ସିବିଆଇକୁ ନେଇ କାହିଁକି ଦ୍ୱନ୍ଦ୍ୱରେ ବିଜେଡି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଓ ସିବିଆଇ ମୁହାଁମୁହିଁ ହେବା ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇଥିବାବେଳେ ବିଜେଡିର ଆଭିମୁଖ୍ୟକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଦିଲ୍ଲୀରେ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ବୟାନ ଓ ଭୁବନେଶ୍ୱରରେ ଦଳର ମୁଖପାତ୍ର ଡଃ ସସ୍ମିତ ପାତ୍ର ଗଣମାଧ୍ୟମକୁ ଦେଇଥିବା ବୟାନର କିଛି ଘଣ୍ଟା ନପୁରୁଣୁ ନ୍ୟୁଜ ଏଜେନ୍ସୀ ‘ଏଏନଆଇ’କୁ ଦଳର ସ୍ପଷ୍ଟୀକରଣ ବିଜେଡିର ଦ୍ୱନ୍ଦ୍ୱାତ୍ମକ ଚେହେରାକୁ […]

bjd

bjd

Manoranjan Sial
  • Published: Monday, 04 February 2019
  • Updated: 04 February 2019, 09:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଓ ସିବିଆଇ ମୁହାଁମୁହିଁ ହେବା ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇଥିବାବେଳେ ବିଜେଡିର ଆଭିମୁଖ୍ୟକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଦିଲ୍ଲୀରେ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ବୟାନ ଓ ଭୁବନେଶ୍ୱରରେ ଦଳର ମୁଖପାତ୍ର ଡଃ ସସ୍ମିତ ପାତ୍ର ଗଣମାଧ୍ୟମକୁ ଦେଇଥିବା ବୟାନର କିଛି ଘଣ୍ଟା ନପୁରୁଣୁ ନ୍ୟୁଜ ଏଜେନ୍ସୀ ‘ଏଏନଆଇ’କୁ ଦଳର ସ୍ପଷ୍ଟୀକରଣ ବିଜେଡିର ଦ୍ୱନ୍ଦ୍ୱାତ୍ମକ ଚେହେରାକୁ ପଦାରେ ପକାଇଛି। ସିବିଆଇର ଭୂମିକାକୁ ବିଜେଡି ନିନ୍ଦା କରୁଥିବାବେଳେ ମମତା ବାନାର୍ଜୀଙ୍କ କାର୍ଯ୍ୟକୁ ଦଳ ସମର୍ଥନ କରେନି ବୋଲି ଅଜବ ଯୁକ୍ତି ବାଢ଼ିଛି। ଯାହାକି ବିଜେପି ଶୀର୍ଷ ନେତୃତ୍ୱ ସହ ଥିବା ବିଜେଡିର ସମ୍ପର୍କକୁ ପଦାରେ ପକାଇଛି।

ସୂଚନା ଅନୁସାରେ ଆଜି ଲୋକସଭାରେ ଶୂନ୍ୟକାଳରେ ବିଜେଡି ସଂସଦୀୟ ଦଳ ନେତା ଶ୍ରୀ ମହତାବ “ସିବିଆଇର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା ସହ ଜଣେ ମୁଖ୍ୟମନ୍ତ୍ରୀ ରାସ୍ତାରେ ବସିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। କିଛି ବ୍ୟକ୍ତିଙ୍କ ସ୍ୱାର୍ଥ ସାଧନ ପାଇଁ ସିବିଆଇ କାମ କରୁଛି। ପଶ୍ଚିମବଙ୍ଗରେ ଗତକାଲି ଯାହା ଘଟିଲା, ସିବିଆଇର କିଛିବର୍ଷର ଆଚରଣର ଏହା ପ୍ରତିଫଳନ। କେନ୍ଦ୍ର ସରକାର ଶୀଘ୍ର ଏଥିରେ ହସ୍ତକ୍ଷେପ କରନ୍ତୁ ଓ ସମାଧାନର ରାସ୍ତା ଶୀଘ୍ର ବାହାର କରନ୍ତୁ। ସିବିଆଇ ପେସାଦାର ଅନୁଷ୍ଠାନ ଭଳି କାର୍ଯ୍ୟ କରୁ ବୋଲି ବିଜେଡି ଚାହେଁ।”

ମହତାବଙ୍କ ଏହି ବୟାନର କିଛି ସମୟ ନପୁରୁଣୁ ଦଳର ମୁଖପାତ୍ର ଡଃ ପାତ୍ର ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ ଯେ, “ ଆମେ ଏକ ସମୃଦ୍ଧ ଗଣତାନ୍ତ୍ରିକ ରାଷ୍ଟ୍ର ଓ ସେଠାରେ ପେସାଦାର ନୀତି ବଜାୟ ରହିବା ଜରୁରୀ। ଏପରିକି ଅତୀତରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନର ଠିକ ପୂର୍ବରୁ ସିବିଆଇ ଅଚାନକ ସକ୍ରିୟ ହୋଇପଡ଼ିଥିଲା। ଏବେ ସାଧାରଣ ନିର୍ବାଚନ ପୂର୍ବରୁ ଅଣପେସାଦାର ଆଚରଣ କରୁଛି, ଯାହାକି ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ।”

ତେବେ ମମତା ବାନାର୍ଜୀ ସରକାର ଓ ସିବିଆଇ ମୁହାଁମୁହିଁ ହେବା ପ୍ରସଙ୍ଗରେ ଦଳର ଏହି ଆଭିମୁଖ୍ୟ ମମତାଙ୍କ ପ୍ରତି ବିଜେଡିର ସମର୍ଥନ ବୋଲି ଗଣମାଧ୍ୟମରେ ପ୍ରଚାର ହେବାପରେ ଦଳ ପୁଣିଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଆଗେଇ ଆସିଛି। ନ୍ୟୁଜ ଏଜେନ୍ସୀ ‘ଏଏନଆଇ’ରେ ପ୍ରକାଶିତ ଟ୍ୱିଟରେ ବିଜେଡି ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରି କହିଛି ଯେ “ବିଜେଡି ଦ୍ୱାରା ଦିଆଯାଇଥିବା ବୟାନ ଓଡ଼ିଶା ଓ ଜାତୀୟସ୍ତରରେ ସିବିଆଇର କାର୍ଯ୍ୟକଳାପ ସମ୍ବନ୍ଧିତ ଏକ ପ୍ରତିକ୍ରିୟା। ଏହି ବୟାନକୁ ଭିତ୍ତି କରି କେତେକ ରାଜନୀତିକ ଦଳର ଗୋଷ୍ଠୀ ସହ ବିଜେଡିକୁ ଯୋଡ଼ାଯିବା ଅନୁଚିତ୍ ଓ ଭ୍ରମାତ୍ମକ।”

ତେବେ ପ୍ରଶ୍ନ ଉଠୁଛି, ମମତା ବାନାର୍ଜୀ ସରକାର ଓ ସିବିଆଇ ମଧ୍ୟରେ ଚାଲିଥିବା ବିବାଦରେ ସିବିଆଇକୁ କଡ଼ା ଭାଷାରେ ନିନ୍ଦା କରୁଥିବା ବିଜେଡି ଖୋଲାଖୋଲି ଭାବେ ମମତାଙ୍କୁ ସମର୍ଥନ କରିବାରେ କାହିଁକି କୁଣ୍ଠା ପ୍ରକାଶ କରୁଛି? କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ସିବିଆଇର ଏଭଳି ଆଭିମୁଖ୍ୟକୁ ମୋଦି ସରକାରଙ୍କ ପ୍ରତିହିଂସାପରାୟଣ ରାଜନୀତି ବୋଲି ଅଭିଯୋଗ କରୁଥିବାବେଳେ ବିଜେପିକୁ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ଭାବୁଥିବା ବିଜେଡି କାହିଁକି ବିରୋଧୀ ଗୋଷ୍ଠୀରେ ସାମିଲ ହେଉନି। ରାଜନୀତିକ ବିଶ୍ଲେଷକଙ୍କ ମତରେ, ରାଜନୀତିକ ବାଧ୍ୟବାଧକତା କାରଣରୁ ବିଜେପି ଶୀର୍ଷ ନେତୃତ୍ୱଙ୍କୁ ବିଜେଡି ଅସନ୍ତୁଷ୍ଟ କରିବାକୁ ଚାହୁଁନି। ସେଥିପାଇଁ ଏଭଳି ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଉପୁଜିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story