ମଇଁଷିର ମଣିଷ ଛୁଆ ଜନ୍ମ !

ବ୍ୟାଙ୍କକ୍‌:ସମସ୍ତଙ୍କୁ ଚକିତି କରିଦେଲା ଭଳି ଖବର। ଅଦ୍ଭୁତ ପୁଣି ଆଶ୍ଚର୍ଯ୍ୟ। ଥାଇଲାଣ୍ଡରଏକ ମଇଁଷି ମଣିଷ ଆକୃତି ଭଳି ଏକ ସାବକ ଜନ୍ମ କରିଛି। ଚେହେରା ଠାରୁ ଶରୀରର ଆକାର ପର୍ଯ୍ୟନ୍ତ ସବୁକିଛି ମଣିଷ ସହ ଖାପ୍ ଖାଇଯାଉଛି। ଏହି ଖବରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଛୁଆକୁ ଦେଖିବାକୁ ଭିଡ଼ ଜମିଥିଲା। ଏହି ଛୁଆର ଫଟୋ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛି । ତେବେ ଜନ୍ମର କିଛି ସମୟ ପରେ ଏହି ସାବକଟିର ମୃତ୍ୟୁ ଘଟିଛି। ଏହି ଛୁଆଟିକୁ ବଞ୍ଚାଇ ରଖିବା ପାଇଁ ସ୍ଥାନୀୟ ଲୋକେ ବହୁ ଉଦ୍ୟମ କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ତେବେ ମୃତ୍ୟୁ ପରେ ମଇଁଷି ଛୁଆଟିକୁ ଲୋକେ ପୋତିଦେଇଛନ୍ତି।