ଗୋଟିଏ ଘରୁ ବାହାରିଲେ ୪୬ଟି ନାଗ: ‘ନାଗୁଣୀ’ର ପତ୍ତା ମିଳୁନି, ଭୟରେ ପୂରା ଗାଁ

ବିଷାକ୍ତ ସାପ ଦେଖି ଦେଲେ ରୁମ୍‌ ଟାଙ୍କୁରି ଉଠିଥାଏ। ଦେହରେ ଶିହରଣ ଖେଳିଯିବା ସହ ଭୟରେ ହୃଦସ୍ପନ୍ଦନ ବଢି ଯାଇଥାଏ। ଯଦି ଆପଣଙ୍କୁ ୫୦ଟି ପାଖାପାଖି ବିଷାକ୍ତ ସାପ (ନାଗ)ଙ୍କ ସହ ରହିବାକୁ କୁହାଯାଏ କ’ଣ କରିବେ ? ନିଶ୍ଚିତ ସେ ସ୍ଥାନ ଛାଡି ପଳାଇବେ। ହେଲେ ଉତ୍ତର ପ୍ରଦେଶର ଗାଜିଆବାଗ୍‌ରେ ଗୋଟିଏ ପରିବାର ବହୁଦିନ ହେବ ଏପରି ରହୁଥିବା ଜଣାପଡିଛି। ଉକ୍ତ ଘରୁ ୪୬ଟି ନାଗ ଧରାଯିବା ପରେ ଏହି ଘଟଣା ପଦାକୁ ଆସିଛି। ତେବେ […]

snake

snake

Rakesh Mallick
  • Published: Tuesday, 18 July 2017
  • Updated: 18 July 2017, 10:57 AM IST

Sports

Latest News

ବିଷାକ୍ତ ସାପ ଦେଖି ଦେଲେ ରୁମ୍‌ ଟାଙ୍କୁରି ଉଠିଥାଏ। ଦେହରେ ଶିହରଣ ଖେଳିଯିବା ସହ ଭୟରେ ହୃଦସ୍ପନ୍ଦନ ବଢି ଯାଇଥାଏ। ଯଦି ଆପଣଙ୍କୁ ୫୦ଟି ପାଖାପାଖି ବିଷାକ୍ତ ସାପ (ନାଗ)ଙ୍କ ସହ ରହିବାକୁ କୁହାଯାଏ କ’ଣ କରିବେ ? ନିଶ୍ଚିତ ସେ ସ୍ଥାନ ଛାଡି ପଳାଇବେ। ହେଲେ ଉତ୍ତର ପ୍ରଦେଶର ଗାଜିଆବାଗ୍‌ରେ ଗୋଟିଏ ପରିବାର ବହୁଦିନ ହେବ ଏପରି ରହୁଥିବା ଜଣାପଡିଛି। ଉକ୍ତ ଘରୁ ୪୬ଟି ନାଗ ଧରାଯିବା ପରେ ଏହି ଘଟଣା ପଦାକୁ ଆସିଛି। ତେବେ ଏବେ ବି ଗୋଟେ ନାଗୁଣୀ ବାହାରେ ରହିଛି। ଯାହାକୁ ଧରିବାକୁ କେଳା ପ୍ରୟାସ ଚଳାଇଛି।

ଘଟଣାଟି ଗାଜିଆବାଗର ବୋଗନା ଗାଁର। ଗାଁର କାନ୍ତା ରାଜଭର ୪ଦିନ ପୂର୍ବେ ଘରେ ଏକ ନାଗ ସାପ ଦେଖିଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ସାପର କୌଣସି ସନ୍ଧାନ ମିଳି ନ ଥିଲା। ଦୁଇଦିନ ପରେ ତାଙ୍କ ବୋହୂ ଅନିତାଙ୍କ ଗୋଡରେ ଏକ ସାପ ଚଢ଼ି ଯାଇଥିଲା। ଘର ଲୋକେ ଖୋଜାଖୋଜି କରିବା ସମୟରେ ଘରେ ଆହୁରି ୫ଟି ସାପ ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ସାପ ଧରିବାକୁ କେଳା ଡାକି ଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଲା କେଳା ଗୋଟିଏ ପରେ ଗୋଟିଏ ୪୬ଟି ନାଗ ସାପ ଧରିଥିଲା। ଏହା ଦେଖି ପରିବାର ଲୋକଙ୍କ ହୋସ୍‌ ଉଡିଯାଇଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଘରେ ଆଉ ଏକ ନାଗୁଣୀ ଥିବା କେଳା କହୁଛି। ହେଲେ ଯେତେ ଖୋଜିଲେ ମଧ୍ୟ ତା’ର କିଛି ସନ୍ଧାନ ମିଳୁନାହିଁ। ଏପରି ସ୍ଥିତିରେ କାନ୍ତାଙ୍କ ପରିବାର ସମେତ ପୂରା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos