ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଆଇଏଏସ୍ ବିନୋଦ କୁମାରଙ୍କ ଘରେ ଭିଜିଲାନ୍ସ ରେଡ୍। ତେବେ ରେଡ୍ ସମୟରେ ସେ ଘରେ ନଥିଲେ। ଏମିତିକି ସେ ଆଜି ଅଫିସ୍ ମଧ୍ୟ ଆସିନଥିଲେ। ଗତକାଲି ORHDC ଦୁର୍ନୀତିରେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରଠୁ ତାଙ୍କର ପତ୍ତା ମିଳୁନାହିଁ। ତାଙ୍କ ବିରୋଧରେ NBW ଜାରି ହୋଇଥିବାରୁ ସେ ଆତ୍ମ ସମର୍ପଣ କରିବେ ନା ଅନ୍ୟ କଣ ପଦକ୍ଷେପ ନେବେ ତାକୁ ନେଇ ଚର୍ଚ୍ଚା ଲାଗି ରହଛି।
୨୦୦୦ ମସିହା ORHDCରେ ହୋଇଥିବା ମହାଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବରିଷ୍ଠ ଆଇଏଏସ୍ ବିନୋଦ କୁମାର। ସେତେବେଳେ ୫୫ ଲକ୍ଷ ଟଙ୍କର ଅନିୟମିତତା ନେଇ ଅଭିଯୋଗ ଆସିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନବଜାତକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ ବାପାମା’; ଆନ୍ଧ୍ରରୁ ଉଦ୍ଧାର
ପିଲାଟି ଜନ୍ମ ହେବାର ୯ ଦିନ ପରେ ନିଜର ନବଜାତ ଶିଶୁଟିକୁ ଅନ୍ୟ ହାତକୁ ଟେକି ଦେଇଥିଲେ ବାପାମା’।
Miscellaneous
ଖୋଲିଲା ଧାନ ମଣ୍ଡି, ମନ୍ତ୍ରୀ କହିଲେ- ଚାଷୀଙ୍କ ପାଇଁ ଆଜି ଉତ୍ସବର ଦିନ
ଚଳିତ ବର୍ଷ ମୋହନ ମାଝୀ ସରକାର ଅମଳରେ କଟନୀ ଛଟନୀ ସମସ୍ୟା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୱିଣ୍ଟାଲ ପ୍ରତି ଚାଷୀ ୩୧ ଶହ ଟଙ୍କା ପାଇବେ । ଏଥିସହ ଧାନର କଳାବଜାରୀ ରୋକିବାକୁ ସୀମା ସିଲ୍ କରାଯିବ ।
Crime
୨୫ ଲକ୍ଷର ଅଳଙ୍କାର ଧରି ଫେରୁଥିଲେ ବାପପୁଅ, ଭୁଜାଲି ଦେଖାଇଲେ ଲୁଟେରା
ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା।
Accident
ଟ୍ରାକ୍ରୁ ମିଳିଲା ପତିପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ
ସ୍ଥାନୀୟ ଲୋକେ ଟ୍ରାକ୍ରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ପ୍ରଥମେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍କୁ ସୂଚନା ଦେଇଥିଲେ।