Advertisment

ବିଲାତି ଚାଷ କରି ୫ ମହିଳା ଲକ୍ଷପତି

କେନ୍ଦୁଝର (ପ୍ରଣୟ ପାଣି): ପାଞ୍ଚ ମହିଳା ହୋଇଛନ୍ତି ଲକ୍ଷପତି। ତାହା ପୁଣି ବିଲାତି ଚାଷ କରି। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ କଥା। ନାନା ଅଡୁ ଭିତରେ ଛନ୍ଦି ହୋଇପଡ଼ିଥିବା ଚାଷୀମାନେ ଚାଷଠାରୁ ଦୂରେଇ ଯାଉଥିବା ବେଳେ କେନ୍ଦୁଝରରେ ଜିଲ୍ଲାରୁ ଆସିଛି ଏପରି ଭଲ ଖବର। ୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ ଆଣି ଅଦିନରେ ବିଲାତି ଚାଷ କରି ଲକ୍ଷପତି ହେବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। କେନ୍ଦୁଝର ସଦର ବ୍ଲକ […]

author-image
Manoranjan Sial
ଅଦ୍ୟତନ ହୋଇଛି
ବିଲାତି ଚାଷ କରି ୫ ମହିଳା ଲକ୍ଷପତି

Tamato

କେନ୍ଦୁଝର (ପ୍ରଣୟ ପାଣି): ପାଞ୍ଚ ମହିଳା ହୋଇଛନ୍ତି ଲକ୍ଷପତି। ତାହା ପୁଣି ବିଲାତି ଚାଷ କରି। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ କଥା। ନାନା ଅଡୁ ଭିତରେ ଛନ୍ଦି ହୋଇପଡ଼ିଥିବା ଚାଷୀମାନେ ଚାଷଠାରୁ ଦୂରେଇ ଯାଉଥିବା ବେଳେ କେନ୍ଦୁଝରରେ ଜିଲ୍ଲାରୁ ଆସିଛି ଏପରି ଭଲ ଖବର। ୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ ଆଣି ଅଦିନରେ ବିଲାତି ଚାଷ କରି ଲକ୍ଷପତି ହେବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

Advertisment

କେନ୍ଦୁଝର ସଦର ବ୍ଲକ ବରଦାପାଳର ତଳ କୁସୁମିତା ଗାଁର ନିରୁପମା ମହାନ୍ତ, ଗମୀ ମୁଣ୍ଡା, ସେବତୀ ମହାନ୍ତ, ମଞ୍ଜୁ ମହାନ୍ତ ଓ ସସ୍ମିତା ମହାନ୍ତି। ପରିବାରର ଆର୍ଥିକ ସ୍ଥିତ ଭଲ ନାହିଁ। ତଥାପି ସେମାନେ ହାର ମାନି ନାହାନ୍ତି। ନୂଆ କିଛି କରିବାର ଜିଦ୍‌, ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ସାହସ ଦେଇଥିଲା। ଲିଜ୍‌ ସୂତ୍ରରୁ ଜମି ନେଇ ବିଲାତି ଚାଷ କରିବାକୁ ମନ ବଳାଇଥିଲେ। ସେଥିପାଇଁ ମାଆ ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠୀରୁ ୬୦,୦୦୦ ଓ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟରରୁ ୪୦,୦୦୦ ଟଙ୍କା ଋଣ ଆଣି ଟମାଟୋ ଚାଷ ଆରମ୍ଭ କଲେ।

ଜୁଲାଇ ମାସରେ ଚାରା ପ୍ରସ୍ତୃତ କଲେ। ପ୍ରାୟ ୪.୫ ଏକର ଜମିରେ ସେହି ଚାରାକୁ ରୋପଣ କରିଥିଲେ। ଏଥିପାଇଁ ଆବଶ୍ୟକ ହେଉଥିବା ଜ୍ଞାନ କୌଶଳ ଆଇଡିଆଲ୍‌ ଡେଭଲପ୍‌ମେଣ୍ଟ ଏଜେନସି (ଆଇଡିଏ) ସ୍ୱେଚ୍ଛାସେବୀର ସଦସ୍ୟମାନେ ଦେଉଥିଲେ।

Advertisment

ରୋପଣ ହୋଇଥିବା ବିଲାତି ଚାରା ଗତ ଅକ୍ଟୋବର ମାସରୁ ଫଳିବା ଆରମ୍ଭ କରିଥିଲା। ସେମାନେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାର ବିଲାତି ବିକ୍ରୟ କରିସାରିଲେଣି। ଆଉ କିଛି ମଧ୍ୟ ବିକ୍ରି ପାଇଁ ରଖିଛନ୍ତି। କିଛିଦିନ ତଳେ ହୋଇଥିବା ଲଗାଣ ବର୍ଷା ସେମାନଙ୍କୁ ଅସୁବିଧାରେ ପକାଇଥିଲା। ନଚେତ୍‌ ଚଳିତବର୍ଷ ଅଧିକ ଅମଳ ହୋଇଥାଆନ୍ତା ବୋଲି ଚାଷୀମାନେ କହିଛନ୍ତି।

୫ ମହିଳା ଲକ୍ଷପତି ହେବା ଘଟଣା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି। ହେଲେ ଏହି ଅଞ୍ଚଳରେ ବହୁ ପରିବା ଚାଷ ହେଉଥିବାରୁ ଶିତଳ ଭଣ୍ଡାର ଅଭାବରୁ ଚାଷୀ କମ ଦରରେ ପରିବା ବିକିବାକୁ ବାଧ୍ୟ ହେଉଛନ୍ତି। ଯଦି ଏଠାରେ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇ ପାରନ୍ତା, ତାହାହେଲେ ଚାଷୀ ଅଧିକ ଦୁଇ ପଇସା ଲାଭ ପାଇ ପାରନ୍ତେ ବୋଲି ଚାଷୀ କ୍ଷୋଭର ସହ କହିଛନ୍ତି। ଅନ୍ୟପଟେ ଅଧିକା ମହିଳା ଗୋଷ୍ଠୀଙ୍କୁ ଚାଷ ପ୍ରତି ଆକୃଷ୍ଟ କରିବାକୁ ଆଇଡିଏ ଚେଷ୍ଟା ଜାରି ରଖିଥିବା କହିଛି।