ପାଟକୁରା: ଭୋଟ୍ ପୂର୍ବରୁ ଟଙ୍କା ବାଣ୍ଟୁଛି ବିଜେଡି, ପ୍ରଶାସନ ଜଳକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ସକାଳ ୭ଟାରୁ ଭୋଟଗ୍ରହଣ ଅନୁଷ୍ଠିତ ହେବ। ନିର୍ବାଚନମଣ୍ଡଳୀର ପ୍ରାୟ ୨.୪୪ଲକ୍ଷ ଭୋଟର ମୋଟ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ଖୁଲମଖୁଲା ଅର୍ଥବଳ,ବାହୁବଳ ଓ କ୍ଷମତାବଳ ପ୍ରଦର୍ଶନ କରିବାରେ ଲାଗିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ନିର୍ବାଚନ କମିଶନ ନିରବଦ୍ରଷ୍ଟା ସାଜିଛନ୍ତି। ବିଜେଡି ପକ୍ଷରୁ ଭୋଟ୍ ପାଇଁ ଘରପିଛା ଟଙ୍କା ବଣ୍ଟା ଯିବା ସହ ଆଇନକୁ ହାତକୁ ନେବାକୁ […]

patakura

patakura

Manoranjan Sial
  • Published: Friday, 19 July 2019
  • Updated: 19 July 2019, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ସକାଳ ୭ଟାରୁ ଭୋଟଗ୍ରହଣ ଅନୁଷ୍ଠିତ ହେବ। ନିର୍ବାଚନମଣ୍ଡଳୀର ପ୍ରାୟ ୨.୪୪ଲକ୍ଷ ଭୋଟର ମୋଟ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ଖୁଲମଖୁଲା ଅର୍ଥବଳ,ବାହୁବଳ ଓ କ୍ଷମତାବଳ ପ୍ରଦର୍ଶନ କରିବାରେ ଲାଗିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ନିର୍ବାଚନ କମିଶନ ନିରବଦ୍ରଷ୍ଟା ସାଜିଛନ୍ତି। ବିଜେଡି ପକ୍ଷରୁ ଭୋଟ୍ ପାଇଁ ଘରପିଛା ଟଙ୍କା ବଣ୍ଟା ଯିବା ସହ ଆଇନକୁ ହାତକୁ ନେବାକୁ ମଧ୍ୟ ଦଳୀୟ କର୍ମୀମାନେ ପଛାଉନଥିବା ଦେଖିବାକୁ ମିଳିଛି।

ପାଟକୁରା ବିଧାନସଭା ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୋଲିଂ କର୍ମଚାରୀମାନେ ବୁଥଗୁଡ଼ିକରେ ପହଞ୍ଚି ସାରିଥିବାବେଳେ ପୁଲିସ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ମଧ୍ୟ ନିର୍ବାଚନମଣ୍ଡଳୀରେ ପହଞ୍ଚିଛନ୍ତି। ପାଟକୁରା ନିର୍ବାଚନକୁ ବିଜେଡି ନିଜ ସମ୍ମାନର ପ୍ରଶ୍ନ ଭାବେ ବିବେଚନା କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିଜର ସବୁ ତାକତ୍ ଲଗାଇ ଦେଇଛି। ଘରଘର ବୁଲି ଭୋଟରଙ୍କ ପିଛା ଟଙ୍କା ବାଣ୍ଟିବାଠୁ ଆରମ୍ଭ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଟଙ୍କା ଦେଉଛି। ବିପୁଳ ପରିମାଣର ମଦ ମଧ୍ୟ ବଣ୍ଟନ କରାଯାଉଛି। ପ୍ରଶାସନର ଜାଣତରେ ଏସବୁ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ନିର୍ବାଚନ କମିଶନ ନିରବଦ୍ରଷ୍ଟା ସାଜିଛନ୍ତି।

ସୋଶାଲ ମିଡିଆରୁ ମିଳିଥିବା ଦୁଇଟି ଭିଡିଓରୁ ବିଜେଡିର କଳାକାରନାମା ପଦାରେ ପଡ଼ିଛି। ଆଇନକାନୁନକୁ ବେଖାତିର କରି ବିଜେଡି କିଭଳି ଭୋଟରଙ୍କୁ ଟଙ୍କା ଦେଇ ପ୍ରଭାବିତ କରୁଛି ତା’ର ଚାକ୍ଷୁସ ପ୍ରମାଣ ମିଳିଛି। ଡେରାବିଶ ବ୍ଲକର ଇନ୍ଦୋଳୋ ଗ୍ରାମପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ବିଜେଡି କର୍ମୀମାନେ ଘରକୁ ଘର ବୁଲି ଭୋଟରଙ୍କ ପିଛା ଟଙ୍କା ବଣ୍ଟନ କରୁଥିବାର ଏକ ଭିଡିଓରୁ ଦେଖିବାକୁ ମିଳିଛି। ବିଜେଡି ପକ୍ଷରୁ ମୁଣ୍ଡପିଛା ୫୦୦ଟଙ୍କା ଲେଖାଁଏ ବଣ୍ଟାଯାଉଥିବାବେଳେ ଏହି ଟଙ୍କାକୁ ନବୀନବାବୁ ଏଥର ଭୋଟ୍ ପାଇଁ ପଠାଇଛନ୍ତି ବୋଲି ସାଧାରଣ ଲୋକଙ୍କୁ କୁହାଯାଉଥିବା ଉକ୍ତ ଭିଡିଓ କ୍ଲିପରେ ଶୁଣିବାକୁ ମିଳିଛି।

ସେହିପରି ଗରଦପୁର ବ୍ଲକର ଭଗବାନପୁର ପଞ୍ଚାୟତର ଗାଜିପୁର ଗାଁରେ ମହିଳାମାନେ ବିଜେଡି ଟଙ୍କା ପାଇନଥିବାରୁ ରାସ୍ତାରୋକ କରିଥିଲେ। ଗାଁର କିଛି ସ୍ୱୟଂ ସହାୟକ ଗୋଷ୍ଠୀକୁ ବିଜେଡି ପକ୍ଷରୁ ୪ହଜାର ଟଙ୍କା ଲେଖାଏ ଦିଆଯାଇଥିବାବେଳେ ଆଉ କିଛି ଗୋଷ୍ଠୀକୁ ଏହି ଅର୍ଥ ମିଳିନଥିଲା। ତେବେ ଏହି ଟଙ୍କା ଦେବାରେ ବିଜେଡି ପାତରଅନ୍ତର କରିଛି ବୋଲି ଦର୍ଶାଇ ମହିଳାମାନେ ରାସ୍ତାରୋକ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ରାସ୍ତାରୋକରୁ ଉଠିଥିଲେ।

ସେହିପରି ମାର୍ଶାଘାର କରିଲୋପାଟଣା ପଞ୍ଚାୟତରେ ବିଜେଡି ପକ୍ଷରୁ ଭୋଟରଙ୍କୁ ଟଙ୍କା ବଣ୍ଟାଯାଉଥିବାବେଳେ ସେଠାରେ ୱେବ ଟିଭି ଚ୍ୟାନେଲ 'ଅର୍ଗସ'ର ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନ ପହଞ୍ଚି ଥିଲେ। ସେମାନଙ୍କ ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିବାରୁ ଗାଁର ଲୋକମାନେ ସଂଘବଦ୍ଧ ହୋଇ ଏହାକୁ ପ୍ରତିବାଦ କରିବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି।

ନିର୍ବାଚନ ମଇଦାନରେ ୧୦ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଓ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେଉଛି। ପାଟକୁରା ନିର୍ବାଚନମଣ୍ଡଳୀର ଭୋଟରମାନେ ନିରବ ରହିଥିବାରୁ ବିଜେଡି ସେମାନଙ୍କ ଭୋଟ୍ ହାତେଇବାକୁ ସବୁ ତାକତ୍ ଲଗାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story