ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଏକ ତୀର୍ଥଯାତ୍ରୀ ଗାଡ଼ି ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍ ପଛପଟକୁ ଧକ୍କା ଦେବାରୁ ୯ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଗୁଜୁରାଟ ଆରବାଲି ଜିଲ୍ଲାରୁ ୯ ଜଣ ତୀର୍ଥଯାତ୍ରୀ ଏକ ୱିଙ୍ଗରରେ ପୁରୀ ଯାଉଥିଲେ। ଏହି ସମୟରେ ତାଳନଗର ନିକଟରେ ଡ୍ରାଇଭରକୁ ନିଦ ଲାଗି ଯିବାରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକ୍ ପଛରେ ପିଟି ହୋଇଥିଲା। ଏଥିଯୋଗୁ ଗାଡ଼ିରେ ଥିବା ୯ ଜଣ ଆହତ ହୋଇଥିଲେ। ତେବେ ଗୁରୁତର ଓ ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଓ ୬ ଜଣ ପୁରୁଷ ଅଛନ୍ତି।
ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅଫେରା ପଥରେ ଚାଲିଗଲେ ସମୀର ଦେ
ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ।
Guest Column
୨୦୩୬ ମସିହାର ଓଡ଼ିଶା କେଉଁଭଳି ହେବ?
ପ୍ରଦୂଷଣ ହେତୁ ଆଜି ଅଞ୍ଚଳରେ ଅନେକ ଲୋକ ଯକ୍ଷ୍ମା ବେମାରୀରେ ପଡିଛନ୍ତି। ଅନେକ ଏହିହେତୁ ମରିଯାଉଛନ୍ତି। ଚାଷ ଭଲ ହେଉ ନାହିଁ। ଚୂନ ଗୁଣ୍ଡ ପଡ଼ିବାରୁ କୌଣସି ଫସଲ ଭଲ ହେଉନାହିଁ। ପାଚିବା ପୂର୍ବରୁ ଫଳ ଝଡ଼ିଯାଉଛି। ଲୋକେ ଚଳିବେ ବା କେମିତି? ଅଞ୍ଚଳରେ ପାଣି ମଧ୍ୟ ଭଲରେ ମିଳୁନାହିଁ, ନା ପିଇବା ଲାଗି ନା ବ୍ୟବହାର ଲାଗି। ଘର ବାହାରକୁ ବାହାରିଲେ ମୁହଁ ଧଳା ଦେଖାଯାଉଛି।
Crime
ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡାକ୍ତର
ରେଡ୍ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Accident
ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ
ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।