ଉତ୍ତରାଛକରେ ବଳଭଦ୍ରଙ୍କ ଦାରୁ ଶଗଡ଼ି

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରୁଥିବା ବଳଭଦ୍ରଙ୍କ ଦାରୁ ଶଗଡ଼ି ଏବେ ଭୁବନେଶ୍ୱର ନିକଟ ଉତ୍ତରାଛକରେ ଅବସ୍ଥାନ କରୁଛନ୍ତି। ଗତକାଲି ଅପରାହ୍ଣ ୫ଟାରେ ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ଜଗନ୍ନାଥ ମନ୍ଦିର ନିକଟରୁ ଯାତ୍ରା ଆରମ୍ଭ କରିଥିଲା ଦାରୁ ଶଗଡ଼ି। ଭକ୍ତିମୟ ପରିବେଶରେ ଦାରୁ ଶଗଡ଼ିକୁ ଟାଣି ନେଇଥିଲେ ଭକ୍ତ। ଏହି ସମୟରେ ପାଟ୍ଟବସ୍ତ୍ର ଓ ପୁଷ୍ପମଣ୍ଡିତ ଦିବ୍ୟଦାରୁଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡ଼ିଥିଲା ରାସ୍ତାର ଉଭୟ ପାଶ୍ୱର୍। ଘଣ୍ଟଘଣ୍ଟା ସଂକୀର୍ତ୍ତନ ସାଙ୍ଗକୁ ହୁଳହୁଳି ହରିବୋଲ ଧ୍ୱନିରେ କମ୍ପି […]

daru sagadi

daru sagadi

Rakesh Mallick
  • Published: Sunday, 03 May 2015
  • Updated: 03 May 2015, 06:01 AM IST

Sports

Latest News

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରୁଥିବା ବଳଭଦ୍ରଙ୍କ ଦାରୁ ଶଗଡ଼ି ଏବେ ଭୁବନେଶ୍ୱର ନିକଟ ଉତ୍ତରାଛକରେ ଅବସ୍ଥାନ କରୁଛନ୍ତି। ଗତକାଲି ଅପରାହ୍ଣ ୫ଟାରେ ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ଜଗନ୍ନାଥ ମନ୍ଦିର ନିକଟରୁ ଯାତ୍ରା ଆରମ୍ଭ କରିଥିଲା ଦାରୁ ଶଗଡ଼ି। ଭକ୍ତିମୟ ପରିବେଶରେ ଦାରୁ ଶଗଡ଼ିକୁ ଟାଣି ନେଇଥିଲେ ଭକ୍ତ। ଏହି ସମୟରେ ପାଟ୍ଟବସ୍ତ୍ର ଓ ପୁଷ୍ପମଣ୍ଡିତ ଦିବ୍ୟଦାରୁଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡ଼ିଥିଲା ରାସ୍ତାର ଉଭୟ ପାଶ୍ୱର୍। ଘଣ୍ଟଘଣ୍ଟା ସଂକୀର୍ତ୍ତନ ସାଙ୍ଗକୁ ହୁଳହୁଳି ହରିବୋଲ ଧ୍ୱନିରେ କମ୍ପି ଉଠିଥିଲା ପୂରା ପରିବେଶ। ଦାରୁ ଦେବତାଙ୍କ ଏ ଅପୂର୍ବ ଦିବ୍ୟରୂପ ଦର୍ଶନ କରି କୃତ୍ୟକୃତ୍ୟ ହୋଇପଡୁଥିଲେ ଭକ୍ତ। ଠିକ୍ ରାତି ୧୦ଟା ୨୫ରେ ଶଗଡ଼ି ଲାଗିଥିଲା ଉତ୍ତରାଛକରେ। ଆଜି ଏଠାରୁ ଆଗକୁ ବଢ଼ିବ ଦାରୁ ଶଗଡ଼ି।

ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥଙ୍କ ଦାରୁସ୍ଥଳୀ ରଘୁନାଥପୁରର ଖରିପଡ଼ିଆରେ ଭକ୍ତିମୟ ପରିବେଶ। ଦିବ୍ୟଦାରୁଙ୍କୁ ଦର୍ଶନ କରିବା ଲାଗି ଏଠାରେ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଏପଟେ ଦାରୁସ୍ଥଳୀରେ ରୀତିନୀତି ଅନୁଯାୟୀ ଯଜ୍ଞାଦି କାର୍ଯ୍ୟ ଲାଗି ବି ପ୍ରସ୍ତୁତି ଚାଲିଛି। ଶବରପଲ୍ଲୀ ଓ ଯଜ୍ଞଘର ନିର୍ମାଣ ସରିବା ପରେ ଦାରୁ ଛେଦନ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୯ ଓ ୧୦ ତାରିଖରେ ଦାରୁ ଛେଦନ ପରେ ୧୮ରୁ ୨୦ ସୁଦ୍ଧା ଶ୍ରୀ ଜଗନ୍ନାଥଙ୍କ ଦିବ୍ୟଦାରୁ ପୁରୀ ପହଞ୍ଚିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos