ବଲାଙ୍ଗିର(ଓଡ଼ିଶା ରିପୋର୍ଟର) ପୁଣି କ୍ୟାମେରାରେ କଳା ଡିଲ୍ । ପୁଣି ଦୁର୍ନୀତିଖୋର୍ ସରକାରୀ କର୍ମଚାରୀଙ୍କ ପାଇଁ ଚର୍ଚ୍ଚାରେ ବଲାଙ୍ଗିର ପୁଇନ୍ତଳା ବ୍ଲକ୍ର ତିନିଟି ପଞ୍ଚାୟତ ଦାୟିତ୍ୱରେ ଥିବା ଭିଏଡବ୍ଲୁ। ବନ୍ୟା କ୍ଷୟକ୍ଷତିର ସର୍ଭେ କରିବା ନାଁରେ ଚାଷୀଙ୍କୁ ଘରକୁ ଡାକି ଲାଞ୍ଚ ମାଗିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏନେଇ ଖବର ପ୍ରସାରଣ ପରେ ସଂପୃକ୍ତ ଭିଏଡବ୍ଲୁଙ୍କୁ ଜିଲ୍ଲାପାଳ ସସ୍ପେଣ୍ଡ୍ କରିଛନ୍ତି। ଗତ ଅଗଷ୍ଟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପ୍ରଭାବିତ ହୋଇଥିଲା ପୁଇନ୍ତଳା ବ୍ଲକ୍ । ହଜାର ହଜାର ହେକ୍ଟର ଜମିରେ ପାଣି ସୁଅ ଚାଲି ବାଲି ଚରିଯାଇଥିଲା ।
ଚାଷୀଙ୍କ ଭରସା ଥିଲା ସରକାରୀ ସହାୟତା ଉପରେ। କିନ୍ତୁ ବିଡ଼ମ୍ବନା, ଚାଷୀଙ୍କ ସର୍ବନାଶ ହୋଇଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପୁଷମାସ ପାଲଟିଛି। ତେବେ ପୁଇନ୍ତଳାର ଏ ଲାଞ୍ଚ କାରବାର ସଂପର୍କରେ ଖବର ପ୍ରସାରଣ ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଂପୃକ୍ତ ଭିଏଡବ୍ଲୁଙ୍କୁ ନିଜେ ଜିଲ୍ଲାପାଳ ନିଲମ୍ବନ କରିବା ସହ କୃଷି ଉପନିର୍ଦ୍ଦେଶକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଉଜୁଡ଼ା କ୍ଷେତ ବୁଲି ଚାଷୀଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ
କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଅସୁବିଧା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି।
Events & Festivals
୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ
ସାଧାରଣ ଭକ୍ତ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ମନା। କେବଳ ପ୍ରସ୍ଥାନ କରିବେ। ତେଣେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
Miscellaneous
କୁଦୋପାଲିର ଇତିହାସ ପଢ଼ିବ ବିଶ୍ୱ; ଗୋଟିଏ ଦିନରେ ସହିଦ ହୋଇଥିଲେ ୫୩ ସଂଗ୍ରାମୀ
କୁଦୋପାଲି ପାହାଡ଼ରେ ଇଂରେଜଙ୍କ ବିରୋଧରେ ହୋଇଥିବା ଲଢ଼େଇରେ ଗୋଟିଏ ଦିନରେ ୫୩ଜଣ ସଂଗ୍ରାମୀ ସହିଦ୍ ହୋଇଥିଲେ। ନ୍ୟାସନାଲ ବୁକ୍ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟିର ନାମ ରହିଛି 'ଦି ସାଗା ଅଫ୍ କୁଦୋପାଲି, ଦି ଅନସଙ୍ଗ୍ ଷ୍ଟୋରୀ ଅଫ୍ ୧୮୫୭'।
Accident
ଡିଭାଇଡରରେ ପିଟି ହୋଇ ହାଇୱାକୁ ଧକ୍କାଦେଲା ସ୍କର୍ପିଓ; ୨ ମୃତ
ସ୍ଥାନୀୟ ଲୋକେ ଏନେଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଗାଡ଼ି ଚାଳକ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିଲା।
Politics
କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ ଟ୍ରାକରେ ଗାଡ଼ି ବୁଲିବା ଘଟଣା, ସଫେଇ ଦେଲେ କ୍ରୀଡ଼ା ମନ୍ତ୍ରୀ
କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକରେ ସରକାରୀ ଗାଡ଼ି ବୁଲିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ବିଜେପି ସରକାରକୁ ଟାର୍ଗେଟ କରିଥିଲେ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଜବାବ ଦେଲେ କ୍ରୀଡ଼ାମନ୍ତ୍ରୀ।