ଭଦ୍ରକ(ପାର୍ଥସାରଥୀ ନାୟକ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ତେସିଙ୍ଗା ସେବା ସମବାୟ ସମିତିର ସମ୍ପାଦକ ରାଜେନ୍ଦ୍ର ଖଣ୍ଡେଇଙ୍କ ଘର ଉପରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୬ଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି।
ରାଜେନ୍ଦ୍ରଙ୍କ ବାସଭବନ, ଇଟା ଫ୍ୟାକ୍ଟ୍ରି, ଶ୍ୱଶୁର ଘର, ତେସିଙ୍ଗା ସେବା ସମବାୟ ସମିତି କାର୍ଯ୍ୟାଳୟ, ତେସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଓ ତାଙ୍କ ବନ୍ଧୁଙ୍କ ଘରେ ମଧ୍ୟ ଭିଜିଲାନ୍ସ କର୍ମଚାରୀ ଚଢ଼ଉ ଜାରି କରିଛନ୍ତି। ରାଜେନ୍ଦ୍ରଙ୍କ ସ୍ତ୍ରୀ ସଙ୍ଗୀତା ଖଣ୍ଡେଇ ତେସିଙ୍ଗାର ସରପଞ୍ଚ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବାବା କେଟିଏମ୍ ବାଇକ୍ରେ ଝିଅ ଧରି ବୁଲୁଥିଲେ...
ଯୁବତୀ ଜଣକ ଆହୁରି କହିଛନ୍ତି, ବିଜ୍ଞାନ ଯୁଗରେ ଲୋକମାନେ ନାନା ସମସ୍ୟା ନେଇ ବାବାଙ୍କ ପାଖକୁ ଯାଉଥିବା ଦେଖିବାକୁ ପାଇଥିଲି। ଯେଉଁ ମହିଳାଙ୍କର ପିଲା ଛୁଆ ହେଉନଥିଲା ବା ଯାହାକୁ କ୍ୟାନସର ପରି ଦୋରାରୋଗ ହୋଇଥିଲା, ସେମାନେ ବାବାଙ୍କ ପାଖକୁ ଯାଉଥିଲେ।
Crime
ବାଘ ଛାଲ ବିକ୍ରି ପାଇଁ ନେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ
୪ ଜଣ ତସ୍କର କଲରାପତରିଆ ବାଘ ଚାଲ ବିକ୍ରି ପାଇଁ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ବାରିପଦା ବନଖଣ୍ଡ ଓ ଶିମିଳିପାଳର ସ୍ଵତନ୍ତ୍ର ଟିମ୍ ମିଳିତ ଭାବେ ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ ଚଢ଼ଉ କରିଥିଲା।
Politics
ଅଫେରା ପଥରେ ବିଜେପିର ଭେଟ୍ରାନ୍ ଲିଡର ସମୀର ଦେ
ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ।
Guest Column
୨୦୩୬ ମସିହାର ଓଡ଼ିଶା କେଉଁଭଳି ହେବ?
ପ୍ରଦୂଷଣ ହେତୁ ଆଜି ଅଞ୍ଚଳରେ ଅନେକ ଲୋକ ଯକ୍ଷ୍ମା ବେମାରୀରେ ପଡିଛନ୍ତି। ଅନେକ ଏହିହେତୁ ମରିଯାଉଛନ୍ତି। ଚାଷ ଭଲ ହେଉ ନାହିଁ। ଚୂନ ଗୁଣ୍ଡ ପଡ଼ିବାରୁ କୌଣସି ଫସଲ ଭଲ ହେଉନାହିଁ। ପାଚିବା ପୂର୍ବରୁ ଫଳ ଝଡ଼ିଯାଉଛି। ଲୋକେ ଚଳିବେ ବା କେମିତି? ଅଞ୍ଚଳରେ ପାଣି ମଧ୍ୟ ଭଲରେ ମିଳୁନାହିଁ, ନା ପିଇବା ଲାଗି ନା ବ୍ୟବହାର ଲାଗି। ଘର ବାହାରକୁ ବାହାରିଲେ ମୁହଁ ଧଳା ଦେଖାଯାଉଛି।
Crime
ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡାକ୍ତର
ରେଡ୍ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।