Advertisment

ମହାକାଶରେ ଉଲ୍‌କାପିଣ୍ଡ ଖୋଜି ପାଇଲେ ନବରଙ୍ଗପୁର ଝିଅ

ନବରଙ୍ଗପୁର(ନବଘନ ବିଶୋଇ): ମହାକାଶରେ ଘୂରି ବୁଲୁଥିବା ଉଲ୍‌କାପିଣ୍ଡ ଖୋଜି ପାଇଛନ୍ତି ଓଡ଼ିଆ ଝିଅ ବନୀତା ଦାସ। ଓଡ଼ିଶାର ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ପାଇଁ ଗୌରବ ଆଣିଛନ୍ତି। ଟେଲିସ୍କୋପର ସଫ୍ଟୱେୟାର ଇମେଜ ମାଧ୍ୟମରେ ସେ ଉଲ୍‌କାପିଣ୍ଡ ଖୋଜି ବାହାର କରିବାରେ ସକ୍ଷମ ହୋଇଛନ୍ତି। ଏଥିରେ ତାଙ୍କୁ ସାଥୀମାନେ ସହଯୋଗ କରିଛନ୍ତି। ନବରଙ୍ଗପୁର ଗାଦବାଗୁଡା ସାହିର ବନବିହାରୀ ଦାସ ମହାପାତ୍ର ନବୋଦୟ ବିଦ୍ୟାଳୟରେ ଚାକିରି କରୁଛନ୍ତି। […]

author-image
Manoranjan Sial
ଅଦ୍ୟତନ ହୋଇଛି
ମହାକାଶରେ ଉଲ୍‌କାପିଣ୍ଡ ଖୋଜି ପାଇଲେ ନବରଙ୍ଗପୁର ଝିଅ

Banita-das

ନବରଙ୍ଗପୁର(ନବଘନ ବିଶୋଇ): ମହାକାଶରେ ଘୂରି ବୁଲୁଥିବା ଉଲ୍‌କାପିଣ୍ଡ ଖୋଜି ପାଇଛନ୍ତି ଓଡ଼ିଆ ଝିଅ ବନୀତା ଦାସ। ଓଡ଼ିଶାର ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ପାଇଁ ଗୌରବ ଆଣିଛନ୍ତି। ଟେଲିସ୍କୋପର ସଫ୍ଟୱେୟାର ଇମେଜ ମାଧ୍ୟମରେ ସେ ଉଲ୍‌କାପିଣ୍ଡ ଖୋଜି ବାହାର କରିବାରେ ସକ୍ଷମ ହୋଇଛନ୍ତି। ଏଥିରେ ତାଙ୍କୁ ସାଥୀମାନେ ସହଯୋଗ କରିଛନ୍ତି।

Advertisment

ନବରଙ୍ଗପୁର ଗାଦବାଗୁଡା ସାହିର ବନବିହାରୀ ଦାସ ମହାପାତ୍ର ନବୋଦୟ ବିଦ୍ୟାଳୟରେ ଚାକିରି କରୁଛନ୍ତି। ତାଙ୍କ ବଡ଼ଝିଅ ହେଉଛନ୍ତି ବନୀତା। ସେ ଏବେ ମଧ୍ୟପ୍ରଦେଶ ରାଜ୍ୟର ଅନୁପୁର ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ସେ ଜଣେ ମେଧାବୀ ଛାତ୍ରୀ। ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ) ଆନୁକୂଲ୍ୟରେ ଆୟୋଜିତ ‘ପିଲାଙ୍କ ଉଲ୍‌କାପିଣ୍ଡ ସନ୍ଧାନ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବନୀତା।

ବନୀତାଙ୍କ ସହ ସମଗ୍ର ବିଶ୍ୱରୁ ବହୁ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ହାୱାଇରେ ଥିବା ଟେଲିସ୍କୋପର ସଫ୍ଟୱେୟାର ଇମେଜ ମାଧ୍ୟମରେ ସେ ଉଲ୍‌କାପିଣ୍ଡ ଖୋଜି ବାହାର କରିବାରେ ସକ୍ଷମ ହୋଇଥିଲେ। ଆଗକୁ ଏହି ଉଲ୍‌କାପିଣ୍ଡର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ। ଏହି ଉଲ୍‌କାପିଣ୍ଡର ଗତିବିଧିକୁ ବିଶ୍ଳେଷଣ କରି ଆଗାମୀ ୬ ବର୍ଷ ମଧ୍ୟରେ ଏହାର ଗତିପଥ ଜାଣିହେବ ବୋଲି ଜଣାପଡିଛି। ଏଥିପାଇଁ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ତାଙ୍କୁ ଗତ ଜାନୁଆରୀରେ ତାଲିମ ଦିଆଯାଇଥିଲା। ଏପରି ମହାକାଶ ଗବେଷଣାରେ ସେ ପ୍ରଥମ ଓଡ଼ିଆ ଛାତ୍ରୀ। ତାଙ୍କର ଏହି ସଫଳତା ପରେ ପରିବାର ଖୁସିର ଲହର ଖେଳି ଯାଇଛି। ବନୀତାଙ୍କ ଏହି ଆବିଷ୍କାରକୁ ନାସା ଓ ଅନ୍ତର୍ଜାତୀୟ ଜୋତି ର୍ବିଜ୍ଞାନ ପରିଷଦ ପରୀକ୍ଷା କରିବା ପରେ ଅନୁମୋଦନ କରିଛନ୍ତି।

Advertisment

ଅନ୍ୟପଟେ ବନୀତା ଭବିଷ୍ୟତରେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ବନୀତା ଅନେକ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଛନ୍ତି। ୨୦୧୯ ମସିହାରେ ସେ ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ପାଇଁ ମନୋନୀତ ହୋଇଥିଲେ। ଦିଲ୍ଲୀଠାରେ ତାଙ୍କର ବାୟୋ-ପ୍ଲାଷ୍ଟିକ ପ୍ରକଳ୍ପ ଉଚ୍ଚ ପ୍ରଶଂସିତ ହୋଇଥିଲା। ସେହିଭଳି ୨୦୨୦ ମସିହାରେ ସେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ଆୟୋଜିତ ଇନସ୍ପାୟର ମାନକ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ। ଚଳିତ ବର୍ଷ ସର୍ବଭାରତୀୟ ସ୍ୱଚ୍ଛତା ସାରଥୀ ଫେଲୋଶିପ୍ ପାଇଁ ମନୋନୀତ ହୋଇଛନ୍ତି।