Advertisment

ବ୍ରିଟିଶ ଅମଳରେ ନିର୍ମାଣ ହୋଇଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ!

ବାରିପଦା (ମାନିକ ଲାଲ ପାଣି): ଜାପାନ୍‌ ବିରୋଧରେ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ନେଇଥିଲା ପ୍ରମୁଖ ଭୂମିକା! ଜାପାନ ବିରୋଧରେ ଲଢ଼ିବା ପାଇଁ ଚୀନ୍‌କୁ ସେନା ଯୋଗାଇବା ଉଦ୍ଦେଶ୍ୟରେ ବ୍ରିଟିଶ୍‌ ସରକାର ନିର୍ମାଣ କରିଥିଲା କମର୍ଦ୍ଦା ଏୟାରଷ୍ଟ୍ରିପ୍‌। ଏବେ ସେହି ସାମରିକ ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ହେବ। ଆଉ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଆକାଶରେ ଉଡ଼ିବ ବିମାନ। ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ୪ ଜଣିଆ ଟିମ୍‌ ଆଜି ଏୟାରଷ୍ଟ୍ରିପ୍‌ ପରିଦର୍ଶନ […]

author-image
Manoranjan Sial
ଅଦ୍ୟତନ ହୋଇଛି
ବ୍ରିଟିଶ ଅମଳରେ ନିର୍ମାଣ ହୋଇଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ!

Amarda airstrip

ବାରିପଦା (ମାନିକ ଲାଲ ପାଣି): ଜାପାନ୍‌ ବିରୋଧରେ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ନେଇଥିଲା ପ୍ରମୁଖ ଭୂମିକା! ଜାପାନ ବିରୋଧରେ ଲଢ଼ିବା ପାଇଁ ଚୀନ୍‌କୁ ସେନା ଯୋଗାଇବା ଉଦ୍ଦେଶ୍ୟରେ ବ୍ରିଟିଶ୍‌ ସରକାର ନିର୍ମାଣ କରିଥିଲା କମର୍ଦ୍ଦା ଏୟାରଷ୍ଟ୍ରିପ୍‌। ଏବେ ସେହି ସାମରିକ ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ହେବ। ଆଉ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଆକାଶରେ ଉଡ଼ିବ ବିମାନ। ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ୪ ଜଣିଆ ଟିମ୍‌ ଆଜି ଏୟାରଷ୍ଟ୍ରିପ୍‌ ପରିଦର୍ଶନ କରିଛନ୍ତି।

Advertisment

ଦେଶ ସ୍ୱାଧୀନ ହେବା ପୂର୍ବରୁ ଅର୍ଥାତ ୧୯୪୦ ମସିହାରେ ବ୍ରିଟିଶ ସରକାର ଆଦିବାସୀ ଅଧ୍ୟୁଷିତ କମର୍ଦ୍ଦାରେ ଏୟାରଷ୍ଟିପ୍‌ ତିଆରି କରିଥିଲା। ୯୦୦ ଏକର ଜମିରେ ନିର୍ମାଣ ହୋଇଥିବା ଏୟାରଷ୍ଟ୍ରିପ୍‌ରେ ୧୧ ହଜାର ଫୁଟ୍‌ର ରନୱେ ନିର୍ମାଣ କରାଯାଇଥିଲା। ଯାହା ଏସିଆର ମହାଦେଶର ସର୍ବ ବୃହତ ରନୱେର ମାନ୍ୟତା ପାଇଥିଲା। ଜାପାନ ବିରୋଧରେ ଲଢ଼ିବା ପାଇଁ ଚୀନକୁ ସେନା ଯୋଗାଇବା ଉଦ୍ଦେଶ୍ୟରେ ବ୍ରିଟିଶ୍‌ ସରକାର ଏହି ଏୟାଷ୍ଟ୍ରିପ୍‌ ନିର୍ମାଣ କରିଥିଲା। ଏଠାରେ କେବଳ ସାମରିକ ବିମାନ ଅବତରଣ କରୁଥିଲା। ଏହାଛଡ଼ା ତାଲିମ୍‌ ମଧ୍ୟ ଦିଆଯାଉଥିଲା। ବ୍ରିଟିଶ୍‌ ସରକାର ଏୟାର୍‌ଷ୍ଟ୍ରିପ୍‌ ପରିସରରେ ଯୋଦ୍ଧଗାର ମଧ୍ୟ କରିଥିଲା। ଏଠାରେ ଯୁଦ୍ଧାସ୍ତ୍ର ରଖାଯାଉଥିଲା।

ଦେଶ ସ୍ୱାଧୀନ ହେଲା। ବ୍ରିଟିଶ ସରକାର ଦେଶ ଛାଡ଼ି ପଳାଇଲା। ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ମୟୂରଭଞ୍ଜ ଜିଲ୍ଲା ଭିତରେ ସୀମିତ ହୋଇ ରହିଗଲା। ହେଲେ ଭାରତ ସରକାର ଏହାର ଧ୍ୟାନ ଦେଲେନାହିଁ। ରକ୍ଷଣା ବେକ୍ଷଣା ଅଭାବରୁ ଭଗ୍ନ ଅବସ୍ଥାକୁ ଚାଲି ଯାଇଥିଲା ଏହି ବ୍ରିଟିଶ ଅମଳର ଏୟାରଷ୍ଟ୍ରିପ୍‌। ଏହାର ପୁନରୁଦ୍ଧାର କରିବା ସହ ଏଠାରୁ ବିମାନ ଚଳାଚଳ କରିବାକୁ ଜିଲ୍ଲାବାସୀ ଦୀର୍ଘ ଦିନରୁ ଦାବି କରିଆସୁଥିଲେ। ଶେଷରେ ଜିଲ୍ଲାବାସୀଙ୍କ ପାଇଁ ଆସିଛି ଖୁସି ଖବର। ଏହି ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।

Advertisment

ଆଜି କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ୪ ଜଣିଆ ଟିମ୍‌ କମର୍ଦ୍ଦା ଏୟାରଷ୍ଟ୍ରିପ୍‌ ପରିଦର୍ଶନ କରିଛନ୍ତି। ଟିମ୍‌ର ସଦସ୍ୟମାନେ ଏନେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ନେତା, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିଛନ୍ତି। ଏୟାରଷ୍ଟ୍ରିପ୍‌ ଅଧୀନରେ କେତେ ଜାଗା ଅଛି? ରନୱେର ଅବସ୍ଥା କେମିତି ରହିଛି? ଜବର ଦଖଲ କେତେ ଜମି ରହିଛି ? ଏସବୁର ଏକ ରିପୋର୍ଟ ସାତ ଦିନ ଭିତରେ କେନ୍ଦ୍ର ସରକାରଙ୍କୁ ଦିଆଯିବ ବୋଲି ଟିମ୍‌ ସଦସ୍ୟମାନେ କହିଛନ୍ତି। ଏହା ପରେ ରୂପ ରେଖ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ଟି ଏବେ ସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ରହିଛି। ଏଠାରୁ ବିମାନ ଚଳାଚଳ ଆରମ୍ଭ କଲେ ଡିଆରଡିଓ, କୋଲକାତା, ଜାମସେଦପୁର, ଧାମରା ବନ୍ଦର ସହ ମୟୂରଭଞ୍ଜ କେନ୍ଦୁଝର ଓ ବାଲେଶ୍ୱର ଅଞ୍ଚଳର ଲୋକେ ବେଶ୍‌ ଉପକୃତ ହେବେ ବୋଲି ଆଶା କରୁଛି।