କଟକ ଷ୍ଟେସନ୍‌ରୁ ୨ କ୍ୱିଣ୍ଟାଲ୍ ଭାଙ୍ଗ ଜବତ, ଜଣେ ଗିରଫ

କଟକ (ପ୍ରଭାତ ବିଷୋୟୀ): କଟକ ରେଳ ଷ୍ଟେସନ୍‌ରୁ ୨ କ୍ୱିଣ୍ଟାଲ୍‌ ଭାଙ୍ଗ ଜବତ କରାଯାଇଛି।  ପୁରୀ-ପାଟନା ଏକ୍ସପ୍ରେସ୍‌ ଟ୍ରେନ୍‌ରେ କଟକକୁ ଭାଙ୍ଗ ଆସୁଥିବା ନେଇ ଅବକାରୀ ବିଭାଗକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ କଟକ ଷ୍ଟେସନ୍‌ରେ ଚଢ଼ଉ କରାଯାଇଥିଲା। ଏହି ଘଟଣାରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି।  ତାଙ୍କ ନାଁ ମାନସ ରଞ୍ଜନ ସିଂହ। ସେ ବଡ଼ ବଡ଼ ବ୍ୟାଗ୍‌ରେ […]

arrest

arrest

Rakesh Mallick
  • Published: Thursday, 02 August 2018
  • Updated: 02 August 2018, 09:22 AM IST

Sports

Latest News

କଟକ (ପ୍ରଭାତ ବିଷୋୟୀ): କଟକ ରେଳ ଷ୍ଟେସନ୍‌ରୁ ୨ କ୍ୱିଣ୍ଟାଲ୍‌ ଭାଙ୍ଗ ଜବତ କରାଯାଇଛି।  ପୁରୀ-ପାଟନା ଏକ୍ସପ୍ରେସ୍‌ ଟ୍ରେନ୍‌ରେ କଟକକୁ ଭାଙ୍ଗ ଆସୁଥିବା ନେଇ ଅବକାରୀ ବିଭାଗକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ କଟକ ଷ୍ଟେସନ୍‌ରେ ଚଢ଼ଉ କରାଯାଇଥିଲା।

ଏହି ଘଟଣାରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି।  ତାଙ୍କ ନାଁ ମାନସ ରଞ୍ଜନ ସିଂହ। ସେ ବଡ଼ ବଡ଼ ବ୍ୟାଗ୍‌ରେ ଭାଙ୍ଗ ନେଇ ଆସିଥିଲେ। ଏହି ଭାଙ୍ଗ ପାଟନାରୁ କଟକ ଗାନ୍ଧିପଲ୍ଲୀ ଅଞ୍ଚଳକୁ ଆସୁଥିଲା। ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ। ଏନେଇ ଅବକାରୀ ବିଭାଗର ତଦନ୍ତ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos