ବାହାଦୁର ଝିଅ ନମିତା: ୧୨ କିଲୋମିଟର ଚାଲି ଥାନାରେ ପହଞ୍ଚିଲେ, ବାହାଘର ରୋକିଲେ

ଆଦିବାସୀ ଝିଅ ନମିତା ମହୋତ। ବୟସ ୧୬। ଘର ପଶ୍ଚିମବଙ୍ଗର ପୁରୁଲିଆରେ। ନାବାଳିକା ହୋଇଥିଲେ ହେଁ ବାପାମା’ ତାଙ୍କୁ ବାହାଘର କରି ଦେବାକୁ ଚାହୁଁଥିଲେ। କିନ୍ତୁ ରାଜି ନ ଥିଲେ ନମିତା। ବାପାମା’ଙ୍କୁ ବୁଝାଇବାକୁ ଚେଷ୍ଟା କରି ଥିଲେ। ସେମାନେ ବୁଝି ନ ଥିଲେ। ଜୋରଜବରଦସ୍ତି ବାହାଘର କରାଇ ଦେବାକୁ ପ୍ରସ୍ତୁତ ହେଉଥିଲେ। ନମିତା ବି ହାର୍ ମାନି ନ ଥିଲେ। ଯେଉଁ ଦିନ ବାହାଘର ତାରିଖ ଠିକ୍ କରିବା ପାଇଁ ବର ଘର ଲୋକେ ଆସିବାର ଥିଲା […]

namita

namita

Rakesh Mallick
  • Published: Friday, 31 March 2017
  • Updated: 01 April 2017, 07:38 AM IST

ଆଦିବାସୀ ଝିଅ ନମିତା ମହୋତ। ବୟସ ୧୬। ଘର ପଶ୍ଚିମବଙ୍ଗର ପୁରୁଲିଆରେ। ନାବାଳିକା ହୋଇଥିଲେ ହେଁ ବାପାମା’ ତାଙ୍କୁ ବାହାଘର କରି ଦେବାକୁ ଚାହୁଁଥିଲେ। କିନ୍ତୁ ରାଜି ନ ଥିଲେ ନମିତା। ବାପାମା’ଙ୍କୁ ବୁଝାଇବାକୁ ଚେଷ୍ଟା କରି ଥିଲେ। ସେମାନେ ବୁଝି ନ ଥିଲେ। ଜୋରଜବରଦସ୍ତି ବାହାଘର କରାଇ ଦେବାକୁ ପ୍ରସ୍ତୁତ ହେଉଥିଲେ। ନମିତା ବି ହାର୍ ମାନି ନ ଥିଲେ। ଯେଉଁ ଦିନ ବାହାଘର ତାରିଖ ଠିକ୍ କରିବା ପାଇଁ ବର ଘର ଲୋକେ ଆସିବାର ଥିଲା ସେହି ଦିନ ହିଁ ସେ ଘରୁ ପଳାଇ ଆସିଥିଲେ। ସେ ୧୨ କିଲୋମିଟର ଚାଲି ଚାଲି ପୋଲିସ୍ ଥାନାରେ ପହଞ୍ଚିଲେ। ନାବାଳିକା ହୋଇଥିଲେ ବି ବାପାମା’ ତାଙ୍କର ବାହାଘର ଜୋରଜବରଦସ୍ତି କରାଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ସେ ନାବାଳିକା ହୋଇଥିବା ନେଇ ପ୍ରମାଣ ବି ଦେଖାଇଥିଲେ। ପ୍ରମାଣ ସ୍ୱରୂପ ସେ ପୋଲିସ୍‌କୁ ନିଜର ମାଧ୍ୟମିକ ପରୀକ୍ଷାର ପ୍ରବେଶ ପତ୍ର ଦେଖାଇଥିଲେ। ସେଥିରେ ତାଙ୍କ ଜନ୍ମ ତାରିଖ ଉଲ୍ଲେଖ ଥିଲା।

ନମିତାଙ୍କ ଠାରୁ ଅଭିଯୋଗ ପାଇବା ପରେ ପୋଲିସ୍ ଏ ସଂପର୍କରେ ବିଡିଓ ଅଜୟ ସେନଗୁପ୍ତାଙ୍କୁ ଜଣାଇଥିଲେ। ସେ  ତାଙ୍କ ବାପାମା’ଙ୍କୁ ଡକାଇ ଥିଲେ। ନମିତାଙ୍କ ବାହାଘର ଅଟକି ଗଲା। ନମିତାଙ୍କ ବାହାଦୁରୀ ଦେଖି ବିଡିଓ ଖୁସି ହୋଇଗଲେ ଏବଂ ତାଙ୍କୁ ହଳେ ପୋଷାକ ଉପହାର ଦେଲେ। ଭବିଷ୍ୟତରେ ନମିତା ଯେମିତି ଉଚ୍ଚ ଶିକ୍ଷା ହାସଲ କରିବେ ତାହା ନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos