ଭିନ୍ନ ଏକ ଶିବାଳୟ; ମୂର୍ତ୍ତି ଛୁଇଁବାକୁ ଡରନ୍ତି ଲୋକେ 

ଛତିଶଗଡ଼ର ଜଗଦଲପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୩୫ କିଲୋମିଟର ଦୂର ଛିନ୍ଦଗାଁଓରେ ଇନ୍ଦ୍ରାବତୀ ନଦୀ କୂଳରେ ଅଛି ଗୋରେଶ୍ୱର ମହାଦେବ ମନ୍ଦିର। ଏହି ମନ୍ଦିର ପରିସରରେ ପଡ଼ି ରହିଛି ଅନେକ ପୁରୁଣା ଶିବଲିଙ୍ଗ ସହିତ ଭଗବାନ ନରସିଂହ, ନଟରାଜ ଓ ମା’ କାଳିଙ୍କ ମୂର୍ତ୍ତି। ଏଗୁଡ଼ିକ ସବୁ ୧୦ମ ଶତାବ୍ଦୀର। କିନ୍ତୁ ଏହି ଶିବଲିଙ୍ଗ ଅବା ମୂର୍ତ୍ତି ଗୁଡ଼ିକୁ ଛିନ୍ଦଗାଁଓ ଗ୍ରାମବାସୀ ସ୍ପର୍ଶ କରନ୍ତି ନାହିଁ। ଜାଣନ୍ତି କ’ଣ ପାଇଁ? କାରଣ ବସ୍ତର ରାଜା ଦେଇଛନ୍ତି […]

00

00

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 12:08 PM IST

Sports

Latest News

ଛତିଶଗଡ଼ର ଜଗଦଲପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୩୫ କିଲୋମିଟର ଦୂର ଛିନ୍ଦଗାଁଓରେ ଇନ୍ଦ୍ରାବତୀ ନଦୀ କୂଳରେ ଅଛି ଗୋରେଶ୍ୱର ମହାଦେବ ମନ୍ଦିର। ଏହି ମନ୍ଦିର ପରିସରରେ ପଡ଼ି ରହିଛି ଅନେକ ପୁରୁଣା ଶିବଲିଙ୍ଗ ସହିତ ଭଗବାନ ନରସିଂହ, ନଟରାଜ ଓ ମା’ କାଳିଙ୍କ ମୂର୍ତ୍ତି। ଏଗୁଡ଼ିକ ସବୁ ୧୦ମ ଶତାବ୍ଦୀର। କିନ୍ତୁ ଏହି ଶିବଲିଙ୍ଗ ଅବା ମୂର୍ତ୍ତି ଗୁଡ଼ିକୁ ଛିନ୍ଦଗାଁଓ ଗ୍ରାମବାସୀ ସ୍ପର୍ଶ କରନ୍ତି ନାହିଁ। ଜାଣନ୍ତି କ’ଣ ପାଇଁ? କାରଣ ବସ୍ତର ରାଜା ଦେଇଛନ୍ତି ଏପରି ନିର୍ଦ୍ଦେଶ। ଶୁଣି ଆଶ୍ଚର୍ଯ୍ୟ ହେବେ ୭୪ ବର୍ଷ ପୂର୍ବେ ରାଜା ଏହି ନିର୍ଦ୍ଦେଶ ଦେଇଥିଲେ। ମାନେ ଦେଶ ସ୍ୱାଧୀନ ହେବା ପୂର୍ବରୁ। ଆଉ ଏବେବି ଲୋକେ ସେହି ନିର୍ଦ୍ଦେଶକୁ ପାଳନ କରୁଛନ୍ତି। ମନ୍ଦିର ପରିସରରେ ପଡ଼ିଥିବା ମୂର୍ତ୍ତିଗୁଡ଼ିକୁ ନଛୁଇଁବା ପାଇଁ ତତ୍‌କାଳୀନ ରାଜା ଦେଇଥିବା ନିର୍ଦ୍ଦେଶନାମାଟି ଯାହାକୁ କାଠରେ ଖୋଦେଇ କରି ଲେଖାଯାଇଛି, ତାହା ଏବେବି ସେଠାରେ ଅକ୍ଷତ ଅବସ୍ଥାରେ ଟଙ୍ଗା ହୋଇଛି।

କଥା କ’ଣ କି ବସ୍ତରବାସୀ ସେମାନଙ୍କ ରାଜାମାନଙ୍କୁ ଖୁବ୍ ଆଦର କରନ୍ତି। ତେଣୁ ଆଜି ପର୍ଯ୍ୟନ୍ତ ସେହି ନିର୍ଦ୍ଦେଶକୁ ମାନି ଚାଲୁଛନ୍ତି।

ଜିଲା ପୁରାତତ୍ତ୍ୱ ସଂଗ୍ରହାଳୟର ଅଧ୍ୟକ୍ଷ ଏ.ଏଲ.ପୈକରା କହିଛନ୍ତି ଯେ ୧୯୮୨ରୁ ଏହି ମନ୍ଦିରଟି ସଂରକ୍ଷଣ ଦାୟିତ୍ୱ ଛଗ ପୁରାତତ୍ତ୍ୱ ବିଭାଗ କରି ଆସୁଛି। ଏହି ମନ୍ଦିର ପରିସରରେ ପଡ଼ିଥିବା ପୁରୁଣା ମୂର୍ତ୍ତିଗୁଡ଼ିକୁ ସଂଗ୍ରହାଳୟକୁ ଆଣିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ସେଠାକାର ଗ୍ରାମବାସୀ ଏମିତି କରିବାକୁ ଦେଇ ନ ଥିଲେ। ରାଜାଙ୍କ ପ୍ରତି ଗଭୀର ସମ୍ମାନ ଓ ଆସ୍ଥା ଯୋଗୁଁ ସେମାନେ ମୂର୍ତ୍ତିଗୁଡ଼ିକୁ ସେଠାରୁ ସଂଗ୍ରହାଳୟକୁ ଆଣିବାକୁ ଦେଇ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos