳରେ ସେ ଧମକ ଦେଇଛନ୍ତି। ସର୍ବସମ୍ମୁଖରେ ସେ କ୍ଷମା ପ୍ରାର୍ଥନା କରନ୍ତୁ। ଏହାସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ […]

bbsr

bbsr

Jyoshna Pradhan
  • Published: Sunday, 10 November 2019
  • Updated: 10 November 2019, 02:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଓଟିଭି’ ପ୍ରତିନିଧିଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନର କହିଥିଲେ, “ଅନୁଭବ ଯେଉଁଭଳି କ୍ଷମା ପ୍ରାର୍ଥନା କରିଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ। କ୍ଷମା ପ୍ରାର୍ଥନା ଆଳରେ ସେ ଧମକ ଦେଇଛନ୍ତି। ସର୍ବସମ୍ମୁଖରେ ସେ କ୍ଷମା ପ୍ରାର୍ଥନା କରନ୍ତୁ। ଏହାସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଇନ୍ ଆଣନ୍ତୁ।”

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ସାଂସଦ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିଥିଲେ। କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍‌କୁ କଦର୍ଥ କରୁଛ ବୋଲି ଆକ୍ଷେପ କରିବା ସହ ତାଚ୍ଛଲ୍ୟ କରିଥିଲେ। ଏଥିସହ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଭିଡ଼ି ନେବା ସହ ତାଳିମାରି ଅପମାନିତ କରିବାକୁ ବି ପଛାଇ ନଥିଲେ। ଏହାକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମ୍ବାଦିକମାନେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିଭିନ୍ନ ବର୍ଗରୁ ସମାଲୋଚିତ ହେବା ପରେ ସାଂସଦ ଅନୁଭବ ମହାନ୍ତି ଏ ଘଟଣା ଏକ ଭିଡିଓ ରିଲିଜ୍ କରି ଦୁଃଖ ପ୍ରକାଶ କରିଥିଲେ। ତେବେ ଦୁଃଖ ପ୍ରକାଶ ଆଳରେ ସେ ଏଥିରେ ଧମକ ଦେଇଥିଲେ।

ସୂଚନାଯୋଗ୍ୟ, ଦୁର୍ବ୍ୟବହାର ଘଟଣାରେ ଓଟିଭିର କେନ୍ଦ୍ରାପଡ଼ା ପ୍ରତିନିଧି ମନୋଜ ସ୍ୱାଇଁଙ୍କ ଏତଲା ଆଧାରରେ ଅନୁଭବଙ୍କ ନାଁରେ କେନ୍ଦ୍ରାପଡ଼ା ଥାନାରେ ମାମଲା ରୁଜୁ ହୋଇଛି। ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ପୁଲିସ୍‌ ମାମଲା ରୁଜୁ କରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos