ବରିଷ୍ଠ ଆଇଏଏସ୍ ଅସିତ୍ ଓ ସୁରେଶଙ୍କ ମଧ୍ୟରେ ଛକାପଞ୍ଝା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ପଦରେ ଆସୀନ ହେବା ପାଇଁ ଏବେ ୧୯୮୬ ବ୍ୟାଚର ଦୁଇ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିବା କୁହାଯାଉଛି। ୧୯୮୩ ବ୍ୟାଚ୍ ଆଇଏଏସ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଅଧିକ ଦିନ ମୁଖ୍ୟ ସଚିବ ପଦରେ ରଖିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ନଥିବାବେଳେ, ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଦୁଇ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଶୀତଳ ଯୁଦ୍ଧକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ସେହିପରି ଅନ୍ୟ ଜଣେ […]

surash-mohapatra

surash-mohapatra

Manoranjan Sial
  • Published: Friday, 09 August 2019
  • Updated: 09 August 2019, 09:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ପଦରେ ଆସୀନ ହେବା ପାଇଁ ଏବେ ୧୯୮୬ ବ୍ୟାଚର ଦୁଇ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିବା କୁହାଯାଉଛି। ୧୯୮୩ ବ୍ୟାଚ୍ ଆଇଏଏସ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଅଧିକ ଦିନ ମୁଖ୍ୟ ସଚିବ ପଦରେ ରଖିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ନଥିବାବେଳେ, ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଦୁଇ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଶୀତଳ ଯୁଦ୍ଧକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ସେହିପରି ଅନ୍ୟ ଜଣେ ବରିଷ୍ଠ ଆଇଏଏସ୍ ନିତେନ ଚନ୍ଦ୍ର ମଧ୍ୟରେ ଦୁଇଦିନ ତଳେ ହୋଇଥିବା ବଦଳି ନିର୍ଦ୍ଦେଶରେ ଅସନ୍ତୁଷ୍ଟ ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟିରେ ପଳାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ୨୦୨୦ ଫେବୃୟାରୀ ମାସରେ ଅବସର ନେବାକୁ ଥିବା ବେଳେ ତାଙ୍କୁ ରାଜ୍ୟ ନିର୍ବାଚନ କମିଶନର ପଦବୀରେ ଅବସ୍ଥାପିତ କରିବା ନିମନ୍ତେ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଯଦି ଶ୍ରୀ ପାଢ଼ୀଙ୍କୁ ଅବସର ପୂର୍ବରୁ ମୁଖ୍ୟ ସଚିବ ପଦରୁ ହଟାଯାଏ ତା’ହେଲେ ଏହି ପଦ ପାଇଁ ୧୯୮୬ ବ୍ୟାଚର ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀ ମୁଖ୍ୟ ଦାବିଦାର ଅଛନ୍ତି। ଶ୍ରୀ ତ୍ରିପାଠୀ ଏବେ ଉନ୍ନୟନ କମିଶନର, କେବିକେ ମୁଖ୍ୟ ପ୍ରଶାସକ ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପଦରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ପାୱାର କରିଡରରେ ଚର୍ଚ୍ଚା ଅନୁସାରେ ୧୯୮୬ ବ୍ୟାଚର ଆଇଏଏସ୍ ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହେବା ପାଇଁ ଲବି ଜୋରଦାର କରିଛନ୍ତି।

୧୯୮୬ ବ୍ୟାଚରେ ମୋଟ ୫ଜଣ ଆଇଏଏସ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଏଲଏନ୍ ଗୁପ୍ତା ସ୍ୱେଚ୍ଛାକୃତ ଅବସର ନେଇଥିବାବେଳେ ଜିଭିଭି ଶର୍ମା ଏବେ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସେହି ବ୍ୟାଚର ଅନ୍ୟଜଣେ ଆଇଏଏସ୍ ଏସପି ଠାକୁରଙ୍କୁ ଗତ ଦୁଇଦିନ ତଳେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭଳି ଗୁରୁତ୍ୱହୀନ ପଦବୀକୁ ବଦଳି କରାଯାଇଛି। ତେଣୁ ୧୯୮୬ ବ୍ୟାଚର ଆଇଏଏସ୍ ଅସିତ୍ ତ୍ରିପାଠୀ ଓ ସୁରେଶ ମହାପାତ୍ରଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି।

ଆଇଏଏସ୍ ମହଲରେ ଚର୍ଚ୍ଚା ଅନୁସାରେ ଗୃହ ବିଭାଗ ଓ ଉନ୍ନୟନ କମିଶନର ଦାୟିତ୍ୱରେ ଥିବା ଶ୍ରୀ ତ୍ରିପାଠୀଙ୍କ ଉପରେ ରାଜ୍ୟ ସରକାର ଏବେ ଅଧିକ ନିର୍ଭରଶୀଳ ଥିଲେ ମଧ୍ୟ ଶ୍ରୀ ମହାପାତ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ପଦ ପାଇଁ 'ଡାର୍କ ହର୍ସ' ହେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ଜୋରଦାର ପ୍ରୟାସ ମଧ୍ୟ କରୁଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ପାହ୍ୟାର ଆଇଏଏସ ନିତେନ ଚନ୍ଦ୍ରଙ୍କୁ ଗତ ଦୁଇଦିନ ତଳେ ରାଜ୍ୟ ସରକାର ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବଦଳି କରିଛନ୍ତି। ୧୯୯୦ ବ୍ୟାଚର ଆଇଏଏସ ନିତେନଙ୍କୁ ବଦଳି କରିବାର ୨୪ଘଣ୍ଟା ନପୁରୁଣୁ ୧୯୯୩ ବ୍ୟାଚ ଆଇଏଏସ୍ ତଥା ଅର୍ଥ ସଚିବ ଅଶୋକ କେ ମୀନାଙ୍କୁ ମଧ୍ୟ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ବିନା କାରଣରେ ନିତେନଙ୍କୁ ଏଭଳି ବଦଳି କରାଯାଇଥିବାରୁ ସେ ଅପମାନିତ ବୋଧ କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟିରେ ପଳାଇଥିବା ଜଣାପଡ଼ିଛି।

ଆଇଏଏସ ଅଫିସରମାନଙ୍କ ମଧ୍ୟରେ ଚାଲିଥିବା ଏଭଳି ଶୀତଳ ଯୁଦ୍ଧର ପ୍ରଭାବ ଆଗାମୀ ଦିନରେ ରାଜ୍ୟ ପ୍ରଶାସନିକ କାର୍ଯ୍ୟରେ ବ୍ୟାପକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story