ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>[vc_row][vc_column][vc_video link=" ଆକାଶରେ ଛାତିଥରା ଦୃଶ୍ୟ। ଯିଏ ଦେଖୁଥିଲା ଭୟରେ ଥରିଯାଉଥିଲା। ଏମିତି ଚିତ୍ର ଯିଏ ଦେଖିବ ନିଶ୍ଚୟ ତାଜୁବ୍‌ ହୋଇଯିବ। ଲ୍ୟାଣ୍ଡି କରିବା ଆଗରୁ ମଝି ଆକାଶରେ କ୍ରାସ୍ କରିଗଲା ବିମାନ। ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ୱାସିଂଟନରେ ଘଟିଛି। କ୍ୟାମରାରେ କଏଦ୍‌ ହୋଇଛି ଏହି ଦୃଶ୍ୟ। ମିଳିଥିବା ସୂଚନା ଅନୁଯାୟୀ ୱାସିଂଟନରେ ମୁକିଟେଓ ଅଞ୍ଚଳର ଏକ ସ୍ଥାନରେ ଟ୍ରାଫିକ୍‌ ଚେକ୍‌ ଗେଟ୍‌ ପଡ଼ୁଥିବା ବେଳେ ଉଭୟପଟରୁ ଆସୁଥିବା ଗାଡ଼ିମୋଟର ଅଟକି ଯାଇଥିଲା। ଏହି ସମୟରେ ଅଚାନକ୍‌ ଏକ ବିମାନ ଅତି ଅଳ୍ପ ଉଚ୍ଚତାରେ କ୍ରାସ୍‌ କରିଯାଇଥିଲା। ହୁତୁ ହୁତୁ ହୋଇ ଜଳୁ ଥିଲା ବିମାନ। ତେବେ ବିମାନରେ ଥିବା ପାଇଲଟ ଏବଂ ଯାତ୍ରୀମାନେ ସୌଭାଗ୍ୟବସତ ବର୍ତ୍ତିଯାଇଥିଲେ।</p> <p>ସ୍ଥାନୀୟ ପୋଲିସ କହିବା ଅନୁଯାୟୀ ବିମାନର ଇଞ୍ଜିନ ଅଚାନକ୍‌ ଖରାପ ହୋଇଯିବାରୁ ବିମାନଟି ଭାରସାମ୍ୟ ହରାଇ ଥିଲା। ହଠାତ୍‌ପାଇଲଟ ଜଣକ ବିମାନଟିକୁ ରାସ୍ତା ଉପରେ ଅବତଣ କରିବା ପାଇଁ ଉଦ୍ୟମ କରିଥିଲେ। ତେବେ ତା’ପୂର୍ବରୁ ବିଦ୍ୟୁତ୍‌ ତାରରେ ବାଜି ଜଳିଯାଇଥିଲା ବିମାନ । ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନ ଥିବା ପୋଲସି କହିଛି। ଏହି ଖବର ସ୍ଥାନୀୟ ଗଣମାଧ୍ୟମ “କୋମୁ ନ୍ୟୁଜ୍‌”ରେ ପ୍ରକାଶ ପାଇଛି।[/vc_column_text][/vc_column][/vc_row]</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।