ଚିତ୍ରକୋଣ୍ଡାର ଜୀବନ ଯାତ୍ରାର ଚିତ୍ର, ମୋଟର ଚାଳିତ ବୋଟ ଟାଣୁଛି ଦଉଡ଼ି: ଦେଖନ୍ତୁ ଭିଡିଓ
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିକଟ ଦୋରାଘାଟରେ ସିଲେରୁ ନଈର ଏ କୂଳରୁ ସେ କୂଳକୁ ବନ୍ଧା ହୋଇଛି ଦଉଡି । ସ୍ଥାନୀୟ ଲୋକେ ଡଙ୍ଗାକୁ ଭରସି ରହିଥିବା ବେଳେ ଡଙ୍ଗା ଚାଲୁଛି ଏହି ଦଉଡିର ଭରସାରେ। ନା କାତରେ ଚାଲୁଛି ନା ମୋଟର । ଡଙ୍ଗା ଚାଲୁଛି ଦଉଡ଼ି  ସାହାଯ୍ୟରେ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏହି ଡଙ୍ଗା ଚାଲିବାର ଚିତ୍ର ଦେଖିବାକୁ  ଯେତିକି ରୋମାଞ୍ଚିତ ଲାଗୁଛି, ସେତିକି ବିପଦପୂର୍ଣ୍ଣ ମଧ୍ୟ। ଦଉଡ଼ି ଭରସାରେ ପାଣିର ସୁଅ  କାଟି ଡଙ୍ଗାରେ ନଦୀ ପାରି ହେଉଛନ୍ତି ଲୋକେ । ସାଇକେଲଠୁ ବାଇକ୍, ପିଲାଙ୍କଠୁ ବୟସ୍କ  ସମସ୍ତଙ୍କ ପାଇଁ ସିଲେରୁ ନଦୀ ଉପରେ ଲାଇଫ୍ଲାଇନ୍ ସାଜିଛି ଏହି ଦଉଡ଼ି ଡଙ୍ଗା ।
ସୂଚନାଯୋଗ୍ୟ, ଆଇଟିଡିଏ ଜରିଆରେ ସରକାରଙ୍କ ପକ୍ଷରୁ ଗତ ୨ ବର୍ଷ ତଳେ ଦୋରାଘାଟରେ  ଏହି ମୋଟର ଚାଳିତ ଡଙ୍ଗାର ଶୁଭାରମ୍ଭ ହୋଇଥିଲା। ୨ଟି ପଞ୍ଚାୟତର ୨୫ରୁ ୩୦  ଗାଁର ଲୋକଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ଏହି ଡଙ୍ଗା ସେବା ଆରମ୍ଭ ହୋଇଥିଲା। ଆରମ୍ଭରୁ ଅବଶ୍ୟ ସବୁ ଠିକ୍ ଠାକ୍ ଚାଲିଥିଲା। ତେବେ ଗତ ପ୍ରାୟ ୪ରୁ ୬ ମାସ ହେଲାଣି, ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇପଡ଼ିଛି ମୋଟର। ପଞ୍ଚାୟତ ପକ୍ଷରୁ ଏହାର  ମରାମତି କରାଯିବା କଥା । କିନ୍ତୁ କେହି ଗୁରୁତ୍ୱ ଦେଉନାହାଁନ୍ତି। ଡଙ୍ଗା ଚାଳକ, ସ୍ଥାନୀୟ  ପ୍ରଶାସନ ସହ ଜିଲ୍ଲାପାଳଙ୍କ ଯାଏଁ ଆପତ୍ତି ବି ଜଣାଇଛନ୍ତି । ଅଥଚ ସମସ୍ତେ ନୀରବ।  ସେପଟେ ପଞ୍ଚାୟତ ଉପରେ ସବୁ ଦୋଷକୁ ଲଦି ହାତ ଟେକିଦେଇଛନ୍ତି ଆଇଟିଡିଏ  କର୍ତ୍ତୃପକ୍ଷ।
Ordigital Desk
  • Published: Monday, 20 November 2017
  • Updated: 20 November 2017, 11:04 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos