ହାତୀକୁ ଗୁଳିମାଡ଼! ଆଜି ଯିବ ବନ ବିଭାଗ ଟିମ୍‌

ନରସିଂହପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ନୂଆଗଡ଼ କମ୍ପାର୍ଟମେଣ୍ଟ ନଂ ୩ରେ  ଏକ ଅସୁସ୍ଥ ହାତୀ ବୁଲୁଥିବା ସୂଚନା ମିଳିଛି।  ତେବେ ହାତୀଟିକୁ ଗୁଳିମାଡ଼ ହୋଇଛି ନା ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ସ୍ଥାନୀୟ ଲୋକେ ହାତୀଟି କୁ ଗୁଳିମାଡ଼ ହୋଇଥିବା କହୁଥିବା ବେଳେ ବନ ବିଭାଗ ଟିମ୍‌ ଆଜି ଘଟଣାସ୍ଥଳକୁ ଯିବେ ବୋଲି ବନ ବିଭାଗ ଅଧିକାରୀ ପ୍ରଫୁଲ୍ଲ କୁମାଙ୍କ ସୂଚନା ଦେଇଛନ୍ତି। ବନ ବିଭାଗ ଅଧିକାରୀ […]

Elephant

Elephant

Tapaswini Nayak
  • Published: Tuesday, 26 July 2022
  • Updated: 26 July 2022, 10:35 AM IST

Sports

Latest News

ନରସିଂହପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ନୂଆଗଡ଼ କମ୍ପାର୍ଟମେଣ୍ଟ ନଂ ୩ରେ  ଏକ ଅସୁସ୍ଥ ହାତୀ ବୁଲୁଥିବା ସୂଚନା ମିଳିଛି।  ତେବେ ହାତୀଟିକୁ ଗୁଳିମାଡ଼ ହୋଇଛି ନା ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ସ୍ଥାନୀୟ ଲୋକେ ହାତୀଟି କୁ ଗୁଳିମାଡ଼ ହୋଇଥିବା କହୁଥିବା ବେଳେ ବନ ବିଭାଗ ଟିମ୍‌ ଆଜି ଘଟଣାସ୍ଥଳକୁ ଯିବେ ବୋଲି ବନ ବିଭାଗ ଅଧିକାରୀ ପ୍ରଫୁଲ୍ଲ କୁମାଙ୍କ ସୂଚନା ଦେଇଛନ୍ତି।

ବନ ବିଭାଗ ଅଧିକାରୀ ପ୍ରଫୁଲ୍ଲ କୁମାଙ୍କ ସୂଚନା ଅନୁସାରେ, ଆଜି ବନ୍ୟ ପ୍ରାଣୀ ବିଶେଷଜ୍ଞ  ଟିମ୍ ଓ ସାତକୋଷିଆ ୱାଇଡ୍‌ ଲାଇଫର ଏକ ଟିମ୍‌ ମ ଘଟଣାସ୍ଥଳକୁ  ଯାଇ ହାତୀକୁ  ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବେ। ତେବେ ହାତୀ ଦେହରେ ଗୁଳି ବାଜିଛି କି ଅନ୍ୟ କୌଣସି ସଂକ୍ରମଣ ହୋଇଛି ସେନେଇ ଜଣାପଡ଼ି ନାହିଁ।

ଅନ୍ୟ ପକ୍ଷରେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ହାତୀ କାନରେ ଗୁଳି ବାଜିଥିବା ଦେଖୁଥିଲୁ। ଏନେଇ ବନ ବିଭାଗକୁ ଖବର ଦେଇଥିଲୁ।

କିଛି ଦିନ ପୂର୍ବରୁ ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍‌ସନରେ ଶିକାରୀ ଗୁଳିରେ ଗୋଟିଏ ଦନ୍ତାହାତୀ ଗୁରୁତର ଆହତ ହୋଇଥିଲା। ଗୁଳି ବାଜିଥିବା ସ୍ଥାନରେ ପୋକ ହୋଇଯାଇଥିବାରୁ ହାତୀଟି ଜଙ୍ଗଲ ଭିତରେ ଘୁରି ବୁଲିବା ସହିତ ଗର୍ଜନ କରୁଥିଲା। ହାତୀଟି ଚାଲି ନପାରିବାରୁ ଜଙ୍ଗଲ ଭିତରେ ଥିବା ନାଳରେ ପଡ଼ି ଯାଇଥିଲା। ମାତ୍ର ସେଠାରୁ ଉଠି ପାରିନ ପାରି ଚିତ୍କାର କରିଥିଲା। ହାତୀ ଚିତ୍କାର ଶୁଣି ଜଙ୍ଗଲକୁ ଯାଇଥିବା ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ହାତୀକୁ ଚିକିତ୍ସା କରିଥିଲା। ଆପ୍ରାଣ ଉଦ୍ୟମ ସତ୍ତ୍ୱେ ହାତୀର ଜୀବନ ବଞ୍ଚାଇ ପାରିନଥିଲେ ବନ ବିଭାଗ। ମଙ୍ଗଳବାର ହାତୀର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ,  ପୂର୍ବରୁ ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ ଓ ଜେନାପାଳ ଗାଁରୁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story